High Cholesterol Symptoms : ହାଇ କୋଲଷ୍ଟ୍ରଲର ଶିକାର ହେବା ପୂର୍ବରୁ ଦେଖାଦିଏ ଏସବୁ ଲକ୍ଷଣ, ଆପଣ ବି ସାମିଲ ନାହାଁନ୍ତି ତ?
Advertisement
Article Detail0/zeeodisha/odisha1385889

High Cholesterol Symptoms : ହାଇ କୋଲଷ୍ଟ୍ରଲର ଶିକାର ହେବା ପୂର୍ବରୁ ଦେଖାଦିଏ ଏସବୁ ଲକ୍ଷଣ, ଆପଣ ବି ସାମିଲ ନାହାଁନ୍ତି ତ?

High Cholesterol Symptoms :ଅସନ୍ତୁଳିତ ଜୀବନ ଶୈଳୀ ଓ ଖରାପ ଖାଦ୍ୟଅଭ୍ୟାସରୁ ଶରୀରରେ ହାଇ କୋଲେଷ୍ଟ୍ରଲ (High Cholesterol Symptoms) ସମସ୍ୟା ଦେଖାଦେଇଥାଏ । ଯାହା ମଣିଷକୁ ମାରାତ୍ମକ ରୋଗ ମୁହଁକୁ ଡାକି ନେଇଥାଏ । 

ସୌଜନ୍ୟ : ସୋସିଆଲ ମିଡିଆ

High Cholesterol Symptoms : ଅସନ୍ତୁଳିତ ଜୀବନ ଶୈଳୀ ଓ ଖରାପ ଖାଦ୍ୟଅଭ୍ୟାସରୁ ଶରୀରରେ ହାଇ କୋଲେଷ୍ଟ୍ରଲ (High Cholesterol Symptoms) ସମସ୍ୟା ଦେଖାଦେଇଥାଏ । ଯାହା ମଣିଷକୁ ମାରାତ୍ମକ ରୋଗ ମୁହଁକୁ ଡାକି ନେଇଥାଏ । ତେବେ, ଆପଣଙ୍କ ହାଇ କୋଲେଷ୍ଟ୍ରଲ ରେ ପୀଡିତ କି ନାହିଁ କିପରି ଜାଣିବେ।  ତେବେ ଆସନ୍ତୁ ଜାଣିବା ହାଇକୋଲଷ୍ଟ୍ରଲ ଶରୀରରେ ସୃଷ୍ଟି ହେବା ପୂର୍ବରୁ କିଛି ଲକ୍ଷଣ ଦେଖାଦେଇଥାଏ । 

ଶରୀରରେ ହାଇକୋଲେଷ୍ଟ୍ରଲ ବୃଦ୍ଧି ପାଇବା ପୂର୍ବରୁ ଅନେକ ଲକ୍ଷଣ ମଧ୍ୟ ଦେଖାଦେଇ ଥାଏ । ଯଦି ଆପଣ ହାଇ କୋଲେଷ୍ଟ୍ରଲ୍ର ଶିକାର ହୋଇଛନ୍ତି, ତେବେ ଆପଣଙ୍କ ଚର୍ମର ରଙ୍ଗ ବଦଳିବା ଆରମ୍ଭ କରିବ । ଶରୀରର ରଙ୍ଗ କଳା ମଧ୍ୟ ହୋଇଯିବାର ଆଶଙ୍କା ରହିଛି । ଏବଂ ଆଖିରେ ଚାରିପଟେ କିଛି ପିମ୍ପଲ୍ସ ମଧ୍ୟ ବାହାରିବା ଆରମ୍ଭ କରିଥାଏ । ଯଦି ଆପଣ ମଧ୍ୟ ଆପଣଙ୍କ ଚର୍ମରେ ଏହିସବୁ ପରିବର୍ତ୍ତନ ଦେଖନ୍ତି । ତେବେ, ତୁରନ୍ତ ଡାକ୍ତରଙ୍କ ସହିତ ଯୋଗାଯୋଗ କରନ୍ତୁ । ଯଦି ଆପଣଙ୍କ ଚେହେରା ଦୀର୍ଘ ସମୟ ଧରି କୁଣ୍ତେଇ ହେଉଛି ଏବଂ ଦାଗ ମଧ୍ୟ ରହୁଛି । ତେବେ ଆପଣଙ୍କର କୋଲେଷ୍ଟ୍ରଲ ସ୍ତର ଯାଞ୍ଚ କରନ୍ତୁ ଏବଂ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।

