DRDO ତଥ୍ୟ ଲିଙ୍କ ଘଟଣା: ହନିଟ୍ରାପରେ ସଂପୃକ୍ତ ଆଉ ଜଣେ ଅଜଣା ସୁନ୍ଦରୀ
Advertisement

DRDO ତଥ୍ୟ ଲିଙ୍କ ଘଟଣା: ହନିଟ୍ରାପରେ ସଂପୃକ୍ତ ଆଉ ଜଣେ ଅଜଣା ସୁନ୍ଦରୀ

ଅଜଣା ଯୁବତୀ ଜଣକ ପୁରୁଣା ରହସ୍ୟମୟୀ ଯୁବତୀଙ୍କ ପରିଚୟ ଦେଇ ଜଣେ ଅଭିଯୁକ୍ତଙ୍କୁ ନିଜର ଟଙ୍କା ଆବଶ୍ୟକ ଥିବା କହି ୪୦ ହଜାର ଟଙ୍କା ମାଗିଥିଲେ । 

DRDO ତଥ୍ୟ ଲିଙ୍କ ଘଟଣା: ହନିଟ୍ରାପରେ ସଂପୃକ୍ତ ଆଉ ଜଣେ ଅଜଣା ସୁନ୍ଦରୀ

ରାଜେଶ ସାମନ୍ତରାୟ, ଭୁବନେଶ୍ୱର:  ବାଲେଶ୍ବର ଚାନ୍ଦିପୁର DRDO ତଥ୍ୟ ଲିଙ୍କ ଘଟଣା । ଆଉ ଜଣେ ସନ୍ଦିଗ୍ଧ  ମହିଳାଙ୍କ ଲିଙ୍କ ଏବେ ସାମ୍ନାକୁ ଆସିଛି । ଏହି ମହିଳା ଜଣକ ଗିରଫ ୫ ଜଣ ବ୍ୟକ୍ତିଙ୍କ ମଧ୍ୟରୁ ଜଣଙ୍କ ଠାରୁ ୪୦ ହଜାର ଟଙ୍କା ନେଇଥିଲେ ବୋଲି ସୂଚନା ଦେଇଛି କ୍ରାଇମବ୍ରାଞ୍ଚ ।ଏହି ମହିଳା ଜଣକ ମୁମ୍ବାଇର ୨ ଜଣେ ଲୋକଙ୍କ ସାହାଯ୍ୟରେ ଏହି ଟଙ୍କା ନେଇଥିଲେ ବୋଲି ତଦନ୍ତକାରୀ ଟିମ୍ ଜାଣିବାକୁ ପାଇଛି । ସେପଟେ ମୁମ୍ବାଇର ସେହି ୨ ଜଣ ଲୋକଙ୍କୁ ଖୋଜିବାକୁ ଓଡ଼ିଶା କ୍ରାଇମବ୍ରାଞ୍ଚ ମୁମ୍ବାଇ ଯାଇଛି । 

ରହସ୍ୟମୟୀ ଯୁବତୀଙ୍କ ଚକ୍ରବ୍ୟୂହରେ ସାମିଲ ଆଉ ଜଣେ ଯୁବତୀ । ହନିଟ୍ରାପରେ ସଂପୃକ୍ତ ଆଉ ଜଣେ ଅଜଣା ସୁନ୍ଦରୀ । ଜଣେ ସୁନ୍ଦରୀ ଟଙ୍କା ଦେଉଥିଲା, ଆଉ ଜଣେ ସୁନ୍ଦରୀ ଟଙ୍କା ନେଇଯାଉଥିଲା । କିଛି ଏପରି ନୂଆ ତଥ୍ୟର ଖୁଲାସା କରିଛି ଓଡିଶା କ୍ରାଇମ୍ ବ୍ରାଞ୍ଚ । କ୍ରାଇମ୍ ବ୍ରାଞ୍ଚ (Crime Branch) ଏଡିଜି ସଂଜୀବ ପଣ୍ଡା କହିଛନ୍ତି ଗିରଫ ହୋଇଥିବା ଚାନ୍ଦୀପୁର ITRର ୫ ଜଣ କର୍ମଚାରୀଙ୍କ ମଧ୍ୟରୁ ଜଣଙ୍କ ଆକାଉଣ୍ଟକୁ ଦୁବାଇରୁ ଯେଉଁ ଟଙ୍କା ଆସିଥିଲା, ସେହି ଗିରଫ ବ୍ୟକ୍ତି ଜଣକ ଆଉ ଜଣେ ସୁନ୍ଦରୀଙ୍କୁ ୪୦ ହଜାର ଟଙ୍କା ଦେଇଥିଲେ । ଅଜଣା ଯୁବତୀ ଜଣକ ପୁରୁଣା ରହସ୍ୟମୟୀ ଯୁବତୀଙ୍କ ପରିଚୟ ଦେଇ ଜଣେ ଅଭିଯୁକ୍ତଙ୍କୁ ନିଜର ଟଙ୍କା ଆବଶ୍ୟକ ଥିବା କହି ୪୦ ହଜାର ଟଙ୍କା ମାଗିଥିଲେ । 

