Flight Cancelled: ବାତ୍ୟା ‘ମିଗଜୋମ୍’ପାଇଁ ଭୁବନେଶ୍ବର ବିମାନ ବନ୍ଦରରୁ ଏହି ସବୁ ଫ୍ଲାଇଟ୍ ବାତିଲ୍
Advertisement
Article Detail0/zeeodisha/odisha1995443

Flight Cancelled: ବାତ୍ୟା ‘ମିଗଜୋମ୍’ପାଇଁ ଭୁବନେଶ୍ବର ବିମାନ ବନ୍ଦରରୁ ଏହି ସବୁ ଫ୍ଲାଇଟ୍ ବାତିଲ୍

Flight Cancelled: ଉଗ୍ର ରୂପ ନେଉଛି ବାତ୍ୟା ‘ମିଗଜୋମ୍’(cyclone michaung) । ଆଉ ମାତ୍ର କିଛି ସମୟ ପରେ ଆନ୍ଧ୍ର ଉପକୂଳ ଛୁଇଁବ। ବର୍ଷା ଯୋଗୁଁ ଚେନ୍ନାଇ ବିମାନବନ୍ଦରରେ (Chennai Airport) ରନୱେ ବର୍ଷା ପାଣିରେ ବୁଡିଯାଇଥିବାରୁ ଏକାଧିକ ବିମାନକୁ ବାତିଲ (Flight Cancelled) ହୋଇଛି। ଏବଂ ଆଉ କିଛି ବିମାନର ଗତିପଥ ପରିବର୍ତ୍ତନ କରି ଦିଆଯାଇଛି । 

Flight Cancelled: ବାତ୍ୟା ‘ମିଗଜୋମ୍’ପାଇଁ  ଭୁବନେଶ୍ବର ବିମାନ ବନ୍ଦରରୁ ଏହି ସବୁ ଫ୍ଲାଇଟ୍ ବାତିଲ୍

Flight Cancelled: ଉଗ୍ର ରୂପ ନେଉଛି ବାତ୍ୟା ‘ମିଗଜୋମ୍’(cyclone michaung) । ଆଉ ମାତ୍ର କିଛି ସମୟ ପରେ ଆନ୍ଧ୍ର ଉପକୂଳ ଛୁଇଁବ। ତା ପୂର୍ବରୁ ଆନ୍ଧ୍ର ଓ ତାମିଲନାଡୁରେ ବାତ୍ୟାର ପ୍ରଭାବରେ ପ୍ରବଳ ବର୍ଷା ଆରମ୍ଭ ହୋଇଛି। ବର୍ଷା ବିତ୍ପାତରେ ଚେନ୍ନାଇରେ (Chennai) ୮ ଜଣଙ୍କ ମୃତ୍ୟୁ ହୋଇଛି। ଏପରିକି,  ତାମିଲନାଡୁ, ଆନ୍ଧ୍ର ଓ ୟାନମ୍ ରେ ରେର୍ଡ଼ ଆଲର୍ଟ ଜାରି ହୋଇଛି । ସେପଟେ ବର୍ଷା ଯୋଗୁଁ ଚେନ୍ନାଇ ବିମାନବନ୍ଦରରେ (Chennai Airport) ରନୱେ ବର୍ଷା ପାଣିରେ ବୁଡିଯାଇଥିବାରୁ ରାତି ୧୧ଟା ପର୍ଯ୍ୟନ୍ତ ୭୦ଟି ବିମାନକୁ ବାତିଲ  (Flight Cancelled) ହୋଇଛି। ଏବଂ ଆଉ କିଛି ବିମାନର ଗତିପଥ ପରିବର୍ତ୍ତନ କରି ଦିଆଯାଇଛି । ୧୨ଟି ଘରୋଇ ବିମାନ ଓ ୪ଟି ଅନ୍ତର୍ଜାତୀୟ ବିମାନ ବାତିଲ କରାଯିବା ସହ ଆସୁଥିବା ୩ଟି ଅନ୍ତର୍ଜାତୀୟ ବିମାନକୁ ବେଙ୍ଗାଲୁରୁକୁ ଡାଇଭର୍ଟ କରାଯାଇଛି। 

ଏହାବି ପଢନ୍ତୁ :Archana Nag: ଆଜି ଜେଲରୁ ମୁକୁଳିବେ ଅର୍ଚ୍ଚନା! ନିର୍ବାଚନ ଉପରେ ପ୍ରଭାବ ପଡି଼ବା ନେଇ ଚର୍ଚ୍ଚା

