Diabetic Foot Care Tips: ମଧୁମେହ ବା ଡାଏବେଟିସ ରୋଗୀଙ୍କୁ ବିଭିନ୍ନ ପ୍ରକାର ଖାଦ୍ୟ ଖାଇବାରେ ବାରଣ ଥାଏ । ଏପରିକି ବିଶେଷ ଯତ୍ନ ମଧ୍ୟ ସେହି ରୋଗୀଙ୍କର ନିଆଯାଏ । ଶରୀରରେ ଚିନି ସ୍ତର ବଢିଲେ ସ୍ଥିତି ଅସମ୍ଭାଳ ହୋଇଥାଏ । ଖାସ କରି ଏହାର ପ୍ରଭାବ ପାଦ ଉପରେ ପଡିଥାଏ । ଚିନି ସ୍ତର ବୃଦ୍ଧି ହେତୁ ସ୍ନାୟୁରେ ହୋଇଥିବା କ୍ଷତି ହେତୁ ପାଦରେ ଯନ୍ତ୍ରଣା ଏବଂ ପାଦରେ ସଂକ୍ରମଣ ଭଳି ରୋଗ ହେବାର ସମ୍ଭାବନା ବଢିଥାଏ । ପାଦ ସଂକ୍ରମଣ ଅତ୍ୟନ୍ତ ସାଂଘାତିକ ହୋଇଯାଏ ଏବଂ ପରେ ପାଦରେ ରକ୍ତ ବାହାରେ ଏବଂ ଅମ୍ଳଜାନର ଅଭାବ ମଧ୍ୟ ଦେଖାଦେଇଥାଏ ।


COMMERCIAL BREAK
SCROLL TO CONTINUE READING

ବର୍ଷା ଋତୁରେ ଏହା ଅଧିକ ହୋଇଥାଏ । କାରଣ ପାଗରେ ଆର୍ଦ୍ରତା ଥାଏ ଏବଂ ଯଦି ପାଦରେ କୌଣସି  କ୍ଷତ ହୁଏ ତାହା ଶିଘ୍ର ଶୁଖେ ନାହିଁ । ବର୍ଷା ପାଣିରେ ବାରମ୍ବାର ଓଦା ହେବା ଦ୍ବାରା ପାଦର ଚର୍ମ ନଷ୍ଟ ହୋଇ ସଂକ୍ରମଣ ହେବାର ସମ୍ଭାବନା ରହିଛି । ଏପରି ପରିସ୍ଥିତିରେ ମଧୁମେହ ରୋଗୀଙ୍କ ପାଦର ଯତ୍ନ ନେବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଯାଏ । ଆପଣ ଜାଣନ୍ତି କି ଯଦି ମଧୁମେହ ରୋଗୀଙ୍କ ପାଦର ସଂକ୍ରମଣ ବଢିଥାଏ । ପରିସ୍ଥିତି ଏପରି ହୋଇଥାଏ ଯେ,ଗୋଡ କାଟିବା ପର୍ଯ୍ୟନ୍ତ କଥା ଆସିଥାଏ ।


ଠିକ୍ ସାଇଜର ଜୋତା ବା ଚପଲ ପିନ୍ଧନ୍ତୁ : ମଧୁମେହରେ ପୀଡିତ ରୋଗୀମାନେ ଠିକ୍ ନିଜ ପାଦ ସାଇଜରେ ଜୋତା କିମ୍ବା ଚପଲ ପିନ୍ଧିବା ଉଚିତ୍ । କାହିଁକିନ ଢିଲା ଜୋତା ପିନ୍ଧିଲେ ଆପଣଙ୍କ ପାଦ ଆଘାତ ହୋଇପାରେ । ଯଦି ଆପଣଙ୍କ ପାଦରେ ଆଘାତ ଲାଗେ । ଏହି କ୍ଷତ ଶିଘ୍ର ଶୁଖେ ନାହିଁ ।  ଭଲ ହେବା ପାଇଁ ବହୁତ ସମୟ ଲାଗେ,ତେଣୁ ଆପଣ ଯେତେ ସମ୍ଭବ ହାଲୁକା ଜୋତା ପିନ୍ଧିବା ଉଚିତ୍ । 


