ଖାଦ୍ୟରେ ଘିଅ ମିଶାଇ ଖାଇଲେ ଖାଦ୍ୟର ସ୍ବାଦ ଦ୍ବିଗୁଣିତ ହୋଇଥାଏ । ଘିଅରେ ଥିବା ସୁସ୍ଥ ଚର୍ବି ସ୍ବାସ୍ଥ୍ୟ ପାଇଁ ବେଶ ଲାଭଦାୟକ ପ୍ରମାଣିତ ହୋଇଛି। ଘିଅ ଆମର ଖାଦ୍ୟରେ ଅନେକ ପୋଷକ ତତ୍ତ୍ବର ଅଭାବକୁ ପୂରଣ କରିଥାଏ । ଘିଅ ଚେହେରାରେ ଚମକ ଆଣିଥାଏ । ଏହା ସହ ଘିଅରେ ଅନକେ  ଔଷଧୀୟ ଗୁଣ ରହିଛି ଯାହାକୁ ଔଷଧରେ ମଧ୍ୟ ବ୍ୟବହାର କରାଯାଇଥାଏ । ଘିଅ ଆପଣଙ୍କ ହଜମ ପ୍ରକ୍ରିୟାକୁ ଠିକ୍ ରଖେ ଏବଂ କୋଷ୍ଠକାଠିନ୍ୟ ଭଳି ସମସ୍ୟା ଠାରୁ ଦୂରେଇ ରଖେ । ସୁଦ୍ଧ ଘିଅ ହୃଦୟକୁ ଫିଟ୍ ରଖିଥାଏ । ଆସନ୍ତୁ ଜାଣିବା ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଗାଈ ଘିଅ ନା ମଇଁଷି ଘିଅ, କେଉଁ ଘିଅ ଖାଇବା ଦ୍ବାରା ଆମକୁ ଅଧିକ ଲାଭ ମିଳିଥାଏ । 


COMMERCIAL BREAK
SCROLL TO CONTINUE READING

ଦୁଇଟି ଘିଅ ମଧ୍ୟରେ ପାର୍ଥକ୍ୟ କଣ ? 
ଯଦି ଦୁଇଟି ଘିଅ ବିଷୟରେ କଥା ହେବା ତେବେ ଗାଈ ଘିଅ ମଇଁଷି ଘିଅ ଠାରୁ ଟିକେ ହଳଦିଆ ରଙ୍ଗ କମ ଥାଏ । ସ୍ବାସ୍ଥ୍ୟ ବିଶେଷ଼ଜ୍ଞଙ୍କ ମତରେ ଗାଈ ଘିଅରେ  ମିନେରାଲ୍ସ,ଆଣ୍ଟି-ଅକ୍ସିଡାଣ୍ଟ ଏବଂ ପ୍ରୋଟିନ ସହ ଅନେକ ପୁଷ୍ଟିକର ତତ୍ତ୍ବ ମିଳିଥାଏ । କ୍ୟାଲସିୟମ ଏବଂ ଭିଟାମିନ୍ ବିଷୟରେ କହିବାକୁ ଗଲେ ଏହା ଉଭୟ ଗାଈ ଏବଂ ମଇଁଷି ଘିଅରେ ପର୍ଯ୍ୟାପ୍ତ ପରିମାଣରେ ମିଳିଥାଏ । ଶରୀରରେ ଫସଫରସ୍ ଏବଂ ମ୍ୟାଗ୍ନେସିୟମର  ଅଭାବ ରହିଥାଏ ତେବେ ଆପଣଙ୍କୁ ମଇଁଷି ଘିଅ ଅଧିକ ଲାଭ ଦେଇଥାଏ । 


Also Read ; ହାଇ କୋଲଷ୍ଟ୍ରଲର ଶିକାର ହେବା ପୂର୍ବରୁ ଦେଖାଦିଏ ଏସବୁ ଲକ୍ଷଣ, ଆପଣ ବି ସାମିଲ ନାହାଁନ୍ତି ତ?


ହଜମ ପାଇଁ କେଉଁ ଘିଅ ଅଧିକ ଲାଭଦାୟକ-
ଯଦି ଆପଣଙ୍କ ଘରେ କେହି ହଜମ ସହ ଜଡିତ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ତେବେ ଆପଣଙ୍କ ପାଇଁ ଗାଈ ଘିଅ ଅଧିକ ଲାଭଦାୟକ ଅଟେ କାରଣ ମଇଁଷି ଘିଅ ହଜମ କରିବା ପାଇଁ ଟିକେ କଷ୍ଟକର। ଗାଈ ଘିଅରେ ସାଲେୟୁବଲ୍ ଏସିଡ୍ ରହିଛି ଏହି କାରଣରୁ ଶିଶୁ ଏବଂ ବୃଦ୍ଧଙ୍କ ପାଇଁ ଅଧିକ ଲାଭଦାୟକ ପ୍ରମାଣିତ ହୋଇଛି । 


ଓଜନକୁ ନିୟନ୍ତ୍ରଣ କରିବା ପାଇଁ କେଉଁ ଘିଅ ଭଲ-
ଯଦି ଆପଣ ଓଜନକୁ ନିୟନ୍ତ୍ରଣ କରିବାକୁ ଚାହାଁନ୍ତି ତେବେ ଆପଣ ଗାଈ ଘିଅ ଅଧିକ ଫଳପ୍ରଦ । ଯଦି ଆପଣ ଓଜନ ବଢାଇବାକୁ ଚାହାଁନ୍ତି ତେବେ ଆପଣ ମଇଁଷି ଘିଅ ଅଧିକ ଭଲ । କିନ୍ତୁ ଘିଅ ଖାଇବା ସମୟରେ ମନେ ରଖନ୍ତୁ ଯେ କେବଳ ଏକ ନିର୍ଦ୍ଦିଷ୍ଟ ପରିମାଣର ବ୍ୟବହାର କରାଯିବା ଉଚିତ୍ । ଅଧିକ ପରିମାଣର ଘିଅ ଆପଣଙ୍କ ପାଇଁ କ୍ଷତିକାରକ ପ୍ରମାଣିତ ହୋଇପାରେ । ମଇଁଷି ଘିଅରେ ଚର୍ବି ଅଧିକ ପରିମାଣରେ ମିଳିଥାଏ ଏବଂ ଯେଉଁ ମାନେ ଅଧିକ ଶାରୀରିକ ପରିଶ୍ରମ କରନ୍ତି ତାଙ୍କ ପାଇଁ ଏହା ଅଧିକ ଲାଭଦାୟକ ବୋଲି ବିବେଚନା କରାଯାଇଛି । ମଇଁଷି ଘିଅରେ ସେଲଫ ଲାଇଫ ଅଧିକ ପରିମାଣରେ ମିଳିଥାଏ । ସେପଟେ ଗାଈର ଘିଅରେ ସେଲଫ ଲାଇଫ କମ୍ ପରିମାଣରେ ମିଳିଥାଏ ।