Chaitra Navratri 2023: ନବରାତ୍ରୀର ଦ୍ବିତୀୟ ଦିନରେ ମାଆ ଦୁର୍ଗାକୁ ବ୍ରହ୍ମଚାରିଣୀ ରୂପରେ ପୂଜା କରାଯାଇଥାଏ । ବ୍ରହ୍ମଚାରିଣୀଙ୍କୁ ଜ୍ଞାନ, ତପସ୍ୟା ଓ ତ୍ୟାଗର ଦେବୀ ବୋଲି କୁହାଯାଇଥାଏ । ବ୍ରହ୍ମଚାରିଣୀ ଦେବୀ ପାର୍ବତୀଙ୍କୁ ଅବିବାହିତା ରୂପରେ ପୂଜା କରାଯାଇଥାଏ । ସେ ଧଳା ରଙ୍ଗର ବସ୍ତ୍ର ପରିଧାନ କରିଥାଆନ୍ତି । ଦେବୀ ବ୍ରହ୍ମଚାରିଣୀ ଡ଼ାହାଣ ହାତରେ ଏକ ରୁଦ୍ରାକ୍ଷ ମାଳି ଧରିଥିବା ବେଳେ ବାମ ହାତରେ ଏକ ପାଣି ଢାଳ ଧରିଥାଆନ୍ତି । ରୁଦ୍ରାକ୍ଷ ବନବାସ ଜୀବନରେ ଭଗବାନ ଶିବଙ୍କୁ ସ୍ୱାମୀ ରୂପରେ ପାଇବା ପାଇଁ କଠୋର ତପସ୍ୟା ପ୍ରତୀକ ଅଟେ ।


COMMERCIAL BREAK
SCROLL TO CONTINUE READING

ସେ କିପରି ବ୍ରହ୍ମଚରିଣୀ ନାମ ପାଇଲେ?


ମାତା ପାର୍ବତୀ ଶିବଙ୍କୁ ସ୍ବାମୀ ରୂପରେ ପାଇବା ଲାଗି କଠୋର ତପସ୍ୟା କରିଥିଲେ। ଏହି କାରଣରୁ ସେ ‘ବ୍ରହ୍ମଚାରିଣୀ’ ନାମରେ ନାମିତ ହୋଇଥିଲେ। ନବରାତ୍ରୀର ଦ୍ବିତୀୟ ଦିନରେ ଦେବୀଙ୍କୁ ଏହି ରୂପରେ ପୂଜା କରାଯାଇଥାଏ । ଏହି ରୂପରେ ମାଆଙ୍କ ପୂଜା ଓ ଉପାସନା କଲେ ଜୀବନର ସମସ୍ତ ଦୁଃଖ, ଦୁର୍ଦ୍ଦଶା ଦୂର ହୋଇଥାଏ । ଛାତ୍ରଛାତ୍ରୀ ମାନେ ବ୍ରହ୍ମଚାରିଣୀଙ୍କ ପୂଜା କରବା ଦ୍ବାରା ବିଦ୍ୟା ଲାଭ ହେବା ସହ ଜୀବନରେ ସଫଳତା ଲାଭ କରିଥାଆନ୍ତି ।


