କୋଭିସିଲ୍ଡ ଟିକାର ପତିଆରା! UNGA ସଭାପତି ଭାରତର ଟିକାକୁ ନେଇ ଦେଲେ ଏହି ବିଶେଷ ବୟାନ୍...
କୋଭିସିଲ୍ଡ ଟିକା ବ୍ରଟିଶ୍ କମ୍ପାନୀ ଆଷ୍ଟ୍ରାଜେନେକା ତିଆରି କରିଥିବା ବେଳେ ପୁଣେ ସ୍ଥିତ ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ଏହାକୁ ଉତ୍ପାଦନ କରୁଛି । ଭାରତ ସରକାର ୧୦୦ରୁ ଅଧିକ ରାଷ୍ଟ୍ରକୁ କୋଭିସିଲ୍ଡ ଟିକା ପଠାଇଛନ୍ତି ।
ନୂଆଦିଲ୍ଲୀ: ବ୍ରିଟେନ୍ ପ୍ରତି ଭାରତର ଯେସାକୁ ତେସା ନୀତି ପରେ ୟୁଏନଜିଏର ଜେନେରାଲ ଆସେମ୍ବ୍ଲିର ସଭାପତି ଅବଦୁଲ୍ଲା ଶାହିଦ ଏକ ବଡ଼ ବୟାନ ଦେଇଛନ୍ତି । ଭାରତରେ ଉତ୍ପାଦିତ କୋଭିସିଲ୍ଡ ଟିକାର ଦୁଇଟି ଡୋଜ୍ ସେ ମଧ୍ୟ ନେଇଛନ୍ତି ବୋଲି ବୟାନ୍ ଦେଇଛନ୍ତି । ଏଥିସହିତ ଟିକା ନେବା ପରେ ସେ ସୁସ୍ଥ ଆଉ କୌଣସି ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହୋଇନଥିବା କହିଛନ୍ତି । ଯାହାକୁ ନେଇ ଚର୍ଚ୍ଚା ଲାଗି ରହିଛି ।
ଶୁକ୍ରବାର ଦିନ ସାମ୍ବାଦିକ ସମ୍ମିଳନୀରେ ଶାହିଲ କହିଛନ୍ତି, "ଟିକାକୁ ନେଇ ଆପଣ ପ୍ରଶ୍ନ କରିଛନ୍ତି । ଯାହା ମୋ ପାଇଁ ଏକ କଠିନ ପ୍ରଶ୍ନ । ମୁଁ ଭାରତର କୋଭିସିଲ୍ଡ ଟିକା ନେଇଛି । ଏହାର ଦୁଇଟି ଯାକ ଡୋଜ୍ ମୋତେ ଦିଆଯାଇଛି । କେଉଁ ଦେଶ କୋଭିସିଲ୍ଡ ଟିକାକୁ ମାନ୍ୟତା ଦେବେ ନା ଅଗ୍ରାହ୍ୟ କରିବେ । ସେ କଥା ମୋତେ ଜଣାନାହିଁ । ସେକଥା ମୋ ଅପେକ୍ଷା ମେଡିକାଲ ବିଶେଷଜ୍ଞମାନେ ଭଲ କହିପାରିବେ। କିନ୍ତୁ ବିଶ୍ବର ଅଧିକାଂଶ ଲୋକେ କୋଭିସିଲ୍ଡ ଟିକା ନେଇଛନ୍ତି ।''
ଏହା ବି ପଢ଼ନ୍ତୁ: RSS ସହ ଗାନ୍ଧିଜୀଙ୍କ ସମ୍ପର୍କ ଥିଲା ନିବିଡ଼!
