Diwali 2023 Remedies: ଆଜି ପବିତ୍ର ଦୀପାବଳି ଅମାବାସ୍ୟା (Diwali Amavasya 2023) । ଅନ୍ଧାର ଉପରେ ଆଲୋକର ଓ ଅଧର୍ମ ଉପରେ ଧର୍ମର ବିଜୟର ପ୍ରତୀକ ଦୀପାବଳି । କାର୍ତ୍ତିକ ମାସ କୃଷ୍ଣ ପକ୍ଷ ଅମାବାସ୍ୟାରେ ପ୍ରତିବର୍ଷ ଦୀପାବଳି ପର୍ବ (Diwali 2023) ପାଳନ କରାଯାଏ । ବିଶେଷ କରି ଆଜିର ଦିନରେ ମାଆ ଲକ୍ଷ୍ମୀ(maa lakshmi ) ଓ ଗଣେଶଙ୍କୁ (ganesh)ପୂଜା କରାଯାଏ।  ବିଶ୍ବାସ ରହିଛି ଯେ, ଆଜିକା ଦିନରେ ଲକ୍ଷ୍ମୀ ଓ ଗଣେଷଙ୍କୁ ପୂଜା କଲେ ଆର୍ଥିକ ସମସ୍ୟା ଦୂର ହେବା ସହ ଘରେ ସୁଖ, ସମୃଦ୍ଧି ବୃଦ୍ଧି ପାଇଥାଏ। ଯଦି ଆପଣଙ୍କ ଘରେ ଅର୍ଥର ଅଭାବ ଲାଗି ରହିଛି । ଆଉ ଯେତେ ରୋଜଗାର କଲେ ମଧ୍ୟ ଟଙ୍କା ଘରେ ରହୁନାହିଁ। ତେବେ, ଆପଣ ଦୀପାବଳି ପୂଜା ସମୟରେ ଏଭଳି କିଛି ଉପାୟ ଆପଣାନ୍ତୁ । ଯାହା ଆପଣଙ୍କ ଆର୍ଥିକ ସ୍ଥିତିକୁ ମଜବୁତ୍ କରିବାରେ ସହାୟକ ହେବ।


COMMERCIAL BREAK
SCROLL TO CONTINUE READING


ଆପଣାନ୍ତୁ ଏହି ଉପାୟ:


-ଦୀପାବଳିରେ ଦିନ ରାତିରେ ଆପଣ ଦେବୀ-ଲକ୍ଷ୍ମୀ ଓ ଗଣେଶଙ୍କୁ ପୂଜା କରିବା ସମୟରେ ୯ ଗୋମତି ଚକ୍ର ( Gomti Chakra)ମାଆଙ୍କୁ ଅର୍ପଣ କରନ୍ତୁ । ପୂଜା ପରେ ଘରର ଆଲମିରାରେ ଅର୍ଥାତ୍ ଯେଉଁଠି ଟଙ୍କା ରଖାଯାଏ। ସେଠି ପୂଜା ହୋଇଥିବା ଗୋମତି ଚକ୍ରକୁ ଘରେ ରଖନ୍ତୁ। ବିଶ୍ୱାସ କରାଯାଏ ଯେ, ଦୀପାବଳି ରାତିରେ ପୂଜା ହୋଇଥିବା ଗୋମତି ଚକ୍ରକୁ ଆଲମିରାରେ ରଖିବା ଦ୍ବାରା ଆର୍ଥିକ ସ୍ଥିତିରେ ସୁଧାର ଆସିଥାଏ। 


- ଯଦି ଆପଣଙ୍କ ବ୍ୟବସାୟରେ ଅଧିକ କ୍ଷତି ସହୁଛନ୍ତି । ଏବଂ ଲାଭ ହେଉନି । ତେବେ, ଦୀପାବଳି ରାତିରେ ମାଆ ଲକ୍ଷ୍ମୀଙ୍କୁ ବିଶେଷ କରି ହଳଦିଆ ଫୁଲ ଅର୍ପଣ କରନ୍ତୁ। ଯାହା ମାଆ ଲକ୍ଷ୍ମୀଙ୍କୁ ଖୁସି କରିଥାଏ।  ୪ଟି ଗୋଟା ଗୁଅ ଓ ହଳଦୀକୁ ନାଲି କପଡାରେ ବାନ୍ଧି ପୂଜା ସମୟରେ ମାଆଙ୍କ ପାଖରେ ରଖନ୍ତୁ। ଏବଂ ପୂଜା ପରେ ଏହାକୁ ନେଇ ଆପଣ ଟଙ୍କା ରଖୁ ଥିବା ସ୍ଥାନରେ ରଖନ୍ତୁ । ଦେଖିବେ ବ୍ୟବସାୟରେ ଆପଣ ଆଉ କ୍ଷତି ସହିବେନି ।  


-ଧାର୍ମିକ ବିଶ୍ୱାସ ଅନୁଯାୟୀ ଦେବୀ ଲକ୍ଷ୍ମୀ ଆଖୁକୁ ବହୁତ ଭଲ ପାଆନ୍ତି। ଏପରି ପରିସ୍ଥିତିରେ, ଦୀପାବଳି ଦିନ, ଆଖୁ ଆଣନ୍ତୁ ଏବଂ ରାତିରେ ଲକ୍ଷ୍ମୀଙ୍କ ପୂଜାରେ ବ୍ୟବହାର କରନ୍ତୁ। ଏହା ଜୀବନରେ ସୁଖ ଏବଂ ସମୃଦ୍ଧତା ଆଣିଥାଏ।


-ସେହିପରି ଦୀପାବଳି ଦିନ ଆପଣ ଦେବୀ ଲକ୍ଷ୍ମୀ ଏବଂ ଭଗବାନ ଗଣେଶଙ୍କୁ ପୂଜା କରିବା ପରେ ବିଷ୍ଣୁ ସାହାଷ୍ଟ୍ରାନାମ ପାଠ କରାଯିବା ଉଚିତ୍। ବିଶ୍ୱାସ କରାଯାଏ ଯେ ଦୀପାବଳି ଦିନ ଏହା କରିବା ଦ୍ୱାରା ଦେବୀ ଲକ୍ଷ୍ମୀ ପ୍ରସନ୍ନ ହୁଅନ୍ତି ଏବଂ ତାଙ୍କ ଭକ୍ତମାନଙ୍କ ଉପରେ ଟଙ୍କା ବର୍ଷା କରନ୍ତି।


(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ । କେବଳ ସୂଚନା ପାଇଁ ଦିଆଯାଇଛି । ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ । କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ ।)