ବିଶେଷ କରି, (ସୋମାବର) ଆଜି ଭୁବନେଶ୍ୱରରୁ ଚେନ୍ନାଇ ଯାଉଥିବା ଦୁଇଟି ବିମାନକୁ ବାତିଲ ହୋଇଛି। ପ୍ରବଳ ବର୍ଷା ଯୋଗୁଁ ଚେନ୍ନାଇ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ରାତି ୧୧ ଟା ଯାଏଁ ବିମାନ ଚଳାଚଳ ବନ୍ଦ ରହିଛି । ଚେନ୍ନାଇ ଅଭିମୁଖେ ଉଡ଼ାଣ ବାତିଲ କରାଯାଇଛି। ଏନେଇ ଭୁବନେଶ୍ୱର ବିମାନବନ୍ଦର ଡାଇରେକ୍ଟର ପ୍ରସନ୍ନ କୁମାର ପ୍ରଧାନ ସୂଚନା ଦେଇଛନ୍ତି । ସେ ଆହୁରି କହିଛନ୍ତି ଯେ, ପ୍ରତ୍ୟକ ଦିନ ଭୁବନେଶ୍ବରରୁ ଚେନ୍ନାଇକୁ ସାଧାରଣତଃ ଦୁଇଟି ବିମାନ ଯାତ୍ରା କରିଥାଏ। ଯେହେତୁ ତାମିଲନାଡୁରେ ବାତ୍ୟାର ତାଣ୍ତବ ଆରମ୍ଭ ହୋଇଛି । ଏବଂ ଚେନ୍ନାଇରେ ସ୍ଥିତି ସଙ୍ଗୀନ୍ ରହିଛି। ସେଥିପାଇଁ ବିମାନ ବାତିଲ ହୋଇଛି । ଯଦି, ମଙ୍ଗଳବାର ପାଗରେ ସୁଧାରେ ଆସେ ତେବେ, ଭୁବନେଶ୍ବରରୁ ଚେନ୍ନାଇକୁ ବିମାନ ଉଡାଣ ଆରମ୍ଭ ହେବ। 

ବିମାନ ବାତିଲ ହୋଇଥିବା ଯୋଗୁଁ ଟିକେଟ୍ ବୁକିଂ କରିଥିବା ଯାତ୍ରୀଙ୍କ ଯାତ୍ରା ରିସିଡ୍ୟୁଲ୍ ହେବ କିମ୍ବା ସମ୍ପୃକ୍ତ ବିମାନ କମ୍ପାନୀ ସହ ଯୋଗାଯୋଗ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେପଟେ, ପାଗ ଖରାପ ଥିବା କାରଣରୁ ବିଶାଖାପାଟମ୍ ରୁ ପ୍ରାୟ ୨୩ଟି ବିମାନ ବାତିଲ୍ ହୋଇଛି । ହ୍ରାଇଦ୍ରାବାଦ୍, ଦିଲ୍ଲୀ, ମୁମ୍ବାଇ, ବେଙ୍ଗାଲୁରୁ, ବିଜୟଓ୍ବାଡା,  ତିରୁପତି ଓ ଚେନ୍ନାଇ ଭଳି ଗନ୍ତବ୍ୟସ୍ଥଳକୁ ବମାନ ଚଳାଚଳ ବାତିଲ୍ ହୋଇଛି। ଏନେଇ ବିମାନ ବନ୍ଦର ନିର୍ଦ୍ଦେଶକ ସୂଚନା ଦେଇଛନ୍ତି।  ସେପେଟେ ବାତ୍ୟା ପାଇଁ କିଛି ଟ୍ରେନ୍ କୁ ବି ବାତିଲ୍ କରିଛି ରେଳ ବିଭାଗ। ପାଖାପାଖି ୬୦ ଟି ଟ୍ରେନ୍ ବାତିଲ୍ ହୋଇଛି। ବିଶେଷ କରି ଭୁବନେଶ୍ୱର, ପୁରୀ ଓ ବିଶାଖାପାଟଣାରୁ ଯାତ୍ରା ଆରମ୍ଭ କରୁଥିବା କିଛି ଟ୍ରେନ ଏବଂ ଅନ୍ୟ ଜୋନରୁ ଆସୁଥିବା ଟ୍ରେନ୍‌ ମଧ୍ୟ ରହିଛି ।