Budh Vakri Astrology Prediction: ବୁଧ (Budh Vakri) ବର୍ତ୍ତମାନ ବିଛା ରାଶିରେ ବିରାଜମାନ ଥିବା ବେଳେ ନଭେମ୍ବର ୧୩ ତାରିଖ ସକାଳ ୭ଟା ୪୫ ମିନିଟ୍ ସମୟରେ ସେହି ରାଶିକୁ ଓଲଟା ଚଳନ କରିବେ।  ବୁଧଙ୍କର ଏହି ଓଲଟା ଚଳନ ବା ମାର୍ଗି (Budh Gochar 2023) କିଛି ରାଶିର ବ୍ୟକ୍ତିଙ୍କୁ (zodiac signs) ଶୁଭଫଳ ପ୍ରଦାନ କରିବ। ଜ୍ୟୋତିଷ ଶାସ୍ତ୍ରରେ ବୁଧଙ୍କୁ ବକ୍ତବ୍ୟ, ବୁଦ୍ଧି, ବାଣିଜ୍ୟ ଏବଂ ଧନର କାରକ ବୋଲି କୁହାଯାଏ । ବୁଧଙ୍କୁ ରାଜକୁମାର ଗ୍ରହ ବୋଲି କୁହାଯାଏ। ଜାତକରେ ବୁଧଙ୍କ ସ୍ଥିତି ମଜବୁତ୍ ରହିଲେ ମଣିଷ ତା ଜୀବନରେ ସମସ୍ତ କ୍ଷେତ୍ରରେ ସଫଳତା ପାଇଥାଏ। ତେବେ, ଆସନ୍ତୁ ଜାଣିବା ବୁଧଙ୍କ ମାର୍ଗି ହେବା କାରଣରୁ କେଉଁ ରାଶିର ଲୋକେ ଧନବାନ୍ ହେବେ। 


COMMERCIAL BREAK
SCROLL TO CONTINUE READING

Also Read: Flight Cancelled: ବାତ୍ୟା ‘ମିଗଜୋମ୍’ପାଇଁ ଭୁବନେଶ୍ବର ବିମାନ ବନ୍ଦରରୁ ଏହି ସବୁ ଫ୍ଲାଇଟ୍ ବାତିଲ୍


ଏହି ସବୁ ରାଶିଙ୍କ ଭାଗ୍ୟ ଉଦୟ କରିବେ ବୁଧ:


ଧନୁ: ବୁଧଙ୍କ ଓଲଟା ଚଳନ ଏହି ରାଶିକୁ ଶୁଭଫଳ ପ୍ରଦାନ କରିବ।  ଯେଉଁ ଛାତ୍ରଛାତ୍ରୀମାନେ କମ୍ପିଟେଟିଭ୍ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି । ସେମାନେ ଏହି ସମୟରେ ଭଲ ରେଜଲ୍ଟ ପାଇବେ। ବ୍ୟବସାୟ କରୁଥିବା ଲୋକଙ୍କ ପାଇଁ ସମୟ ଅନୂକୁଳ ରହିଛି। ବ୍ୟବସାୟରେ ଅଗ୍ରଗତି କରିବା ସହ  ଆକସ୍ମିତ ଅର୍ଥ ଲାଭର ଯୋଗ ବି ରହିଛି।  କର୍ମକ୍ଷେତ୍ରରେ ପଦୋନ୍ନତିର ଯୋଗ ରହିଛି।  ବରିଷ୍ଠ ଅଧିକାରୀମାନେ ଆପଣଙ୍କ କାର୍ଯ୍ୟକୁ ପ୍ରସଂଶା କରିବୋ   ନୂଆ ନିଯୁକ୍ତି ଅଫର ବି ଆପଣଙ୍କୁ ମିଳିପାରେ। ଏହି ଅବଧି ମଧ୍ୟରେ ଆର୍ଥିକ ସ୍ଥିତି ମଜବୁତ୍ ହେବ। 



କୁମ୍ଭ:  ସେହିପରି ଡିସେମ୍ବର ୧୩ ତାରିଖରୁ ଏହି ରାଶିର ଲୋକଙ୍କ ଭାଗ୍ୟରେ ବଡ଼ ପରିବର୍ତ୍ତନ ଆସିବ। ଜୀବନରେ ସୁଖ ସମୃଦ୍ଧି ବୃଦ୍ଧି ପାଇବା ସହ ଆର୍ଥିକ ସ୍ଥିତି ମଜବୁତ ହେବ। ଧାର କରଜରୁ ମୁକ୍ତି ପାଇବେ। ଅଟକିଥିବା ଟଙ୍କା ଆପଣଙ୍କୁ ପ୍ରାପ୍ତ ହେବ। ଯେଉଁମାନେ ବ୍ୟବସାୟ କରୁଛନ୍ତି ସେମାନେ ବୁଧଙ୍କ ବହୁତ ଲାଭ ପାଇବେ। ପୁରୁଣା ବିନିଯୋଗ ଲାଭ ପାଇବେ। ପ୍ରତିଯୋଗିତା ମୂଳକ ପରୀକ୍ଷାରେ ସଫଳତା ପାଇବେ। ନୂଆ ଗାଡି଼ କିମ୍ବା ଜମି କିଣିବେ। ସ୍ବାସ୍ଥ୍ୟରେ ସାମାନ୍ୟ ସମସ୍ୟା ଦେଖାଦେଇପାରେ। ତେଣୁ ଜଗି ରଖି ଚଳନ୍ତୁ।


ମୀନ: ବୁଧ ମୀନର ରାଶିର ଶାସକ ଗ୍ରହ ଅଟନ୍ତି ।  ବୁଧଙ୍କ କୃପାରୁ ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ଅଧିକ ଭଲ ହେବ। ଚାକିରି କରୁଥିବା ଲୋକଙ୍କ ପଦୋନ୍ନତି ନେଇ ବାଟ ଫିଟିବ । ବ୍ୟବସାୟରେ ଲାଭ ମିଳିବ। ଦାମ୍ପତ୍ୟ ଜୀବନ ମଙ୍ଗଳମୟ ହେବ । ପାରିପାରିବ ସମ୍ପର୍କରେ ମଧୁରତା ଆସିବ । ଦୂରସ୍ଥାନକୁ ଯାତ୍ରା ଭାଲଦାୟୀ ରହିବ । ଜମି ସମ୍ବନ୍ଧୀୟ କାର୍ଯ୍ୟରୁ ବିପୁଳ ଆର୍ଥିକ ଲାଭ ହେବ । ପୈତୃକ ସମ୍ପତ୍ତିରୁ ଲାଭ ପାଇବେ । 


(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ। କେବଳ ସୂଚନା ପାଇଁ ଦିଆଯାଇଛି। ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ। କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ।)