ମଧୁମେହ ଏପରି ଏକ ରୋଗ, ଯଦି କାହାକୁ ଥରେ ହୁଏ ତେବେ ସାରା ଜୀବନ ଜଗି ରଖି ଚଳିବାକୁ ପଡେ ନ ହେଲେ ଭୋଗୀ ପାରନ୍ତି ଅନେକ ସମସ୍ୟା । ବିଶ୍ବ ସାରା ବୈଜ୍ଞାନିକ ମାନେ ମଧୁମେହ ରୋଗକୁ ଦୂର କରିବାର ପ୍ରତିକାର ବା ଉପଶମ ପାଇବାରେ ସକ୍ଷମ ହୋଇ ନାହାନ୍ତି ।ଏପରି ସ୍ଥିତିରେ ଏକ ସୁସ୍ଥ ଖାଦ୍ୟ ଗ୍ରହଣ କରି ଆପଣ ନିଜ ରକ୍ତରେ ଶର୍କରା ସ୍ତରକୁ ସନ୍ତୁଳନ ରକ୍ଷା କରିପାରିବେ । ଜଣେ ବ୍ୟକ୍ତିକୁ ମଧୁମେହ ସେତେବେଳେ ହୁଏ ଯେବେ ପ୍ୟାନକ୍ରିସ ଇନସୁଲିନ ନିର୍ଗତ ହେବା ଅସମର୍ଥ ହୁଏ ଏହି କାରଣରୁ ରକ୍ତରେ ଶର୍କରା ସ୍ତର ନିୟନ୍ତ୍ରଣ ବାହାରକୁ ଯାଇ କୋଷରେ ଗଚ୍ଛିତ ହୋଇପାରେ ନାହିଁ । ଯଦି ମଧୁମେହ ରୋଗୀ ମାନେ ସେମାନେ ନିଜ ଖାଦ୍ୟ ପ୍ରତି ଧ୍ୟାନ ନ ଦିଅନ୍ତି ତେବେ ସେମାନେ ଅନ୍ୟାନ୍ୟ ରୋଗ ହେବାର ଆଶଙ୍କା ଅଧିକ ରହିଥାଏ । ତେଣୁ ସଠିକ୍ ଖାଦ୍ୟ ବାଛିବା ଏବଂ ଏହାକୁ ପ୍ରତିଦିନ ଅନୁସରଣ କରିବା ଜରୁରୀ ଅଟେ ।ଭାରତର ପ୍ରସିଦ୍ଧ ଡାଏଟିସିଆନ୍ ନିଖିଲ ଭାଟ୍ସ ଜି ନ୍ୟୁଜ ସହ ସାକ୍ଷାତକରି କହିଛନ୍ତି କି ଯଦି ଏକ ଖାସ ଜୁସ ମଧୁମେହ ରୋଗୀ ପିଅନ୍ତି ତେବେ ମଧୁମେହ ରୋଗୀଙ୍କ ରକ୍ତରେ ଶର୍କରା ସ୍ତର ନିୟନ୍ତ୍ରିତ ରହିବ । ଏହା ସହ ମେଦବହୁଳତା ଏବଂ ହୃଦରୋଗର ଆଶଙ୍କା ମଧ୍ୟ କମ୍ ହୋଇଥାଏ ।
 
ପିଜୁଳି ଏବଂ ପଇଡ ପାଣିର ଜୁସରୁ ମିଳିବ ଲାଭ-
ମଧୁମେହ ରୋଗୀଙ୍କ ପାଇଁ ପିଜୁଳି ଏବଂ ପଇଡ଼ ପାଣି ଦ୍ବାରା ଏକ ଖାସ ଡ୍ରିଙ୍କ ତିଆରି କରାଯାଇ ପାରେ ଯାହା ପ୍ରତ୍ୟେକ ଋତୁରେ ଆପଣଙ୍କ ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ଅଟେ । ଏହି ଫଳର ଉପକାରିତା ବିଷୟରେ ତ ସମସ୍ତେ ଜାଣିଛନ୍ତି କିନ୍ତୁ କଣ ଆପଣ ଜାଣିଛନ୍ତି କି ମଧୁମେହ ପରି ରୋଗର ମୁକାବିଲା ପାଇଁ ଏହି ଦୁଇ ଫଳରସ ମଧୁମେହ ରୋଗରୁ କିପରି ରକ୍ଷା କରିପାରେ ତେବେ ଆସନ୍ତୁ ଜାଣିବା । 


COMMERCIAL BREAK
SCROLL TO CONTINUE READING


 