ମାଆ ବ୍ରହ୍ମଚାରିଣୀଙ୍କ ପୌରାଣିକ କଥା


ପୂରାଣ ଅନୁଯାୟୀ, ଦେବୀ ପାର୍ବତୀ ଦକ୍ଷ ପ୍ରଜାପତିଙ୍କ ଘରେ ବ୍ରହ୍ମଚାରିଣୀ ରୂପରେ ଜନ୍ମ ନେଇଥିଲେ। ପାର୍ବତୀଙ୍କ ଏହି ରୂପ ସାଧୁ ସନ୍ତଙ୍କ ପରି ଥିଲା । ଦିନେ ଭଗବାନ ଶିବକୁ ପ୍ରସନ୍ନ କରିବା ଲାଗି ସେ ଘୋର ତପସ୍ୟା କରିବା ଲାଗି କଠୋର ପ୍ରତିଜ୍ଞା କରିଥିଲେ । ମାଆ ପାର୍ବତୀଙ୍କ ଏହି ତପସ୍ୟା ହଜାର ହଜାର ବର୍ଷ ଧରି ଚାଲିଥିଲା । ଝଡ଼, ତୋଫାନ, ଖରା କି ବର୍ଷା ତାଙ୍କର ଏହି ତପସ୍ୟାକୁ ଭଙ୍ଗ କରିପାରିନଥିଲା । କୁହାଯାଏ, ହଜାର ହଜାର ବର୍ଷ ଧରି ଚାଲିଥିବା ଏହି ତପସ୍ୟା ସମୟରେ ମାତା ବ୍ରହ୍ମଚାରିଣୀ କେବଳ ଫଳ, ଫୁଲ ଓ ବେଲପତ୍ର ଖାଇ ବଞ୍ଚିଥିଲେ। ଯେତେବେଳେ ଭଗବାନ ଶିବ ପ୍ରସନ୍ନ ହୋଇନଥିଲେ ଏହାପରେ ସେ ଏହିସବୁକୁ ମଧ୍ଯ ତ୍ୟାଗ କରି ବିନା ପାଣି ଓ ଭୋଜନରେ ତପସ୍ୟା ଆରମ୍ଭ କରିଥିଲେ । ପତ୍ର ଖାଇବା ତ୍ୟାଗ କରିଥିବାରୁ ସେ ‘ଅର୍ପଣା’ ନାମରେ ମଧ୍ଯ ନାମିତ । ତେବେ ବ୍ରହ୍ମଚାରିଣୀଙ୍କ ଏହି କଠୋର ତପସ୍ୟା ବଳରେ ପ୍ରସନ୍ନ ହୋଇ ସୃଷ୍ଟିକର୍ତ୍ତା ବ୍ରହ୍ମା ତାଙ୍କୁ ଏକ ବରଦାନ ଦେଇ କହିଥିଲେ କି, ଏହିପରି କଠୋର ତପସ୍ୟା ଆଗରୁ କେହି ମଧ୍ଯ କରିନାହାନ୍ତି ତୁମର ଏହି ଆଲୌକିକ କାର୍ଯ୍ୟକୁ ସବୁଆଡୁ ପ୍ରସଂଶା କରାଯାଉଛି । ତୁମର ମନକାମନା ନିଶ୍ଚିତ ପୂର୍ଣ୍ଣ ହେବ। ଭଗବାନ ଶିବ ତମକୁ ସ୍ବାମୀ ରୂପରେ ନିଶ୍ଚିତ ପ୍ରାପ୍ତ ହେବେ ।


ମା ବ୍ରହ୍ମଚାରିଣୀଙ୍କ ପୂଜାବିଧି


ନବରାତ୍ରୀର ଦ୍ବିତୀୟ ଦିନରେ ମାଆ ବ୍ରହ୍ମଚାରିଣୀଙ୍କୁ ହଳଦିଆ ଓ ଧଳା ରଙ୍ଗର ବସ୍ତ୍ର ପ୍ରଦାନ କରି ପୂଜା କରନ୍ତୁ । ଏହି ଦିନରେ ଦେବୀଙ୍କୁ ଧଳା ରଙ୍ଗର ବସ୍ତୁ ସମର୍ପିତ କଲେ ଭାଗ୍ୟ ଉଦୟ ସହ ଶୁଭଫଳ ମିଳିଥାଏ । ବ୍ରହ୍ମଚାରିଣୀଙ୍କୁ ମିଶ୍ରି, ଚିନି ବା ପଞ୍ଚାମୃତର ଭୋଗ ଲଗାଇ ପାରିବେ। ପୂଜା ସମୟରେ ମାଆଙ୍କ ମନ୍ତ୍ର ଜାପ କରନ୍ତୁ ।


ଏହାମଧ୍ଯ ପଢନ୍ତୁୃ-Horoscope Today: ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ଗୁରୁବାର