Shani Upay: ଶନି ଦେବଙ୍କ କୋପରୁ ମୁକ୍ତି ପାଇବା ପାଇଁ କରନ୍ତୁ ଏହି ସବୁ ବସ୍ତୁର ଦାନ, ମିଳିବ ଲାଭ
Shani Upay: ଶନି ଦେବଙ୍କ କୃପା ହେଲେ ବ୍ୟକ୍ତିର ସମସ୍ତ କାମରେ ସଫଳ ହୋଇଥାଏ । ସେହିପରି ଶନି ଦେବ କୋପ କଲେ ଜୀବନରେ ସମସ୍ୟା ଉପୁଜିଥାଏ । ତେବେ ଆଜି ଆସନ୍ତୁ ଜାଣିବା ଶନିବାର ଦିନ କେଉଁ ସବୁ ବସ୍ତୁ ଦାନ କଲେ ଶନି ଦେବଙ୍କ କୃପା ଲାଭ ହୋଇଥାଏ ।
Shani Upay: ଶନି ଦେବଙ୍କୁ(Shani lord) ନ୍ୟାୟର ଦେବତା ବୋଲି କୁହାଯାଏ। ବିଶ୍ବାସ ରହିଛି ଯେ, ଶନି ଦେବ ଜଣେ ବ୍ୟକ୍ତିଙ୍କୁ ତା କର୍ମ ଅନୁଯାୟୀ ଶୁଭ ଓ ଅଶୁଭ ଫଳ ପ୍ରଦାନ କରିଥାଆନ୍ତି । ଏଭଳି ପରିସ୍ଥିତିରେ, ଜାତକରେ ଶନିଙ୍କ ସ୍ଥିତି ସଠିକ୍ ସ୍ଥାନରେ ରହିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଶନି ଦେବ କୋପ କଲେ ଜଣେ ବ୍ୟକ୍ତିଙ୍କ ଜୀବନରେ ଅନେକ ସମସ୍ୟା ଉପୁଜିଥାଏ । ବ୍ୟକ୍ତିକୁ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେବାକୁ ପଡି଼ଥାଏ । ସେହିପରି ଶନି ଦେବଙ୍କ ଆର୍ଶବାଦ ମିଳିଲେ ବ୍ୟକ୍ତି ସମସ୍ତ କାର୍ଯ୍ୟରେ ସଫଳତା ପାଇଥାଏ । ଯଦି ଆପଣ ଶନି ଦେବଙ୍କୁ ସନ୍ତୁଷ୍ଟ କରି ଜୀବନ ଥିବା ସମସ୍ୟାକୁ ଦୂର କରିବାକୁ ଚାହୁଁଛନ୍ତି ତାହାଲେ ଶନିବାର ଦିନ ଏହି ସବୁ ଉପାୟ କରି ଶନି ଦେବତାଙ୍କୁ ପ୍ରସନ୍ନ କରନ୍ତୁ ।
ଶନିବାର ଦିନ ଏହି ସବୁ ଜିନିଷ ଦାନ କଲେ ଶାନ୍ତ ହୋଇଥାଆନ୍ତି ଶନି ଦେବତା
ଯେଉଁ ବ୍ୟକ୍ତି ବିଶେଷଙ୍କ ଜାତକରେ ଶନି ଦୋଷ ରହିଛି ସେମାନେ ଶନିବାର(Saturday) ଦିନ ସକାଳ ସମୟରେ ପଞ୍ଚାମୃତରେ କଳା ତେଲ ମିଶାଇ ଭଗବାନ ଶିବଙ୍କୁ ଅପର୍ଣ କଲେ ଶନି ଦଶା ଓ ଯନ୍ତ୍ରଣାରୁ ମୁକ୍ତି ମିଳିଥାଏ ।
ଶନିବାର ଦିନ କଳା ପୋଷାକ(Balack Dress), କଳା କମ୍ବଳ ବା କଳା ରଙ୍ଗର ପଶମ ପୋଷାକ ଦାନ କରିବା ଦ୍ବାରା ଶନି ଦେବଙ୍କ ଆଶୀର୍ବାଦ ମିଳିଥାଏ । ଶନିବାର ଦିନ ଏହି ପ୍ରତିକାର କଲେ ଶନି ଦେବ ସନ୍ତୁଷ୍ଟ ହେବା ସହ ଶୁଭ ଫଳାଫଳ ପ୍ରଦାନ କରିଥାଆନ୍ତି ।
