L'Oreal products:  ନୂଆଦିଲ୍ଲୀ: ଶିଶୁଙ୍କ ପ୍ରସାଧାନ ସାମଗ୍ରୀ ପ୍ରସ୍ତୁତ କରୁଥିବା ଜନସନ ଆଣ୍ଡ ଜନସନ ପରେ ଏବେ ଏଲଲୋରିଆଲ କମ୍ପାନୀ ଉପରେ ଚଡ଼କ। ଏହି କମ୍ପାନୀ ମହିଳାଙ୍କ ପ୍ରସାଧାନ ସାମଗ୍ରୀ ପ୍ରସ୍ତୁତ କରିଥାଏ। ତେବେ ଏହି କମ୍ପାନୀ ନାଁରେ ଏବେ ମହିଳାମାନେ ଗୁରୁତର ଅଭିଯୋଗ କରିଛନ୍ତି। ଏହି ମାମଲାଟି ଆମେରିକା ଓ୍ୱାସିଂଟନରୁ ଆସିଛି। 


COMMERCIAL BREAK
SCROLL TO CONTINUE READING

ମିଳିଥିବା ସୂଚନା ମୁତାବକ ଏଲଲୋରିଆଲର ହେୟାର ଷ୍ଟେଟନିଂ ପ୍ରଡକ୍ଟକୁ ନେଇ ମହିଳାମାନେ ଅଭିଯୋଗ ଆଣିଛନ୍ତି। ଏହି ପ୍ରଡକ୍ଟକୁ ବ୍ୟବହାର କରିବା ଦ୍ୱାରା ମହିଳାମାନଙ୍କର ଗର୍ଭାଶୟରେ କର୍କଟ ରୋଗ ଦେଖାଦେଉଥିବା ଅଭିଯୋଗ ହୋଇଛି। ଏହି ଅଭିଯୋଗ ଆଣିଥିବା ମହିଳା ଜଣକ ହେଉଛନ୍ତି ଓ୍ୱାସିଂଟନର ବସିନ୍ଦା ଜେନି ମିଶେଲ। ଜେନିଙ୍କ ଓକିଲଙ୍କ ମୁତାବକ ଜେନି ବିଗତ ଦୁଇ ଦଶନ୍ଧିରୁ ଊର୍ଦ୍ଧ୍ୱ ସମୟ ଧରି ଏଲଲୋରିଆଲ କମ୍ପାନୀର ଉପୋରକ୍ତ ପ୍ରଡକ୍ତ ବ୍ୟବହାର କରି ଆସୁଛନ୍ତି। ଏହି କାରଣରୁ ଗର୍ଭାଶୟ କର୍କଟ ହୋଇଥିବା ଜେନି କହିଥିବା ନେଇ ତାଙ୍କ ଓକିଲ ସୂଚନା ଦେଇଛନ୍ତି।


ଜେନିଙ୍କ ଓକିଲ ବେନ କ୍ରେମ୍ପ କହିଛନ୍ତି କି ମହିଳାମାନେ ଦୀର୍ଘ ଦିନ ଧରି ବଜାରରେ ଉପଲବ୍ଧ ହେଉଥିବା ଏଲଲୋରିଆଲର ହେୟାର ଷ୍ଟେଟନର ପ୍ରଡକ୍ଟକୁ ବ୍ୟବହାର କରି ଆସୁଛନ୍ତି। ଏହା ଫଳରେ ଅଧିକାଂଶ ମହିଳା କର୍କଟ ରୋଗର ଶୀକାର ହେଉଛନ୍ତି। ଏଠାରେ କହି ରଖୁ କି ଏଲଲୋରିଆଲ ହେଉଛି ଏକ ଫ୍ରାନ୍ସର ପ୍ରସାଧାନ କମ୍ପାନୀ। ତେବେ କମ୍ପାନୀ ପକ୍ଷରୁ ବର୍ତ୍ତମାନ ସୁଦ୍ଧା କୌଣସି ପ୍ରତିକ୍ରିୟା ମିଳିପାରିନାହିଁ। 


ବିଗତ କିଛି ଦିନ ତଳେ ଜାତୀୟ କର୍କଟ ଇନଷ୍ଟିଚ୍ୟୁଟ ପକ୍ଷରୁ ଏକ ଜର୍ଣ୍ଣାଲ ପ୍ରକାଶ ପାଇଥିଲେ। ଏଥିରେ ସ୍ପଷ୍ଟ ଭାବେ କୁହାଯାଇଥିଲା କି ବାଳକୁ ସିଧା କରିବା ସମୟରେ ବ୍ୟବହୃତ ହେଉଥିବା କେମିକାଲ ପ୍ରଡକ୍ଟସ ବ୍ୟବହାର ଜୀବନ ଘାତକ ସାବ୍ୟସ୍ତ ହୋଇଛି। ଏହା ଦ୍ୱାରା ଗର୍ଭାଶୟ କର୍କଟ ହେବାର ସମ୍ଭାବନା ଅଧିକ ରହିଥାଏ ବୋଲି ଉକ୍ତ ଆଲେଖ୍ୟରେ ପ୍ରକାଶ ପାଇଛି। 


ଏହା ପୂର୍ବରୁ ଆମେରିକାରେ ଜନସନ ଆଣ୍ଡ ଜନସନର କିଛି ଉତ୍ପାଦ ଉପରେ ମଧ୍ୟ ବ୍ୟାନ ଲଗାଯାଇଥିଲା। କେବଳ ସେତିକି ନୁହେଁ, କୋରୋନା ସମୟରେ ଜନସନ ପକ୍ଷରୁ ପ୍ରସ୍ତୁତ ଟିକା ଉପରେ ମଧ୍ୟ ବ୍ୟାନ ଲଗାଯାଇଥିଲା। ଏହି ଟିକା ନେବା ପରେ ୬ ଜଣଙ୍କ ଠାରେ ରକ୍ତ ଜମାଟ ବାନ୍ଧିବାରୁ ଏହି ପଦକ୍ଷେପ ନେଇଥିଲା ଆମେରିକା ସରକାର। ଆମେରିକା ଫୁଡ୍ ଆଣ୍ଡ ଡ୍ରଗ୍ ଆଡମିନିଷ୍ଟ୍ରେସନ ପକ୍ଷରୁ ଟିକା ବନ୍ଦ କରିଦିଆଯାଇଥିଲା। 


ଏହାପୂର୍ବରୁ ରକ୍ତ ଜମାଟ ବାନ୍ଧିବା ଭଳି ମାମଲାରେ କିଛି ୟୁରୋପୀୟ ଦେଶ ଏଷ୍ଟ୍ରାଜେନିକା କୋଭିଡ ଟିକା ଉପରେ ଅସ୍ଥାୟୀ ପ୍ରତିବନ୍ଧକ ଲଗାଇ ଦେଇଥିଲେ । ଏହି ଦେଶମାନଙ୍କ ମଧ୍ୟରେ ଜର୍ମାନୀ, ଇଟାଲି, ଫ୍ରାଂସ, ଭଳି ଦେଶ ରହିଥିଲେ। କେବଳ ୟୁରୋପୀୟ ଦେଶମାନେ ନୁହେଁ , ଏସିଆ ମହାଦେଶର ଇଣ୍ଡୋନେସିଆ ବି ଏହି ଟିକା ଉପରେ ପ୍ରତିବନ୍ଧକ ଲଗାଇଥିଲେ ।