ନୂଆଦିଲ୍ଲୀ: ଅଣ୍ଡା (Egg) ଆମର ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ହୋଇଥାଏ । ପ୍ରୋଟିନ (Protein) ରେ ଭରପୂର ଅଣ୍ଡା ନା କେବଳ ଆମର ମାଂସପେଶୀକୁ ମଜଭୁତ କରିଥାଏ, ବରଂ ହୃଦୟ ସଞ୍ଚାଳନକୁ ମଧ୍ୟ ସାହାଯ୍ୟ କରିଥାଏ । ନ୍ୟୁଟ୍ରିଶନର ପାୱାର ହାଉସ୍ ଅଣ୍ଡା ଜଳଖିଆରେ ଖିଆଯାଉଥିବା ଖାଦ୍ୟ ମଧ୍ୟରେ ସବୁଠାରୁ ଭଲ ଜିନିଷ । ଅଣ୍ଡାକୁ ସିଝେଇ ଖାଇବା ସହ ଏହାକୁ ଅମଲେଣ୍ଟ ମଧ୍ୟ କରି ଖାଇହେବ । କିନ୍ତୁ ଅଣ୍ଡା ସହ କିଛି ଏପରି ଜିନିଷ ଖାଇବା ଉଚିତ ନୁହେଁ, ଯାହା ଶରୀରରକୁ ବହୁତ କ୍ଷତି ପହଞ୍ଚାଇବ । ଆସନ୍ତୁ ଜାଣିବା କେଉଁ ଜିନିଷ ସହ ଅଣ୍ଡା ଖାଇବା ଉଚିତ ନୁହେଁ....


COMMERCIAL BREAK
SCROLL TO CONTINUE READING

୧.ଭୋଜା ମାଂସ ଓ ଅଣ୍ଡା (Meat and Egg)


ଅନେକ ଲୋକ ଅଣ୍ଡା ସହ ବାକେନ ବା ଭୋଜା ମାଂସର ମିଶ୍ରଣକୁ ଖାଆନ୍ତି । କାରଣ ଏଥିରୁ ପ୍ରୋଟିନ ପ୍ରଚୁର ପରିମାଣରେ ମିଳିଥାଏ । ଏହାସହ ଫ୍ୟାଟ୍ ମଧ୍ୟ ରହିଥାଏ । ଏହାର ମିଶ୍ରଣ ଆପଣଙ୍କ ଅଳସୁଆ କରିପାରେ । ଅଣ୍ଡା ଇନଷ୍ଟେଣ୍ଟ ଏନେର୍ଜି ଦେଇଥାଏ, କିନ୍ତୁ ବାକେନ ସହ ଖାଇବା ଦ୍ୱାରା ଆପଣଙ୍କୁ ଅଳସୁଆ କରିପାରେ ।


୨.ଚିନି ଓ ଅଣ୍ଡା (Sugar and Egg)


ଯଦି ଆପଣ ଅଣ୍ଡା ସହ ଚିନି ବ୍ୟବହାର କରିବା କଥା ଚିନ୍ତା କରୁଛନ୍ତି ତେବେ ଏହାର ସାଇଡ୍ ଇଫେକ୍ଟସ୍ ବିଷୟରେ ମଧ୍ୟ ଜାଣି ନିଅନ୍ତୁ । ଏହି ଦୁଇଟି ଜିନିଷର ମିଶ୍ରଣରୁ ବାହାରୁ ଥିବା ଅମିନୋ ଏସିଡ୍ ପରେ ଶରୀରର ପାଇଁ ଟକ୍ସିକରେ ପରିଣତ ହୁଏ । ଯାହା ରକ୍ତରେ କ୍ଲାଟ୍ ସମସ୍ୟା ବଢ଼ାଇ ଦେଇଥାଏ ।


୩.ସୋୟା ମିଲ୍କ ଓ ଅଣ୍ଡା (Soybean Milk and Egg)


ଜିମ୍ ଯାଉଥିବା ଅନେକ ଲୋକ ଅଣ୍ଡା ସହ ସୋୟା ମିଲ୍କର ସେବନ କରନ୍ତି । କ'ଣ ଆପଣ ଜାଣନ୍ତି କି ସୋୟା ମିଲ୍କ ସହ ଅଣ୍ଡା ଖାଇବା ଦ୍ୱାରା ଆମ ଶରୀରରେ ପ୍ରୋଟିନର ଅବଶୋଷଣ ପ୍ରକ୍ରିୟା ବାଧିତ ହୋଇଥାଏ ।


୪.ଚା' ଓ ଅଣ୍ଡା (Tea and Egg)


ଦୁନିଆର ଅନେକ ସ୍ଥାନରେ ଚା' ସହ ଅଣ୍ଡା ଖାଇବାର ପ୍ରଚଳନ ରହିଛି । ଆପଣ ହୁଏତ ଜାଣି ନଥିବେ ଯେ ଏହି ଦୁଇଟିର ମିଶ୍ରଣ କୋଷ୍ଠକାଠିନ୍ୟର ସମସ୍ୟା ସୃଷ୍ଟି କରିଥାଏ । ଯାହା ଆଗକୁ ଯାଇ ସ୍ୱାସ୍ଥ୍ୟକୁ ଆହୁରି କ୍ଷତି ପହଞ୍ଚାଇଥାଏ । 


ଏହା ବି ପଢ଼ନ୍ତୁ:-ଗହଣା କିଣିବାର ସୁବର୍ଣ୍ଣ ସୁଯୋଗ: ୩୬ ପ୍ରତିଶତ ଶସ୍ତା ମିଳୁଛି ସୁନା! ଜାଣନ୍ତୁ କେମିତି କିଣିବେ ଓ କେଉଁଠି ମିଳିବ


ଏହା ବି ପଢ଼ନ୍ତୁ:-ଦଶହରା ପୂର୍ବରୁ ସରକାରୀ କର୍ମଚାରୀଙ୍କୁ ମିଳିବ ବଡ଼ ଉପହାର, ବଢ଼ିବ ମହଙ୍ଗା ଭତ୍ତା!


ଏହା ବି ପଢ଼ନ୍ତୁ:-୨୦୨୪ରେ ପିଏମ ମୋଦିଙ୍କ ସାମ୍ନାରେ କିଏ ହେବେ ଚେହେରା? ବିରୋଧୀ ଏହି ଫର୍ମୂଲାରୁ କରିବେ ସ୍ଥିର


 


୫. ଅଣ୍ଡା ଓ ଏସବୁ ଜିନିଷ


ଏପରି ଅନେକ ଜିନିଷ ରହିଛି ଯାହା ସହ ଆପଣଙ୍କୁ ଅଣ୍ଡା ଖାଇବା ଉଚିତ ନୁହେଁ । ଯେପରି ତରଭୁଜ ସହ କେବେବି ଅଣ୍ଡା ଖାଆନ୍ତୁ ନାହିଁ । ଏହା ବ୍ୟତୀତ ବିନ୍ସ, କ୍ଷୀର ବା ଏହା ସମ୍ୱନ୍ଧିତ ଜିନିଷ ସହ ଅଣ୍ଡା ଖାଆନ୍ତୁ ନାହିଁ । ନଚେତ୍ ଆପଣଙ୍କ ଶରୀରର ଉପରେ ଖରାପ ପ୍ରଭାବ ପକାଇପାରେ ।