ଶନି ଦଶାରୁ ମୁକ୍ତି ପାଇବା ପାଇଁ ବ୍ୟକ୍ତି ସୋରିଷ ତେଲରେ(Mustard Oil) ମୁହଁ ଦେଖିବା ଉଚିତ୍ । ଅଭାବୀ ଲୋକଙ୍କୁ ତେଲ ଦାନ କରିବା ଦ୍ବାରା କ୍ରୋଧିତ ଶନି ଦେବ ଶାନ୍ତ ହୋଇଥାଆନ୍ତି ।
ଶନିବାର ଦିନ ବୃଦ୍ଧ ଓ ଅଭାବୀ ବ୍ୟକ୍ତିଙ୍କୁ ଜୋତା, ଚପଲ ଦାନ କରନ୍ତୁ। ଏହାଛଡ଼ା କଳା ତେଲ, ସୋରିଷ ତେଲ ଓ କଳା ରଙ୍ଗର ଜିନିଷ ଦାନ କଲେ ଶନି ଦଶା ଓ ଯନ୍ତ୍ରଣାରୁ ମୁକ୍ତି ମିଳିଥାଏ ।
ପ୍ରତି ଶନିବାର(Saturday) ଦିନ ଏକ କଳା ରଙ୍ଗର ଗାଇକୁ ପୂଜା କରନ୍ତୁ । ରୋଷେଇ କରିବା ପରେ ପ୍ରଥମେ ଗାଈକୁ(Cow) ଖାଇବାକୁ ଦିଅନ୍ତୁ । ଗାଈର କପାଳରେ ସିନ୍ଦୁର ଲଗାଇ ଲଡୁକୁ ଖାଇବାକୁ ଦେଇ ପାଦକୁ ସ୍ପର୍ଶ କରନ୍ତୁ । ଏହା ଆପଣଙ୍କୁ ଶନିଙ୍କ ଖରାପ ପ୍ରଭାବରୁ ମୁକ୍ତି ଦେଇଥାଏ ।
ଶନିଙ୍କ ପ୍ରଭାବରୁ ମୁକ୍ତି ପାଇବା ପାଇଁ ପ୍ରତି ଶନିବାର ଦିନ ମାଙ୍କଡ(Money) ମାନଙ୍କୁ ଭଜା କଳା ଚଣା ଖାଇବାକୁ ଦିଅନ୍ତୁ । ପ୍ରତି ଶନିବାର ଦିନ ମିଠା ରୋଟି ପ୍ରସ୍ତୁତ କରି ଏଥିରେ ତେଲ ଲଗାଇ କଳା କୁକୁରକୁ(Black Dog) ଖାଇବାକୁ ଦିଅନ୍ତୁ ।
ଶନିଙ୍କ କୋପରୁ ମୁକ୍ତି ପାଇବା ପାଇଁ, ପ୍ରତି ଶନିବାର ଦିନ ସୂର୍ଯ୍ୟୋଦୟ ପୂର୍ବରୁ ଉଠି ଗାଧୋଇବା ପରେ ଓସ୍ତ ଗଛ ତଳେ ସୋରିଷ ତେଲ ଦୀପ ଓ ଧୂପ ଜଳାଇ ଗାଈର କଞ୍ଚା କ୍ଷୀର ଅପର୍ଣ କରନ୍ତୁ ।
ଶନି ଶାନ୍ତି ଉପାୟ
ଶନିଙ୍କ କୋପ ଦୃଷ୍ଟିରୁ ମୁକ୍ତି ପାଇବା ପାଇଁ ପିପଲ ଗଛକୁ ଜଳ ଅର୍ପଣ କରିନ୍ତୁ । ଏହାପରେ ଏକ ମଇଦା ଦୀପ ଓ ଧୂପକାଠି ଜାଳନ୍ତୁ ।
ଶନି ଦଶା ଦୂର କରିବା ପାଇଁ ଶନିବାର ଦିନ ସ୍ବାତ୍ତିକ ଖାଦ୍ୟ ଖାଇବା ଉଚିତ୍ । ବ୍ୟକ୍ତି ମାଂସ ଓ ମଦ୍ୟପାନରୁ ଦୂରେଇ ରହିବା ଉଚିତ୍ ।
Also Read: Horoscope Today: ଆଜି ଏହି ଏସବୁ ରାଶି ଉପରେ ହେବ ଧନର ବର୍ଷା, ଜାଣନ୍ତୁ କେମିତି ରହିବ ଶୁକ୍ରବାର
Also Read: Moong Dal Side effects: ଏହିସବୁ ସମସ୍ୟା ଥିଲେ ଆଦୌ ଖାଆନ୍ତୁ ନାହିଁ ମୁଗ ଡ଼ାଲି, ହୋଇପାରେ କ୍ଷତି!