Budhaditya Rajyog 2024: ବୈଦିକ ଜ୍ୟୋତିଶ ଶାସ୍ତ୍ରରେ ପ୍ରତ୍ୟକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାଆନ୍ତି । ଏହି କ୍ରମରେ, ଦେବଗୁରୁ ବୃହସ୍ପତି ଓ ସୂର୍ଯ୍ୟଦେବ୍ ବର୍ତ୍ତମାନ ମେଷ ରାଶିରେ ବିରାଜମାନ ଥିବା ବେଳେ (ମେ ୧୦) ଅର୍ଥାତ୍ ଅକ୍ଷୟ ତୃତୀୟା ଦିନ ସକାଳ ୭ଟା ୪୦ ମିନିଟ୍ ସମୟରେ ସେହି ରାଶିକୁ ଗ୍ରହମାନଙ୍କ ରାଜକୁମାର ବୁଧ ଚଳନ କରିବେ। ଗୋଟିଏ ରାଶିରେ ତିନି ଗ୍ରହଙ୍କ ମିଳନ ବୁଦ୍ଧାଦିତ୍ୟ ରାଜଯୋଗ ସୃଷ୍ଟି କରୁଛି। ଏହି ବୁଦ୍ଧାଦିତ୍ୟ ରାଜଯୋଗ କିଛି ରାଶିର ବ୍ୟକ୍ତିଙ୍କୁ ମାଲେମାଲ୍ କରିବା ସହ ଶୁଭଫଳ ପ୍ରଦାନ କରିବ। ତେବେ, ଆସନ୍ତୁ ଜାଣିବା ସେହି ରାଶି ଗୁଡିକ ବିଷୟରେ...


COMMERCIAL BREAK
SCROLL TO CONTINUE READING

ALSO READ: Today Horoscope: ଏହି ସବୁ ରାଶିଙ୍କ ପାଇଁ ଅତ୍ୟନ୍ତ ଶୁଭଦାୟକ ହେବ ଆଜିର ଦିନ, ଜାଣନ୍ତୁ କେମିତି କଟିବ ସୋମବାର


ଲାଭବାନ୍ ହେବେ ଏହି ସବୁ ରାଶି :


ମେଷ: ବୁଦ୍ଧାଦିତ୍ୟ ରାଜଯୋଗ ଏହି ରାଶିର ବ୍ୟକ୍ତିଙ୍କ ଜୀବନରେ ବିରାଟ ପରିବର୍ତ୍ତନ ଆଣିବ । ଆକସ୍ମିକ ଧନଲାଭର ଯୋଗ ରହିଛି। କ୍ୟାରିୟର ଜନିତ ଖୁସି ଖବର ପାଇ ପାରନ୍ତି। ବ୍ୟବସାୟୀଙ୍କ ପାଇଁ ସମୟ ଖୁବ୍ ଅନୁକୂଳ ରହିଛି । କୌଣସି ବଡ଼ ଡିଲ୍ ଫାଇନାଲ୍ ହୋଇପାରେ। କୌଣସି ଧାର୍ମିକ କାର୍ଯ୍ୟରେ ଯୋଗ ଦେଇପାରନ୍ତି। ବିଦେଶ ଯାତ୍ରାର ସମ୍ଭାବନା ରହିଛି । ଦାମ୍ପତ୍ୟ ଜୀବନ ସୁଖମୟ ହେବା ସହିତ ଆର୍ଥିକ ସ୍ଥିତିରେ ସୁଧାର ଆସିବ। ଦୀର୍ଘ ଦିନର ଆଶା ପୂରଣ ହେବା ସହିତ ଏହି ଅବଧି ମଧ୍ୟରେ ଏକ ଜମି ବା ଗାଡି଼ କ୍ରୟ କରିପାରନ୍ତି। 


ସିଂହ: ବୁଦ୍ଧାଦିତ୍ୟ ରାଜଯୋଗ ଏହି ରାଶି ଉପରେ ଧନ ବର୍ଷା କରିବ। ଆଶାୟୀଙ୍କୁ ମନ ପସନ୍ଦର ଚାକିରି ମିଳିବ। ଚାକିରି କରୁଥିବା ଲୋକେ ପଦୋନ୍ନତି ପାଇପାରନ୍ତି। ଆୟ ବ୍ୟୟ ସମାନ ରହିବ। କିନ୍ତୁ ସ୍ବାସ୍ଥ୍ୟ ଜନିତ ସମସ୍ୟା ଦେଖାଦେଇପାରେ। ତେଣୁ ନିଜ ସ୍ବାସ୍ଥ୍ୟର ଯତ୍ନ ନିଅନ୍ତୁ। ଆଶା କରୁଥିବା ଦିଗରୁ ଧନ ପ୍ରାପ୍ତ ହେବ। ଘରେ କୌଣସି ପ୍ରକାର ଶୁଭକାର୍ଯ୍ୟ ହୋଇପାରେ। ବୈବାହିକ ଜୀବନ ସୁଖମୟ ହେବା ସହ ପ୍ରେମ ସମ୍ପର୍କରେ ମଧୁରତା ଆସିବ। ଦୀର୍ଘ ଦିନରୁ ଲାଗି ରହିଥିବା ସମସ୍ୟା ଦୂର ହେବ। 


ତୁଳା: ତୁଳା ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ମଧ୍ଯ ଏହି ରାଜଯୋଗ ଶୁଭ ପ୍ରମାଣିତ ହେବ। ବ୍ୟବସାୟରେ କ୍ରମାଗତ ଭାବେ କ୍ଷତି ସହୁଥିବା ବ୍ୟକ୍ତିମାନେ ଏହି ରାଜଯୋଗ ଗଠନରୁ ଲାଭ ପାଇବେ । କ୍ୟାରିୟର ପାଇଁ ଏକ ସମୟ ଅନୁକୂଳ ଅଟେ । ଅବିବାହିତଙ୍କ ପାଇଁ ମନଲାଖି ପ୍ରସ୍ତାବ ଆସିପାରେ।  ଆର୍ଥିକ ସ୍ଥିତିରେ ସୁଧାର ଆସିବା ସହ ଦିର୍ଘ ଦିନ ଧରି ଲାଗି ରହିଥିବା ଜମିଜମା ମାମଲାର ଅନ୍ତ ଘଟିବ।ପୌତୃକ ସମ୍ପତ୍ତିରୁ ଲାଭ ପାଇପାରିବେ। ନିବେଶରୁ ହଠାତ୍ ଲାଭ ମିଳିବ ।  ଅଟକି ରହିଥିବା କାମ ପୂରଣ ହେବ । ପ୍ରେମ ସମ୍ପର୍କରେ ମଧୁରତା ଆସିବା । ଏହି ଅବଧି ମଧ୍ୟରେ ଆପଣଙ୍କୁ କୌଣସି ଏକ ନୂଆ ଜୀବନ ସାଥୀ ମଧ୍ୟ ମିଳିପାରନ୍ତି। 


(Disclaimer: ଏଠାରେ ଦିଆଯାଇଥିବା ସମସ୍ତ ସୂଚନା ସାଧାରଣ ବିଶ୍ୱାସ ଏବଂ ସୂଚନା ଉପରେ ଆଧାରିତ । ଏହା ଜୀ ଓଡ଼ିଶା ନ୍ୟୁଜର ନିଜସ୍ୱ ମତ ନୁହେଁ । ଅଧିକ ଜାଣିବା ପାଇଁ ଆପଣ ବିଶେଷଜ୍ଞଙ୍କ ସହ ପରାମର୍ଶ କରନ୍ତୁ ।)