Dhanteras: ଦୀପାବଳିର ଦୁଇଦିନ ପୂର୍ବରୁ ପଡିଥାଏ ଧନତେରାସ। ଏହି ଦିନ ଧନପ୍ରାପ୍ତି ପାଇଁ ମାଆ ଲକ୍ଷ୍ମୀ ଓ କୁବେରଙ୍କୁ ପୂଜା କରାଯାଏ। ଧନତେରସ ସଧ୍ୟାରେ ପରିବାରର ମଙ୍ଗଳ ପାଇଁ ଯମ ଦେବତାଙ୍କ ପାଇଁ ଘରେ ଦୀପ ଜଳାଯାଏ। ଏହି ଦିନ ଖୁବ ସାବଧାନତାର ସହ ନୀତି ନିୟମ ଅନୁଯାୟୀ ଲକ୍ଷ୍ମୀ ଓ କୁବେରଙ୍କ ପୁଜା କରାଯାଏ। ଏମିତି କିଛି କାର୍ଯ୍ୟ ରହିଛି ଯାହାକୁ ଏହି ଦିନ କରିବା ଅନୁଚିତ। ଚାଲନ୍ତୁ ଜାଣିବା କ'ଣ ସେହି କାମ ଯାହାକୁ ଧନତେରସ ଦିନ କଲେ ଧନହାନୀ ହୋଇଥାଏ।


COMMERCIAL BREAK
SCROLL TO CONTINUE READING

ଧନତେରାସ (Dhanteras) ଅବସରରେ ଘରେ କେବେ ଅଳିଆ ଆବଜର୍ନା ରଖନ୍ତୁ ନାହିଁ। ଏହା ପୂର୍ବରୁ ଘରକୁ ସଫା କରନ୍ତୁ। ଘରେ ବ୍ୟବହାର ହେଉ ନଥିବା ଅଥବା ପଡିଥିବା ପୁରୁଣା ଜିନିଷକୁ ବାହାର କରି ଫୋପାଡି ଦିଅନ୍ତୁ। ନ ହେଲେ ଘରକୁ ସକରାତ୍ମକ ଉର୍ଜା ଆସିବାରେ ବାଧା ଉପୁଜିଥାଏ। ଘରର ମୂଖ୍ୟ ଦ୍ବାରକୁ ସବୁ ବେଳେ ସଫା ରଖନ୍ତୁ। ଧ୍ୟାନ ଦିଅନ୍ତୁ ଏଠାରେ ଅଳିଆ କିମ୍ବା ଅବ୍ୟବହୃତ ସାମଗ୍ରୀ କେବେ ହେଲେ ରଖନ୍ତୁ ନାହିଁ। କୁହାଯାଏ ମୂଖ୍ୟ ଦ୍ବାର ଦେଇ ମାଆ ଲକ୍ଷ୍ମୀଙ୍କ (Maa Laxmi) ଆଗମନ ହୋଇଥାଏ।


ଭୁଲବଶତଃ ଧନତେରାସ ଦିନ କେବଳ କୁବେରଙ୍କୁ (God Kuber) ପୂଜା କରନ୍ତୁ ନାହିଁ। ଏହା ଦ୍ବାରା ଖୁବ ଅଶୁଭ ହୁଏ। କୁବେରଙ୍କ ସହ ମାଆ ଲକ୍ଷ୍ମୀ ଓ ଧନ୍ବନ୍ତରୀଙ୍କୁ (Maa Dhanwantari) ପୂଜା କରାଯିବା ଆବଶ୍ୟକ।


ଏହି ଦିନ ଭୁଲରେ ମଧ୍ୟ କୌଣସି କାଚ ଜିନିଷ କିଣନ୍ତୁ ନାହିଁ। ଧନତେରସ ଦିନ ସୁନା ରୂପା କିମ୍ବା ନୂଆ ବାସନ କିଣିଲେ ଶୁଭ ହୁଏ ବୋଲି ବିଶ୍ବାସ ରହିଛି। ଅନେକ ଲୋକଙ୍କ ଧାରଣା ରହିଛି ଯେ ଏହି ଦିନ କେବଳ ନୂଆ ଜିନିଷ କିଣିଲେ ଶୁଭ ହୋଇଥାଏ। ପୂରା ଦିନ କେବଳ କିଣାକିଣିରେ ସମୟ କାଟନ୍ତୁ ନାହିଁ। ପୂଜା ପାଠ ସହ ଘରେ ଦୀପ ଜାଳିଲେ ଖୁବ ଶୁଭ ହୋଇଥାଏ।


ଧନତେରସ ଦିନ କେବେ ହେଲେ ଦିନରେ ଶୁଅନ୍ତୁ ନାହିଁ। ଏହା ଦ୍ବାରା ଦାରିଦ୍ର୍ୟ ବଢିଥାଏ। ସମ୍ଭବ ହେଲେ ଏହି ଦିନ ରାତ୍ରୀ ଉଜାଗର ରହିଲେ ଭଲ। ଏହି ଦିନ ଘରେ ଝଗଡା କରନ୍ତୁ ନାହିଁ। ଘରର ମହିଳାଙ୍କୁ ସମ୍ମାନ କରନ୍ତୁ। କେବଳ ସେତିକି ନୁହେଁ କଳି ଝଗଡାରୁ ଦୁରେଇ ରୁହନ୍ତୁ।


ଧନତେରସ ଦିନ କାହାକୁ ମଧ୍ୟ ଉଧାର ଦିଅନ୍ତୁ ନାହିଁ। ଆପଣଙ୍କ ଘରୁ ଲକ୍ଷ୍ମୀଙ୍କୁ ବାହାରକୁ ଯିବାକୁ ଦିଅନ୍ତୁ ନାହିଁ। ଏହି ଦିନ କେବେ ହେଲେ ଲୁହାର କୌଣସି ସାମଗ୍ରୀ କିଣନ୍ତୁ ନାହିଁ। ଏହା ଦ୍ବାରା ଘରେ ଦାରିଦ୍ର୍ୟତା ବାସ କରେ। ନକଲି ମୂର୍ତ୍ତିର ପୂଜା କରନ୍ତୁ ନାହିଁ। ସୁନା ରୁପା କିମ୍ବା ମାଟିରେ ତିଆରି ମୂର୍ତ୍ତି ପୁଜା କଲେ ଭଲ। ହଳଦୀ  ଏବଂ କୁଙ୍କୁମରେ ଘରେ ଓଁ, ସ୍ବସ୍ତିକ ଆଙ୍କନ୍ତୁ।