Bus Accident: ଅଶୁଭ ଗୁରୁବାର। ଚାହୁଁଚାହୁଁ ଘଟିଗଲା ଭୟଙ୍କର ଦୁର୍ଘଟଣା। ଦୁର୍ଘଟଣାଗସ୍ତ ହେଲା ଯାତ୍ରୀବାହୀ ବସ୍। ରାସ୍ତା କଡରେ ଠିଆ ହୋଇଥିବା ଟ୍ରକ୍ କୁ ଧକ୍କା ଦେଲା ଯାତ୍ରୀବାହୀ ବସ୍। ଫଳରେ ଘଟଣାସ୍ଥଳରେ ୩ଜଣ ଯାତ୍ରୀ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି। ପୋଲିସ୍ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି । କିଭଳି ସ୍ଥିତିରେ ଏହି ଦୁର୍ଘଟଣା ଘଟିଲା ସେନେଇ ପୋଲିସ୍ ଛାନଭିନ୍ ଆରମ୍ଭ କରିଛି। ବାଲେଶ୍ୱର ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ନିକଟ ବରୁଣଗଡିଆ ନିକଟରେ ଏହି ଦୁର୍ଘଟଣା ଘଟିଛି।


COMMERCIAL BREAK
SCROLL TO CONTINUE READING

ALSO READ: Road Accident: ବରଯାତ୍ରୀ କାର୍ ଉପରେ ଚଢିଗଲା ଟ୍ରକ୍, ଘଟଣାସ୍ଥଳରେ ୬ ମୃତ


ସୂଚନା ଅନୁଯାୟୀ,  ଗତକାଲି କାଳିଆ ନନା ନାମକ ଏକ ଘରୋଇ ବସ୍ ରାତି ୩ଟା ସମୟରେ ୬୦ ଜଣ ଯାତ୍ରୀଙ୍କୁ ନେଇ ଭୁବନେଶ୍ବରରୁ ପଶ୍ଚିମବଙ୍ଗର ଦିଆ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା।  ବସଟି ବାଲେଶ୍ବର ଦେଇ ଯାତ୍ରା କରୁଥିବା ସମୟରେ ବରୁଣଗଡିଆ ନିକଟରେ ରାସ୍ତାକଡ଼ରେ ଠିଆ ହୋଇଥିବା ଟ୍ରକକୁ ଅଚାନକ୍ ପଛପଟୁ ବସଟି ଧକ୍କା ଦେଇଥିଲା। ଫଳରେ ବସଟିର କାଚ ଭାଙ୍ଗିଯିବା ସହ ବସ୍ ଆଗରେ ବସିଥିବା ୩ ଜଣ ଯାତ୍ରୀ ଆହତ ହୋଇପଡିଥିଲେ। ଫଳରେ ପୋଲିସ୍ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆହତଙ୍କୁ ଉଦ୍ଧାର କରି ମେଡିକାଲ ପଠାଇଥିଲା। ଏବଂ ଏକ ମାମଲା ରୁଜୁ କରି ଛାନଭିନ୍ ଚଳାଇଛି।
 
ସେହିପରି ନିକଟରେ ଏଭଳି ଏକ ଛାତିଥରା ଦୁର୍ଘଟଣା ବିହାରର ଭାଗଲପୁରରେ ଦେଖିବାକୁ ମିଳିଥିଲା। ବରଯାତ୍ରୀ କାର୍ ଉପରେ ଚଢିଗଲା ଲୁହା ବୋଝେଇ ଟ୍ରକ୍। ଘଟଣାସ୍ଥଳରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ତିନି ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି । ମୃତକଙ୍କ ମଧ୍ୟରେ ଜଣେ ଶିଶୁ ରହିଥିବା ଜଣାପଡି଼ଛି। ପୋଲିସ୍ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି । କିଭଳି ସ୍ଥିତିରେ ଏହି ଦୁର୍ଘଟଣା ଘଟିଲା ସେନେଇ ଛାନଭିନ୍ ଚଳାଇଛି ପୋଲିସ୍ ।