Potato: ପନିପରିବା ମଧ୍ୟରେ ଆଳୁକୁ ରାଜା କୁହାଯାଏ । କାରଣ ଆଳୁ ଏପରି ଏକ ପରିବା ଯାହାକୁ ସମସ୍ତ ପସନ୍ଦ କରନ୍ତି। ଆଳୁ ବିନା ରୋଷେଇ ଘରେ ଖାଦ୍ୟ ପ୍ରସ୍ତୁତି ଅସମ୍ପୁର୍ଣ୍ଣ ବୋଲି କୁହାଯାଇ ପାରିବ। କାହିଁକିନା ଆଳୁରୁ ପ୍ରସ୍ତୁତ ହେଉଥିବା ସମସ୍ତ ପ୍ରକାର ରେସିପି ଅଧିକାଂଶ ଲୋକଙ୍କୁ ବହୁତ୍ ପସନ୍ଦ। ଆଳୁ ଦୁନିଆର ସବୁଠାରୁ ଲୋକପ୍ରିୟ ଏବଂ ସର୍ବାଧିକ ବ୍ୟବହୃତ ହେଉଥିବା ପରିବା ।  ଆଳୁ ଖାଇବା ଯେତିକି ସ୍ୱାଦିଷ୍ଟ, ଏହା ସ୍ୱାସ୍ଥ୍ୟ ପାଇଁ ଅଧିକ ଲାଭଦାୟକ ଅଟେ । ଆଳୁ ଉପରେ କରାଯାଇଥିବା ଏକ ଅଧ୍ୟୟନରେ ଏହା ଜଣାପଡିଛି ଯେ, ରକ୍ତ ସଞ୍ଚାଳନରେ ଉନ୍ନତି କରିବା ସହ ଶରୀରରେ ତରଳ ପଦାର୍ଥ ବଜାୟ ରଖିବାରେ ଆଳୁ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ତେବେ ଆସନ୍ତୁ ଜାଣିବା ଆଳୁ ଖାଇବା ଦ୍ବାରା ଆମ ଶରୀରକୁ କଣ ସବୁ ଫାଇଦା ମିଳିଥାଏ । 


COMMERCIAL BREAK
SCROLL TO CONTINUE READING

ଆଳୁ ହୃଦରୋଗୀଙ୍କ ପାଇଁ ଉପକାରୀ :
ଖବର ଅନୁଯାୟୀ, ଆଳୁ ହୃଦୟ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ବୋଲି ବିବେଚନା କରାଯାଏ । ବାସ୍ତବରେ ଆଳୁ କୋଲେଷ୍ଟ୍ରଲ୍ ମୁକ୍ତ ଅଟେ । ଏଥିରେ ଭିଟାମିନ୍ 'ବି' ଏବଂ 'ସି' ବ୍ୟତୀତ ଲ୍ୟୁଟିନ୍ ପରି କାରୋଟିନଏଡ୍ ମଧ୍ୟ  ଥାଏ । ଯାହା ହୃଦୟକୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ। 


ଉଚ୍ଚ ରକ୍ତଚାପ ପାଇଁ ରାମବାଣ ପରି କାର୍ଯ୍ୟ କରେ ଆଳୁ :
ଆଳୁ ଉଚ୍ଚ ରକ୍ତଚାପ ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ । ଆଳୁରେ ପୋଟାସିୟମ୍ ଭରପୂର ମାତ୍ରାରେ ଥାଏ, ଯାହା ରକ୍ତଚାପକୁ ନିୟନ୍ତ୍ରଣ କରିଥାଏ । ଏକ ଅଧ୍ୟୟନରେ ଏହା ଜଣାପଡିଛି ଯେ, ଚାପ ଦ୍ୱାରା ସୃଷ୍ଟି ହୋଇଥିବା ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣ କରିବାରେ ଆଳୁ ସହାୟକ ହୋଇଥାଏ। ଆଳୁରେ ଫାଇବରର ପରିମାଣ ମଧ୍ୟ ଅଧିକ ଥାଏ । ଯାହା ରକ୍ତଚାପରେ ପୀଡିତ ରୋଗୀଙ୍କୁ ସାହାଯ୍ୟ କରିଥାଏ ।


ଏହାବି ପଢନ୍ତୁ : Winter Skin Care: ଆପଣାନ୍ତୁ ଏହି ସବୁ ଟିପ୍ସ, ଶୀତଦିନେ ଚମକିବ ଆପଣଙ୍କ ତ୍ବଚା


ଶକ୍ତିଶାଳୀ ହାଡ ପାଇଁ ଆଳୁ ଖାଇବା ଉଚିତ୍ 
ଆଳୁରେ କ୍ୟାଲସିୟମ୍ ଥାଏ । ଏପରି ପରିସ୍ଥିତିରେ ହାଡକୁ ମଜବୁତ କରିବା ପାଇଁ ଆଳୁ ଏକ ଭଲ ପରିବା । ଯଦି ଆପଣଙ୍କର ହାଡ ଦୁର୍ବଳ, ତେବେ ପ୍ରତିଦିନ ଆଳୁ ଖାଆନ୍ତୁ । ଯଦି ଆପଣ ଚାହିଁବେ ପ୍ରତ୍ୟକ ଦିନ ନିଜ ଡାଏଟରେ ଆଳୁକୁ ସାମିଲ କରି ପାରିବେ। 


ବାର୍ଦ୍ଧକ୍ୟକୁ ରୋକିଥାଏ ଆଳୁ : 
ଯେତେବେଳେ ବାର୍ଦ୍ଧକ୍ୟ ଆସିଥାଏ ସେତେବେଳେ ନାନା ପ୍ରକାର ରୋଗ ଦେଖାଦେଇ ଥାଏ । ଖାସ୍ କରି ବୟସ ବଢିଲେ, ଶରୀରରେ କୁଞ୍ଚନ(wrinkles) ଆସେ। ଖାସ୍ କରି ଶରୀରରେ ରିଙ୍କିଲ୍ସ ନ ଆସିବା ପାଇଁ ଆପଣ ପ୍ରତିଦିନ ଆଳୁ ଖାଆନ୍ତୁ । ଆଳୁରେ ଭିଟାମିନ୍ ସି ଥାଏ, ଯାହା ବାର୍ଦ୍ଧକ୍ୟକୁ ବିଳମ୍ବରେ ଆସିବାକୁ ଦେଇଥାଏ । ଚେହେରାରେ ଆଳୁ ପେଷ୍ଟ ଲଗାଇଲେ ରିଙ୍କଲ୍ସ ଦୂର ହୋଇଥାଏ ।