ଶୀତଦିନେ ଏହି ଉପାୟରେ ଖଜୁରୀ ଖାଆନ୍ତୁ, ଥଣ୍ଡା ସର୍ଦ୍ଧି ଭଳି ରୋଗରୁ ମୁକ୍ତି ପାଆନ୍ତୁ
ଆଇରନ, ମିନେରାଲ୍, କ୍ୟାଲସିୟମ୍, ଆମିନୋ ଏସିଡ୍, ଫସଫରସ୍ ଏବଂ ଭିଟାମିନ୍ ଭରପୂର ଅଟେ । ଯଦି ଆପଣ କ୍ଷୀରରେ ମିଶ୍ରିତ ଖଜୁରୀ ଖାଆନ୍ତି, ତେବେ ଆପଣଙ୍କୁ ଦୁଇଗୁଣ ଲାଭ ମିଳିଥାଏ।
ନୂଆଦିଲ୍ଲୀ: ଶୀତଦିନେ ପ୍ରାୟତଃ ସ୍ୱାସ୍ଥ୍ୟରେ ଟିକେ ଅବନତି ଦେଖାଦିଏ । କାରଣ ପ୍ରବଳ ଥଣ୍ଡା ଯୋଗୁଁ କିଛି ମାତ୍ରାରେ ଦେହ ଅସୁସ୍ଥ ହୋଇପଡ଼ିଥାଏ । ସେଥିପାଇଁ ଶୀତଦିନେ ସୁସ୍ଥ ରହିବାକୁ ହେଲେ ଭଲ ଖାଦ୍ୟ ପୋଷଣ ମଧ୍ୟ ନିହାତି ଜରୁରୀ । ଶୀତଦିନେ ଖଜୁରୀ ଖାଇବା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ବୋଲି ବିବେଚନା କରାଯାଏ । ଏଥିରେ ଆଇରନ, ମିନେରାଲ୍, କ୍ୟାଲସିୟମ୍, ଆମିନୋ ଏସିଡ୍, ଫସଫରସ୍ ଏବଂ ଭିଟାମିନ୍ ଭରପୂର ଅଟେ । ଯଦି ଆପଣ କ୍ଷୀରରେ ମିଶ୍ରିତ ଖଜୁରୀ
ଖାଆନ୍ତି, ତେବେ ଆପଣଙ୍କୁ ଦୁଇଗୁଣ ଲାଭ ମିଳିଥାଏ।
ଶୀତ ଆରମ୍ଭରୁ ଅଧିକାଂଶ ଲୋକକୁ ଥଣ୍ଡା ଏବଂ ଜ୍ୱର ହେବା ଆରମ୍ଭ ହୋଇଯାଏ । ଯଦି ଆପଣ ପ୍ରତିଦିନ ଖଜୁରୀ (Dates) ଖାଉଛନ୍ତି ତେବେ ଏଥିରୁ ରକ୍ଷା ପାଇପାରିବେ । ଖଜୁରୀ ଖାଇବା ଦ୍ୱାରା ଏହା ଆପଣଙ୍କ ଶରୀରକୁ ଗରମ ରଖିବ। ୨ରୁ ୩ ଟି ଖଜୁରୀ, ଗୋଲ ମରିଚ ଏବଂ ଅଳେଇଚ ସହିତ ପାଣିରେ ଫୁଟାନ୍ତୁ। ଶୋଇବା ପୂର୍ବରୁ ଏହି ପାଣି ପିଅନ୍ତୁ । ଖଜୁରୀରେ ଫାଇବର, ଆଇରନ୍(Iron), କ୍ୟାଲସିୟମ୍, ଭିଟାମିନ୍ ଏବଂ ମ୍ୟାଗ୍ନେସିୟମ ଭରପୂର ଅଟେ । ଯାହା ଫଳରେ ଏହା ଶରୀରରେ ଗରମ ସୃଷ୍ଟି କରିବା ସହିତ ଏହା ଶକ୍ତି ମଧ୍ୟ ବୃଦ୍ଧି କରିଥାଏ।
Also Read: DRDO ତଥ୍ୟ ଲିଙ୍କ ଘଟଣା: ହନିଟ୍ରାପରେ ସଂପୃକ୍ତ ଆଉ ଜଣେ ଅଜଣା ସୁନ୍ଦରୀ
ଗ୍ଲୁକୋଜ ଏବଂ ଫ୍ରୁକଟୋଜରେ ଭରପୂର ଖଜୁରୀ ମଧୁମେହ ରୋଗୀଙ୍କ ପାଇଁ ମଧ୍ୟ ଲାଭଦାୟକ ଅଟେ । ଏହା ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ । ଏଥିରେ କୋଲେଷ୍ଟ୍ରଲ ନାହିଁ। ଗୋଟିଏ ଖଜୁରୀ ୨୩ କ୍ୟାଲୋରୀ ଦେଇଥାଏ । ଏହା ସହିତ, କୋଷର କ୍ଷତି, କର୍କଟ (Cancer) ଏବଂ ହୃଦରୋଗକୁ ରୋକିବାରେ ମଧ୍ୟ ଏହା ପ୍ରଭାବଶାଳୀ ସାବ୍ୟସ୍ତ ହୋଇଥାଏ।
Also Read: ରାଜନୀତି ଉଷ୍ମତା ଭିତରେ ଶିଥିଳ ପଡ଼ୁଛି ମମିତା ମୃତ୍ୟୁ ତଦନ୍ତ
ବୟସ ବଢିବା ସହ ହାଡ଼ ଦୁର୍ବଳ ହେବାକୁ ଲାଗିଥାଏ । ଖଜୁରୀରେ ମାଙ୍ଗାନିଜ୍, କପର ଏବଂ ମ୍ୟାଗ୍ନେସିୟମ ରହିଥାଏ । ଯାହା ହାଡକୁ ଶକ୍ତିଶାଳୀ କରିଥାଏ । ଖଜୁରୀ (Dates) ରେ ଫାଇବର ରହିଥାଏ । ଏହା ସହିତ କୋଷ୍ଠକାଠିନ୍ୟର ମଧ୍ୟ ସମସ୍ୟା ଦେଖାଦିଏ ନାହିଁ। ଖଜୁରୀକୁ ରାତିସାରା ପାଣିରେ ଭିଜାଇ ସକାଳେ ଗ୍ରାଇଣ୍ଡ୍ କରନ୍ତୁ । ଏହି ମିଶ୍ରଣକୁ ଖାଲି ପେଟରେ ପିଅନ୍ତୁ । ଏଥିଯୋଗୁଁ ହଜମ ଶକ୍ତି ବୃଦ୍ଧି ହେବା ସହ କୋଷ୍ଠ କାଠିନ୍ୟରେ ମଧ୍ୟ କୌଣସି ସମସ୍ୟା ଦେଖାଦିଏ ନାହିଁ।