୧୯୩୪ ମସିହାରେ ଗାନ୍ଧୀ ମହାରାଷ୍ଟ୍ରର ୱାର୍ଦ୍ଧାରେ ଏକ ଆରଏସଏସ ଶାଖାରେ ସାମିଲ ହୋଇଥିଲେ । ସଙ୍ଘର ଦସ୍ତାବିଜରୁ ଜଣାପଡେ ଯେ ଗାନ୍ଧୀ ଉକ୍ତ ଶାଖାରେ ଆରଏସଏସ ଧ୍ୱଜାକୁ ସମ୍ମାନ ଜଣାଇବା ସହ ସ୍ୱୟଂସେବକ ମାନଙ୍କ ସହ ଆଲୋଚନା କରିଥିଲେ ।
Trending Photos
ତଥାକଥିତ ସମାଲୋଚକମାନେ ରାଷ୍ଟ୍ରିୟ ସ୍ୱୟଂ ସେବକ ସଙ୍ଘକୁ (RSS) ଗାନ୍ଧୀବାଦୀ ଦର୍ଶନର “ପରିପନ୍ଥୀ” କହି କଟାକ୍ଷ କରିଥାନ୍ତି । ଏ ସମ୍ୱନ୍ଧରେ ଯଦିଓ ଇତିହାସକୁ ଲୁଚାଇବା ପାଇଁ କିଛି ବ୍ୟବସ୍ଥିତ ପ୍ରଚାର ଚାଲି ଆସିଛି କିନ୍ତୁ ଉପଲବ୍ଧ ଥିବା ଐତିହସିକ ଦସ୍ତାବିଜ ଦର୍ଶାଉଛି ଯେ ମହାତ୍ମା ଗାନ୍ଧୀ ଓ ସଙ୍ଘ ଉଭୟଙ୍କର ସମ୍ପର୍କ ଥିଲା ଖୁବ ଘନିଷ୍ଠ ।
ଆରଏସଏସର ପ୍ରତିଷ୍ଠାତା ଡକ୍ଟର କେ.ବି ହେଡଗୱାରଙ୍କ (Dr. KB Hedgewar) ସହ ମହାତ୍ମା ଗାନ୍ଧୀଙ୍କ ସମ୍ପର୍କ ଚିହ୍ନିତ ହୁଏ ୧୯୨୨ ମସିହାରୁ, ସଙ୍ଘ ପ୍ରତିଷ୍ଠାର ତିନିବର୍ଷ ପୂର୍ବରୁ । ସେ ସମୟରେ ଗାନ୍ଧୀଜିଙ୍କ ଦ୍ୱାରା ଡାକରା ଦିଆଯାଇଥିବା ଅସହଯୋଗ ଆନ୍ଦୋଳନରେ ହେଡ଼ଗୱାର ଜଣେ କଂଗ୍ରେସ ସଦସ୍ୟ (Congress member) ଭାବରେ ଅଗଧାଡ଼ିର କାର୍ଯ୍ୟକର୍ତ୍ତା ଥିଲେ ।
ମହାତ୍ମା ଗାନ୍ଧୀଙ୍କୁ (Mahatma Gandhi) ୧୮ ମାର୍ଚ୍ଚ ୧୯୨୨ ରେ ଛଅ ମାସ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା । ଗାନ୍ଧୀଙ୍କ ଅନୁଗାମୀମାନେ ପ୍ରତ୍ୟେକ ମାସର ୧୮ ତାରିଖ ଦିନ ଗାନ୍ଧୀ ଦିବସ ପାଳନ କରୁଥିଲେ । ୧୮ ଅକ୍ଟୋବର ୧୯୨୨ ରେ, ଗାନ୍ଧୀ ଦିବସ ଅବସରରେ ନାଗପୁରରେ ଏକ ବିରାଟ କଂଗ୍ରେସ ସମାବେଶକୁ ସମ୍ବୋଧିତ କଲାବେଳେ ହେଡଗେୱାର କହିଥିଲେ, "ମହାତ୍ମା ଗାନ୍ଧୀଙ୍କ କଥା ଓ କାର୍ଯ୍ୟ ମଧ୍ୟରେ କୌଣସି ପାର୍ଥକ୍ୟ ନାହିଁ । ସେ ସର୍ବଦା ନିଜର ଆଦର୍ଶ ପାଇଁ ନିଜର ସର୍ବସ୍ୱ ବଳିଦାନ କରିବାକୁ ପ୍ରସ୍ତୁତ ଥାଆନ୍ତି ।”
୧୯୩୪ ମସିହାରେ ଗାନ୍ଧୀ ମହାରାଷ୍ଟ୍ରର ୱାର୍ଦ୍ଧାରେ ଏକ ଆରଏସଏସ ଶାଖାକୁ ସମ୍ବୋଧିତ କରିଥିଲେ । ସଙ୍ଘର ଦସ୍ତାବିଜରୁ ଜଣାପଡେ ଯେ ଗାନ୍ଧୀ ଉକ୍ତ ଶାଖାରେ ଆରଏସଏସ ଧ୍ୱଜାକୁ ସମ୍ମାନ ଜଣାଇବା ସହ ସ୍ୱୟଂସେବକ ମାନଙ୍କ ସହ ଆଲୋଚନା କରିଥିଲେ । ସ୍ୱୟଂସେବକ ମାନଙ୍କର ସରଳତା, ଅନୁଶାସନ ଓ ସେମାନଙ୍କ ମଧ୍ୟରେ ଥିବା ଭ୍ରାତୃଭାବକୁ ଦେଖି ଗାନ୍ଧିଜୀ ଖୁବ୍ ପ୍ରଭାବିତ ହୋଇଥିଲେ ।