ମନଇଚ୍ଛା ଔଷଧ ଖାଆନ୍ତୁ ନାହିଁ : ମଧୁମେହ ରୋଗୀଙ୍କୁ ଡାକ୍ତରମାନେ କୁହନ୍ତି ଯେ, ଯଦି ଆପଣଙ୍କ ପାଦରେ କୌଣସି କ୍ଷତ କି ଦାନା ଭଳି କିଛି ହୋଇଛି । ତେବେ ମନଇଚ୍ଛା ଔଷଧ ସେବନ କରନ୍ତୁ ନାହିଁ ।ଏହା ଆପଣଙ୍କ ପାଇଁ ବଡ ବିପଦ ଆଣିଥାଏ । ଏହି କ୍ଷତ ଧୀରେ ଧୀରେ ଏକ ଅଲସରର ରୂପ ନେଇଥାଏ । ଆଙ୍ଗୁଠି ମଧ୍ୟରେ ସ୍ଥାନ ଯଥାସମ୍ଭବ ଶୁଖିଲା ରଖନ୍ତୁ କାରଣ ସଂକ୍ରମଣର ଅଧିକ ସମ୍ଭାବନା ଅଛି ।ଯଦି କୌଣସି କ୍ଷତ ଆପଣଙ୍କ ପାଦରେ ହୋଇଥାଏ ,ତେବେ ଡାକ୍ତରଙ୍କ ପରାମର୍ଶ ନେଇ ଔଷଧ ଖାଆନ୍ତୁ । ଏହାସହ  ବାହାରୁ ଘରକୁ ଫେରିବା ପରେ ପାଦକୁ ସାବୁନ ପାଣିରେ ଭଲରେ ଧୁଅନ୍ତୁ । ଏବଂ ଶୁଖିବାକୁ ଦିଅନ୍ତୁ ।  ଯଦି ପାଦରେ କୌଣସି ଆଘାତ କିମ୍ବା ଫୁଲା ଥାଏ, ତେବେ ପାଦକୁ ଉଷୁମ ପାଣିରେ ଧୋଇ ଦିଅନ୍ତୁ,କିନ୍ତୁ ପାଦକୁ ଗରମ ପାଣିରେ ବୁଡ଼ାଇ ରଖନ୍ତୁ ନାହିଁ ।


Also Read : Cesarean Delivery: ସିଜରିଆନ୍ ପ୍ରସବ ପରେ ଭୁଲରେ ଖାଆନ୍ତୁ ନାହିଁ ଏହି ଫଳ, ଉଭୟ ମାଆ ଏବଂ ଶିଶୁଙ୍କ ପାଇଁ ହୋଇଥାଏ କ୍ଷତିକାରକ!


ଯଥାସମ୍ଭବ ଆପଣଙ୍କ ପାଦରେ ମୋଜା  ପିନ୍ଧନ୍ତୁ : ଆପଣଙ୍କ ପାଦରେ କୌଣସି ଆଘାତ ଲାଗିଛି କି  ନାହିଁ ସେନେଇ ପ୍ରତିଦିନ ଚେକ୍ କରନ୍ତୁ । ଧୂମ୍ରପାନ କରୁଥିଲେ ଆପଣଙ୍କ ଗୋଡରେ ଥିବା ଶୀର ଗୁଡିକ ସଙ୍କୋଚିତ କରିପାରେ । ରକ୍ତ ସଞ୍ଚାଳନକୁ ଦୁର୍ବଳ କରିପାରେ,ଯାହା କ୍ଷତ ଆରୋଗ୍ୟକୁ ମନ୍ଥର କରିପାରେ ଏବଂ ଆପଣଙ୍କ ଅସୁବିଧାକୁ ବଢାଇାପାର । 


ଭାରତର ପ୍ରସିଦ୍ଧ ମଧୁମେହ ବିଶେଷଜ୍ଞ ଡାକ୍ତର ଅଶୋକ କୁମାର ଝିଙ୍ଗାନ (Dr. Ashok Kumar Jhingan)ଙ୍କ ଅନୁଯାୟୀ ଜଣେ ମଧୁମେହ ରୋଗୀ କେବଳ ରାତିରେ ଜୋତା ଏବଂ ଚପଲ କିଣିବା ଉଚିତ୍। ଡାକ୍ତର ଅଶୋକ କୁମାର ଝିଙ୍ଗାନଙ୍କ ମତରେ ସନ୍ଧ୍ୟା ବା ରାତି ସମୟରେ ମଧୁମେହ ରୋଗୀଙ୍କ ପାଦ ଟିକିଏ ବଡ ହୋଇଯାଇଥାଏ । ତେଣୁ କେବଳ ସନ୍ଧ୍ୟା ବା ରାତି ସମୟରେ ଜୋତା ଏବଂ ଚପଲ କିଣିବା ଉଚିତ୍ ।  ଡାକ୍ତରଙ୍କ ଅନୁଯାୟୀ,ମଧୁମେହ ରୋଗୀମାନେ ଆଉ ଦୁଇଟି ଜିନିଷର ଯତ୍ନ ନେବା ଉଚିତ୍। ଜୋତା କିଣିବାବେଳେ, ସବୁବେଳେ ମୋଜା ସହିତ ଜୋତାର ମାପ ନେଇ କିଣିବା ଉଚିତ । ପାଦର ଠିକ୍ ସାଇଜ୍ ଅନୁସାରେ ଚପଲ ପିନ୍ଧିବା ଉଚିତ।  ଯଥା ସମ୍ଭବ ଚପଲ ଅପେକ୍ଷା ଜୋତା ପିନ୍ଧିବାକୁ ଚେଷ୍ଟା କରନ୍ତୁ। 


 


(ପ୍ରତ୍ୟାଖ୍ୟାନ: ଏହି ଆର୍ଟିକିଲରେ ଦିଆଯାଇଥିବା ସୂଚନା ସାଧାରଣ ଅନୁମାନ ଉପରେ ଆଧାରିତ । ଜି ଓଡିଶା ଏହାକୁ ନିଶ୍ଚିତ କରେ ନାହିଁ । କେବଳ ଜଣେ ବିଶେଷଜ୍ଞଙ୍କ ପରାମର୍ଶ ପରେ ଏହାକୁ ଅନୁସରଣ କରନ୍ତୁ ।)