ଚେହେରାରେ ଅତ୍ୟାଧିକ କୁଣ୍ଡେଇ ହେବା ଏବଂ ଲାଲ ରଙ୍ଗ ପଡିବା ହାଇ କୋଲେଷ୍ଟ୍ରୋଲର ଲକ୍ଷଣ ଭାବରେ ବିବେଚନା କରାଯାଏ । ଶରୀରରେ କୋଲେଷ୍ଟ୍ରଲ ବୃଦ୍ଧି ହେଲେ ମୁହଁରେ ଛୋଟ ଛୋଟ ପିମ୍ପଲସ ବାହାରିବା ଆରମ୍ଭ କରିଥାଏ । ଏହା ସହିତ ଆଖି ଏବଂ ନାକ ଚାରିପାଖରେ ଛୋଟ ଲାଲ ରଙ୍ଗର ଦାଗ ମଧ୍ୟ ସୃଷ୍ଟି ହୋଇଥାଏ । ଯେତେବେଳେ ଆପଣଙ୍କ ଶରୀରରେ କୋଲେଷ୍ଟ୍ରଲ ସ୍ତର ବୃଦ୍ଧି ହୋଇଥାଏ । ତେବେ ଶରୀରରେ ବିଶେଷକରି ମୁହଁରେ ଘିମିରି ବାହାରିଥାଏ । କିନ୍ତୁ କିଛି ଲୋକ ଏହାକୁ ସାଧାରଣ ଭାବି ଅଣଦେଖା କରନ୍ତି । ଯଦି ଏହି ସମସ୍ୟା ଆପଣଙ୍କ ଶରୀରରେ ଦେଖାଯାଉଛି । ତେବେ, ଆପଣ ଏହାକୁ ଅଣଦେଖା ନ କରି ଡାକ୍ତରଙ୍କ ସହ ଯୋଗାଯୋଗ କରନ୍ତୁ । 

ଏହାବି ପଢନ୍ତୁ : Health Tips : ଏହି ଖାଦ୍ୟ ସାମଗ୍ରୀ କମାଇବା ଆପଣଙ୍କ ମୋଟାପଣ, ଜାଣନ୍ତୁ କେମିତି

 

ଶରୀରରେ ହାଇ କୋଲେଷ୍ଟ୍ରଲ ନିୟନ୍ତ୍ରଣର ଉପାୟ 

ଏଇରୋବିକ ବ୍ୟାୟାମ: ପ୍ରତ୍ୟେକ ଦିନ ୫ରୁ ୩୦ ମିନିଟ ପର୍ଯ୍ୟନ୍ତ ଏଇରୋବିକ୍‌ ବ୍ୟାୟାମ କରିବାଦ୍ୱାରା ଶରୀରରେ ଏଚ୍.ଡି.ଏଲ୍‌ର ମାତ୍ରା ୫ରୁ୧୦ ପ୍ରତିଶତ ବୃଦ୍ଧି ପାଇଥାଏ ।

ଓଜନ ହ୍ରାସ: ଯଦି ଆପଣ ମୋଟାପଣ ବା ଓବେସିଟିର ଶିକାର ହୋଇଥାଆନ୍ତି । ତେବେ ପ୍ରତି ୭ ପାଉଣ୍ଡର ହ୍ରାସଦ୍ୱାରା 1mg/Dl ପରିମାଣର ଏଚଡିଏଲର ବୃଦ୍ଧି କରିପାରିବେ ।

ଧୂମ୍ରପାନ ପରିତ୍ୟାଗ: ଧୂମପାନ ପରିତ୍ୟାଗଦ୍ୱାରା ଶରୀରରେ ୧୫ରୁ ୨୦ ପ୍ରତିଶତ ଏଚ୍.ଡି.ଏଲ୍‌ର ପରିମାଣ ବୃଦ୍ଧି ପାଇଥାଏ।

ଉପଯୁକ୍ତ ସ୍ୱାସ୍ଥ୍ୟବର୍ଦ୍ଧକ ଖାଦ୍ୟ: ଦୈନନ୍ଦୀନ ଖାଦ୍ୟରେ ଉଦ୍‌ଜାନୀକରଣ ସ୍ନେହସାରର ପରିମାଣକୁ ହ୍ରାସ କରି ଆପଣ ଏଲଡିଏଲ୍‌ର ପରିମାଣକୁ ହ୍ରାସ କରିପାରିବେ । ରିଫାଇନ ଚାଉଳ ଓ ଗହମ ପରି ଖାଦ୍ୟକୁ ବର୍ଜନ କରିବା ଉଚିତ ।

ପ୍ରାଣାୟମ: କପାଳଭାତି ଓ ଅନୁଲୋମ ବିଲୋମ ପରି ପ୍ରାଣାୟମର ଅଭ୍ୟାସଦ୍ୱାରା ଆପଣ ଶରୀରରେ ଏଚଡିଏଲ୍‌ର ପରିମାଣକୁ ବହୁ ପରିମାଣରେ ବୃଦ୍ଧି କରିପାରିବେ।

ଉପଯୁକ୍ତ ଔଷଧ ବ୍ୟବହାର: ନିଆସିନ ଜାତୀୟ ଔଷଧର ବ୍ୟବହାର କରି ଆପଣ ଏଚଡିଏଲର ମାତ୍ରାକୁ ବୃଦ୍ଧି କରିପାରିବେ ।

(ପ୍ରତ୍ୟାଖ୍ୟାନ: ଏହି ଆର୍ଟିକିଲରେ ଦିଆଯାଇଥିବା ସୂଚନା ସାଧାରଣ ଅନୁମାନ ଉପରେ ଆଧାରିତ । ଜି ଓଡିଶା ଏହାକୁ ନିଶ୍ଚିତ କରେ ନାହିଁ । କେବଳ ଜଣେ ବିଶେଷଜ୍ଞଙ୍କ ପରାମର୍ଶ ପରେ ଏହାକୁ ଅନୁସରଣ କରନ୍ତୁ ।)