ଏହାପରେ ୧୬ ସେପ୍ଟେମ୍ବର ୧୯୪୭ ରେ ଦିଲ୍ଲୀର ଭାଙ୍ଗୀ କଲୋନୀ ଠାରେ ଆରଏସଏସ ସ୍ୱୟଂସେବକ ମାନଙ୍କୁ ସମ୍ବୋଧିତ କରିବା ଅବସରରେ ଗାନ୍ଧୀ କହିଥିଲେ, "ଆରଏସଏସରେ କଠୋର ଅନୁଶାସନ, ସଂଗଠନ ଭିତରେ ଥିବା ସାମଜିକ ସମରତା ଓ ଧାର୍ମିକ ସରଳତା ମୋତେ ପ୍ରଭାବିତ କରିଛି ।"
ଆରଏସଏସ “ସେବା ତଥା ଆତ୍ମ-ବଳିଦାନ ଆଦର୍ଶ ଦ୍ୱାରା ଅନୁପ୍ରାଣିତ ହୋଇଛି” ବୋଲି ଗାନ୍ଧୀ ଜୋର ଦେଇ କହିଥିଲେ ଓ ଏହାସହ ଗାନ୍ଧୀ କହିଥିଲେ ଯେ ଭାରତର ହିତରେ ସଂଘ ଶକ୍ତିର ପ୍ରଗାଢ଼ ଭାବେ ବିନିଯୋଗ କରାଯିବା ଉଚିତ ।
୩୦ ଜାନୁଆରୀ ୧୯୪୮ ରେ ଗାନ୍ଧୀଜୀଙ୍କ ଦେହାନ୍ତରେ, ତତ୍କାଳୀନ ଆରଏସଏସ ସରସଙ୍ଘଚାଳକ ଏମଏସ ଗୋଲୱାଲକର ତାଙ୍କୁ ଏକ “ଅତୁଳନୀୟ ଏକତାର ସୂତ୍ରଧାର” ଭାବରେ ଅବିହିତ କରିଥିଲେ । ପରବର୍ତ୍ତୀ ସମୟରେ ଗୋଲୱାଲକର ତାଙ୍କର ଏକ ଅଭିଭାଷଣରେ କହିଥିଲେଯେ, “ମହାତ୍ମା ଗାନ୍ଧୀ ଅନ୍ୟ ସାଧାରଣ ବ୍ୟକ୍ତିଙ୍କ ପରି ଜନ୍ମ ହୋଇଥିଲେ, କିନ୍ତୁ ନିଜ କାର୍ଯ୍ୟ ବଳରେ ସେ ମହାମାନବ ଭାବେ ପ୍ରତିପାଦିତ କରିପାରିଥିଲେ । ଆମେ ନିଜ ଜୀବନକୁ ତାଙ୍କ ଢାଞ୍ଚାରେ ଗଢି ତୋଳିବା ଉଚିତ୍ ।”
ଆରଏସଏସ ନେତା ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ, ଯିଏକି ପରବର୍ତ୍ତି ସମୟରେ ଭାରତୀୟ ଜନ ସଙ୍ଘର ସଭାପତି ହୋଇଥିଲେ, ଗାନ୍ଧୀବାଦୀ ଚିନ୍ତନ ସର୍ବୋଦୟ, ସ୍ଵଦେଶୀ ଓ ଗ୍ରାମ ସ୍ୱରାଜକୁ ତାଙ୍କର ଅଭିନ୍ନ ମାନବବାଦ ଦର୍ଶନରେ ବିନିଯୋଗ କରିଥିଲେ ।
୧୯୬୩ ମସିହାରେ ଗାନ୍ଧୀ ଆନୁଷ୍ଠାନିକ ଭାବରେ ସଙ୍ଘର ସକାଳ ପ୍ରାର୍ଥନା 'ଏକାତ୍ମତା ସ୍ତୋତ୍ର' ରେ ସାମିଲ ହେଲେ । ସେବେଠୁ ସ୍ୱୟଂସେବକ ମାନେ ଗାନ୍ଧୀ ଏବଂ ତାଙ୍କ ମୂଲ୍ୟବୋଧକୁ ପ୍ରତିଦିନ ସକାଳେ ମନେ ପାକିଥାନ୍ତି ।
ଗାନ୍ଧୀଙ୍କ ସ୍ୱଦେଶୀ ସିଦ୍ଧାନ୍ତର ସଫଳ ପ୍ରୟୋଗ କରିବାପାଇଁ ୧୯୯୧ ମସିହାରେ ଆରଏସଏସ ସ୍ଵଦେଶୀ ଜାଗରଣ ମଞ୍ଚ (SJM) ପ୍ରତିଷ୍ଠା କରିଥିଲା ।
ଆରଏସଏସ ସରସଙ୍ଘଚାଳକ ମୋହନ ଭଗବତ ଅନେକବାର ଗୁରୁତ୍ୱାରୋପ କରିଛନ୍ତିଯେ ଗାନ୍ଧୀଙ୍କ ଦର୍ଶନକୁ ଠିକବାବେ ଅନୁଧ୍ୟାନ କରିବା ଏବଂ ବର୍ତ୍ତମାନର ଶନ୍ଦର୍ଭରେ ତାକୁ ପ୍ରୟୋଗ କରିବାର ଆବଶ୍ୟକତା ରହିଛି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଯେ କି ଜଣେ ପୂର୍ବତନ ଆରଏସଏସ ପ୍ରଚାରକ, ଆତ୍ମନିର୍ଭର ଭାରତ ଅଭିଯାନ ମାଧ୍ୟମରେ ଗାନ୍ଧୀବାଦୀ ଅର୍ଥନୈତିକ ତତ୍ୱକୁ ଏକ ନୂଆ ଦିଗନ୍ତ ଦେଇଛନ୍ତି ।