Also Read: ରାଜନୀତି ଉଷ୍ମତା ଭିତରେ ଶିଥିଳ ପଡ଼ୁଛି ମମିତା ମୃତ୍ୟୁ ତଦନ୍ତ

ଏପ୍ରିଲ ୧୮, ୨୦୨୧ ରେ ଅଭିଯୁକ୍ତ ମହିଳା ଦେଇଥିବା ବ୍ୟାଙ୍କ ଆକାଉଣ୍ଟ (Bank Account) କୁ ସେ ୪୦ ହଜାର ଟଙ୍କା ପଠେଇଥିଲେ । ପୁଣି ସେହି ମହିଳା ଜଣଙ୍କ ଓଡିଆ ଅଭିଯୁକ୍ତକୁ ତା ପର ଦିନ ମାନେ ୧୯ ଏପ୍ରିଲରେ ଟଙ୍କା ଫେରେଇ ଦେଇଥିଲେ । ହେଲେ ଟଙ୍କା ମୁମ୍ବାଇର ଦୁଇ ଜଣ ପୁରୁଷଙ୍କ ଆକାଉଣ୍ଟକୁ ପଠା ଯାଇଥିଲା ଏବଂ ପରେ ରହସ୍ୟମୟୀ ଯୁବତୀ ବ୍ୟାଙ୍କରେ ଟଙ୍କା ଡିପୋଜିଟ କରି ପୁଣି ଅଭିଯୁକ୍ତଙ୍କୁ ଫେରେଇଥିଲେ । 

Also Read: ବିମାନ ଦୁର୍ଘଟଣାରେ ବ୍ରାଜିଲର ଲୋକପ୍ରିୟ ଗାୟିକା ମାରିଲିଆଙ୍କ ମୃତ୍ୟୁ, ଭିଡିଓ ଭାଇରାଲ...

ହେଲେ ଟଙ୍କା ନେଇ ପୁଣି ଗୋଟିଏ ଦିନ ଅନ୍ତରରେ ଫେରାଇ ଦେବାର କାରଣ କଣ ତାହା ଜଣା ପଡିନାହିଁ । ଏପରିକି ଦ୍ବିତୀୟ ଯୁବତୀ ଜଣକ କିଏ ତାର ପରିଚୟ ମିଳିନି । ଅନୁମାନ କରାଯାଉଛି ଜଣେ  ଯୁବତୀ ପରିଚୟ ବଦଳାଇ ଏପରି କରିଥାଇପାରନ୍ତି । ତେବେ ମୁମ୍ବାଇ (Mumbai) ର ସେହି ୨ ଜଣ ବ୍ୟକ୍ତି କିଏ ତାହା ଜାଣିବା ଓଡିଶା କ୍ରାଇମ୍ ବ୍ରାଞ୍ଚ ପାଇଁ ନିହାତି ଜରୁରୀ ହୋଇ ପଡିଛି ।  ଏମାନେ ସ୍ଲିପର ସେଲ୍ ହୋଇ ଥାଇପାରନ୍ତି, ସେଥି ପାଇଁ ସେମାନଙ୍କୁ ଜାଣିବା ଓ ଗିରଫ କରିବା ପାଇଁ କ୍ରାଇମ୍ ବ୍ରାଞ୍ଚର ଗୋଟିଏ ଟିମ୍ ମୁମ୍ୱାଇ ଯାଇଛି ।