Budh Asta 2023: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ସମସ୍ତ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟ ପରେ ଗୋଟିଏ ରାଶିରୁ ଅନ୍ୟ ଏକ ରାଶିକୁ ଗୋଚର କରନ୍ତି ବା ରାଶି ପରିବର୍ତ୍ତନ (grah gochar 2023) କରିଥାଆନ୍ତି । ଗ୍ରହମାନଙ୍କର ଆଗମନ ବା ପ୍ରତ୍ୟାବର୍ତ୍ତନ ଯୋଗୁଁ ରାଶି ଚକ୍ରରେ ଥିବା ସମସ୍ତ ରାଶି ଉପରେ ଏହାର ପ୍ରଭାବ ପଡ଼ିଥାଏ । ଗତ ଜୁନ୍ ୨୦ ତାରିଖରେ ବୁଧ ତୁଳା ରାଶିକୁ ଗୋଚର କରିଥିବା ବେଳେ ବର୍ତ୍ତମାନ ସେ ରାଶିରୁ ବିଦାୟ ନେବେ । ବୁଧଙ୍କୁ ଗ୍ରହ ମାନଙ୍କ ରାଜା ହୋଇଥିବା ବେଳେ ତାଙ୍କୁ ବୁଦ୍ଧି, ଶିକ୍ଷା ଓ ଯୋଗାଯୋଗର କାରକ ଭାବେ ବିବେଚନା କରାଯାଇଥାଏ ।


COMMERCIAL BREAK
SCROLL TO CONTINUE READING

ବୁଧ ବୃଷ ରାଶିରୁ ପ୍ରତ୍ୟାବର୍ତ୍ତନ କରିବା ଦ୍ବାରା ଏହାର ପ୍ରଭାବ ଅନ୍ୟ ରାଶିର ଉପରେ ମଧ୍ଯ ପଡ଼ିବ । ଏହି କାରଣରୁ, ଆଖି ଜଳିବା ଓ ମୁଣ୍ଡ ବିନ୍ଧା ଭଳି ସମସ୍ୟାର ସମ୍ମୁଖୀନ ଦେଖା ଦେଇପାରେ। ଜ୍ୟୋତିଷ ପ୍ରତିକା ଅନୁଯାୟୀ, ଚାଲନ୍ତୁ ଜାଣିବା ବୃଷ ରାଶିରେ ବୁଧ ଅସ୍ତ ହେବା ଦ୍ବାରା କେଉଁ ରାଶି ଉପରେ ଏହାର ପାଇଁ ନକାରାତ୍ମକ ପ୍ରଭାବ ଦେଖାଯିବ ।


ଏହି ଦିନ ବୃଷ ରାଶି ଛାଡ଼ିବେ ବୁଧ


ଜୁନ୍ ୭ ତାରିଖରେ ବୁଧ ବୃଷ ରାଶିରେ ପ୍ରବେଶ କରିଥିବା ବେଳେ ସେ ବହୁ ଜଲଦି ରାଶି ପରିବର୍ତ୍ତନ କରିବାକୁ ଯାଉଛନ୍ତି । ଜୁନ୍ ୧୯ ତାରିଖ ଅର୍ଥାତ୍ ସୋମବାର ସକାଳ ୭ଟା ବାଜି ୧୬ ମିନିଟ୍ ରେ ବୁଧ ରାଶି ପରିବର୍ତ୍ତନ କରିବେ । ଏହାର ପ୍ରଭାବରେ ବୃଷ, କର୍କଟ ଓ ସିଂହ ରାଶିର ବ୍ୟକ୍ତି ବିଶେଷଙ୍କୁ ଜୀବନରେ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡି଼ବ ।


ବୃଷ ରାଶି- ବୁଧଙ୍କ ରାଶି ପରିବର୍ତ୍ତନ ଫଳରେ ବୃଷ ରାଶିର ବ୍ୟକ୍ତି ବିଶେଷଙ୍କ ଲାଗି ସମସ୍ୟା ବଢିବ । ଏହି ସମୟରେ ଆୟ ଅପେକ୍ଷା ଓ ବ୍ୟୟ ବୃଦ୍ଧି ହେବ । ଆର୍ଥିକ୍ ସମସ୍ୟା ଯୋଗୁଁ ମାନସିକ ଅସ୍ଥିରତା ଦେଖାଦେବ। ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପଡ଼ିପାରେ । ପରିବାରରେ ଅଶାନ୍ତି ଲାଗି ରହିବ ।


କର୍କଟ ରାଶି- କର୍କଟ ରାଶିର ଏକାଦଶ ଘରେ ବୁଧ ଅସ୍ତ ହେବା ଫଳରେ ବ୍ୟବସାୟୀ ଓ ଚାକିରି କରୁଥିବା ବ୍ୟକ୍ତିଙ୍କ ଲାଗି ସମସ୍ୟା ବଢିବ । କର୍ମକ୍ଷେତ୍ରରେ ସଫଳତା ହାସଲ କରିବାରେ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି । ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ନହେଲେ ସମସ୍ୟାରେ ପଡ଼ିପାରନ୍ତି । ଦାମ୍ପତ୍ୟ ଜୀବନରେ ବିଭ୍ରାଟ ଦେଖାଦେବ । ଅର୍ଥହାନୀ ନେଇ ଯୋଗ ରହିଛି । ଗାଡି଼ ଚଳାଇବା ସମୟରେ ସର୍ତକତା ଅବଲମ୍ବନ କରନ୍ତୁ ।


ସିଂହ ରାଶି- ସିଂହ ରାଶିର ଦଶମ ଘରେ ବୁଧ ଅସ୍ତ ହେବା ଫଳରେ ଏହି ରାଶିର ବ୍ୟକ୍ତି ବିଶେଷଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡି଼ବ । ଆର୍ଥିକ ସ୍ଥିତି ଦୁର୍ବଳ ହେବ । ପାରିପାରିକ କଳହ ଯୋଗୁଁ ମନ ଭଲ ରହିବ ନାହିଁ । ବ୍ୟବସାୟରେ କ୍ଷତି ହେବ ।  


ବିଛା ରାଶି- ବୁଧଙ୍କ ରାଶି ପରିବର୍ତ୍ତନ ବିଛା ରାଶିର ବ୍ୟକ୍ତି ବିଶେଷଙ୍କ ଜୀବନକୁ ମଧ୍ଯ ପ୍ରଭାବିତ କରିବ। ଏହି ସମୟରେ ଭାବିଚିନ୍ତି କାମ ନ କଲେ ଅସୁବିଧାରେ ପଡ଼ିପାରନ୍ତି । କର୍ମ କ୍ଷେତ୍ରରେ ସମସ୍ୟା ମାନ ଲାଗି ରହିବ । ଛାତ୍ରଛାତ୍ରୀଙ୍କ ଲାଗି ସମୟ ଅନୁକୂଳ ରହିବ ନାହିଁ । ଭାବିଚିନ୍ତି ନିଷ୍ପତି ନ ନେଲେ ଅସୁବିଧାରେ ପଡ଼ିପାରନ୍ତି ।


(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ସାଧାରଣ ଅନୁମାନ ଉପରେ ଆଧାରିତ। କେବଳ ସୂଚନା ପାଇଁ ଦିଆଯାଇଛି। ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ। କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ।)