ସୂଚନାଯୋଗ୍ୟ, କୋଭିସିଲ୍ଡ ଟିକା ବ୍ରଟିଶ୍ କମ୍ପାନୀ ଆଷ୍ଟ୍ରାଜେନେକା ତିଆରି କରିଥିବା ବେଳେ ପୁଣେ ସ୍ଥିତ ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ଏହାକୁ ଉତ୍ପାଦନ କରୁଛି । ଭାରତ ସରକାର ୧୦୦ରୁ ଅଧିକ ରାଷ୍ଟ୍ରକୁ କୋଭିସିଲ୍ଡ ଟିକା ପଠାଇଛନ୍ତି । ବ୍ୟବସାୟିକ ଚୁକ୍ତି, ସହାୟତା ଓ କୋଭାକ୍ସ ଜରିଆରେ ୬୬ ମିଲିୟନ ଟିକାର ଡୋଜ୍ ୧୦୦ରୁ ଅଧିକ ରାଷ୍ଟ୍ରକୁ ପଠାଇଛି ଭାରତ । ଜାନୁଆରୀରେ ପ୍ରଥମ ବିଦେଶ ରାଷ୍ଟ୍ର ଭାବେ ମାଳଦ୍ୱୀପକୁ ଭାରତ ୧ ଲକ୍ଷ କୋଭିସିଲ୍ଡ ଟିକାର ଡୋଜ୍ ପଠାଇଥିଲେ। ଅବଦୁଲ୍ଲା ହେଉଛନ୍ତି ମାଳଦ୍ୱୀପ ନାଗରିକ । ଭାରତରୁ ମାଳଦ୍ୱୀପକୁ ଟିକା ଯିବା ପରେ ସେ କୋଭିସିଲ୍ଡର ଡୋଜ୍ ନେଇଥିଲେ । ମୋଟ ଉପରେ ମାଳଦ୍ୱୀପ ୩.୧୨ ଲକ୍ଷ ଡୋଜ୍ର କୋଭିସିଲ୍ଟ ଟିକା ଗ୍ରହଣ କରିଛି ।
ଏହା ବି ପଢ଼ନ୍ତୁ: SBI ଦେଉଛି ରୋଜଗାରର ସୁଯୋଗ! ଏହି ଡକ୍ୟୁମେଣ୍ଟଗୁଡିକ ଦାଖଲ କରି ପ୍ରତି ମାସରେ ପାଇପାରିବେ ୬୦ ହଜାର ଟଙ୍କା
ବ୍ରିଟେନ ପ୍ରଥମେ କୋଭିସିଲ୍ଡକୁ ମାନ୍ୟତା ଦେବାକୁ ମନା କରିଥିଲା । ତେବେ ଭାରତ ଆପତ୍ତି ଉଠାଇବାରୁ କୋଭିସିଲ୍ଡ ଟିକାକୁ ବ୍ରିଟେନ ମାନ୍ୟତା ଦେଇଛି । କିନ୍ତୁ ଟିକା ପ୍ରମାଣପତ୍ର ଉପରେ ସନ୍ଦେହ ପ୍ରକାଶ କରି ଭାରତୀୟମାନେ ବ୍ରିଟେନ ଗଲେ ସେମାନଙ୍କୁ ୧୦ ଦିନ କ୍ୱାରେଣ୍ଟିନରେ ରହିବାକୁ ପଡ଼ିବ ବୋଲି ସେଠାକାର ସରକାର ନିୟମ କରିଛନ୍ତି । ବ୍ରିଟେନ୍ର ଏଭଳି ନିୟମକୁ ଭାରତ ସରକାର ଦେଇଛନ୍ତି କଡ଼ା ଜବାବ । ଏଣିକି ବ୍ରିଟେନ ନାଗରିକ ଭାରତ ଆସିଲେ ୧୦ ଦିନ ପାଇଁ ବାଧ୍ୟତାମୂଳକ କ୍ୱାରେଣ୍ଟିନରେ ରହିବେ । ଏହି ନିୟମ ଆସନ୍ତା ୪ ତାରିଖରୁ ଲାଗୁ ହେବ। ଟିକା ନେଇ ଥିଲେ ବି କ୍ୱାରେଣ୍ଟିନ ନିୟମ ସମସ୍ତଙ୍କ ପାଇଁ ବାଧ୍ୟତାମୂଳକ ବୋଲି ଭାରତ ସରକାର ଗୁରୁବାର ଦିନ ପ୍ରେସ୍ ବିଜ୍ଞପ୍ତି ଜରିଆରେ ପ୍ରକାଶ କରିଛନ୍ତି ।