ପଇଡ଼ ପାଣି କିପରି ମଧୁମେହ ରୋଗ ପାଇଁ ଉପକାରିତା !
ପଇଡ଼ ପାଣିରେ ହାଇ ଇଲେକ୍ଟ୍ରୋଲାଇଟ୍ ମିଳିଥାଏ ଯାହା ଶରୀରରେ ପି.ଏଚ୍ ସ୍ତରକୁ ସନ୍ତୁଳନ ରକ୍ଷା କରିଥାଏ ଏବଂ ମେଟାବୋଲିଜିମ୍ କୁ ବୁଷ୍ଟ କରିଥାଏ । ପଇଡ଼ରେ ପ୍ରାକୃତିକ ମିଠା ଅଂଶ ରହିଥାଏ । ଏହା ସହ ଫାଇବର,ପ୍ରୋଟିନ୍ ର ଏକ ସମୃଦ୍ଧ ଉତ୍ସ ମଧ୍ୟ କୁହାଯାଏ । ଏଥିରେ କ୍ୟାଲୋରୀ ଖୁବ କମ୍ ଥାଏ ଯେଉଁ କାରଣରୁ କୋଲେଷ୍ଟ୍ରଲ ଉପରେ ନିୟନ୍ତ୍ରଣ ରହିଥାଏ ଯାହା ମଧୁମେହ ରୋଗୀଙ୍କୁ ଆରାମ ପ୍ରଦାନ କରିଥାଏ । 


ପିଜୁଳି ଦ୍ବାରା ରକ୍ତରେ ଶର୍କରା ସ୍ତର ହୁଏ ନିୟନ୍ତ୍ରଣ 
ପିଜୁଳିରେ ଗ୍ଲାଇସେମିକ୍ ଇଣ୍ଡେକ୍ସ କମ୍ ରହିଥାଏ ଯାହା ମଧୁମେହ ରୋଗୀଙ୍କ ଡାଏଟ୍ ରେ ଖାସ ଖାଦ୍ୟ ଭାବେ ଗ୍ରହଣ କରାଯାଇ ପାରେ । ପିଜୁଳି ଦ୍ବାରା ହଜମ ପ୍ରକ୍ରିୟାକୁ ଧିରେ ଧିରେ କରିଥାଏ ଯାହା ଗ୍ଲୁକୋଜ ଲେବଲ୍ କୁ ହଠାତ ବଢିବାକୁ ଦିଏ ନାହିଁ । ଏଥିରେ ସୋଡିୟମ ଏବଂ କ୍ୟାଲୋରୀର ମାତ୍ରା ବି ଅଧିକ ନ ଥାଏ । ପୋଟାସିୟମ ଏବଂ ଫାଇବର ପ୍ରଚୁର ପରିମାଣରେ ମିଳିଥାଏ । ତେଣୁ ଏହା ସହଜରେ ରକ୍ତରେ ଶର୍କରା ସ୍ତରକୁ ନିୟନ୍ତ୍ରଣ କରିଥାଏ । 


କେମିତି ପ୍ରସ୍ତୁତ କରିବେ ପିଜୁଳି ଓ ପଇଡ଼ ପାଣି ଡ୍ରିଙ୍କ୍ -
-ପ୍ରଥମେ ୨ରୁ ୪ଖଣ୍ଡ ପିଜୁଳିକୁ କାଟି ତାକୁ ମିକ୍ସର ଗ୍ରାଇଣ୍ଡରରେ ଗ୍ରାଇଣ୍ଡ କରି ନିଅନ୍ତୁ ଏହା ପରେ ତାକୁ ଛାଣି ନିଅନ୍ତୁ । 
- ଏହା ପରେ ପିଜୁଳି ରସରେ ଗୋଟିଏ ଗ୍ଲାସ ପଇଡ଼ ପାଣି ମିଶାନ୍ତୁ । ସେଥିରେ ଏକ ଚାମଚ ଲେମ୍ବୁ ରସ ଏବଂ ଅଦା ପେଷ୍ଟ ମିଶାନ୍ତୁ । 
- ଯଦି ଅଧିକ ସ୍ବାଦିଷ୍ଟ କରିବାକୁ ଚାହାନ୍ତି ତେବେ ସେଥିରେ ତୁଳସୀ ପତ୍ରକୁ କାଟି ତା ଉପରେ ସଜାନ୍ତୁ । ଏହି ଡ୍ରିଙ୍କ ପ୍ରତିଦିନ ଜଳଖିଆ ସମୟରେ ପିଅନ୍ତୁ ଆପଣଙ୍କ ସ୍ବାସ୍ଥ୍ୟ ପାଇଁ ଏହା ଫଳପ୍ରଦ ଅଟେ ।