Ganesh Chaturthi 2023: ଆସନ୍ତାକାଲି ଗଣେଶ ପୂଜା ବା ଗଣେଶ ଚତୁର୍ଥୀ (Ganesh Chaturthi 2023) । ହିନ୍ଦୁ କ୍ୟାଲେଣ୍ତରର ଅନୁସାରେ, ଅଗ୍ରପୂଜ୍ୟ, ବିଘ୍ନରାଜ ଶ୍ରୀ ଗଣେଶ (Ganesh Chaturthi) ପୂଜା ପ୍ରତିବର୍ଷ ଭାଦ୍ରବ ଶୁକ୍ଲ ଚତୁର୍ଥୀ ଦିନ ପାଳନ କାରଯାଏ। ପୂଜା ପାଇଁ ଲୋକଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ ଦେଖିବାକୁ ମିଳିଛି। ତେବେ, ଏଥର ଗଣେଶ ପୂଜାରେ ଏକ ମହାସଂଯୋଗ ସୃଷ୍ଟି ହୋଇଛି। ଏଭଳି କିଛି ଉପାୟରେ ବିଘ୍ନରାଜ ଶ୍ରୀ ଗଣେଶଙ୍କୁ ପୂଜା କରିବା ଦ୍ବାରା ଆପଣ ଜୀବନରେ ଧନ, ଐଶ୍ବର୍ଯ୍ୟ ବୃଦ୍ଧି ହୋଇଥାଏ। ଏବଂ ସମସ୍ତ ଦୁଃଖ କଷ୍ଟ ଦୂର ହୋଇଥାଏ। ଆର୍ଥିକ ସ୍ଥିତି ମଧ୍ୟ ମଜବୁତ୍ ହୋଇଥାଏ। 


COMMERCIAL BREAK
SCROLL TO CONTINUE READING

ଗଜାନନଙ୍କୁ କରନ୍ତୁ ଏପରି ପୂଜା, ଜୀବନରୁ ଦୂର ହେବ ଦୁଃଖକଷ୍ଟ:


Also Read: Ganesh Chaturthi 2023: ଗଣେଷ ପୂଜା ପରଠୁ ବଦଳିବ ଏହିସବୁ ରାଶିଙ୍କ ଭାଗ୍ୟ, ଧନଧାନ୍ୟରେ ପୂରିଯିବ ଜୀବନ!


ହିନ୍ଦୁ ଧର୍ମରେ ଭଗବାନ ଗଣେଷଙ୍କୁ ଅଗ୍ରଗନ୍ୟର ମାନ୍ୟତା ଦିଆଯାଇଛି । କୌଣସି ଶୁଭ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ଗଣେଷଙ୍କୁ ପ୍ରଥମେ ପୂଜା କରାଯାଏ। 


୧-ଯଦି ଆପଣ ଘରେ ଗଣେଷଙ୍କ ପୂଜା କରୁଛନ୍ତି । ତେବେ, ଆପଣଙ୍କ ଘରର ଉତ୍ତର-ପୂର୍ବ ଦିଗରେ ଗଣପତିଙ୍କ ମୂର୍ତ୍ତୀ ବା ଫଟୋ ସ୍ଥାପନ କରନ୍ତୁ। ମୂର୍ତ୍ତି ସ୍ଥାପନ କରିବାବେଳେ, ବିଶେଷ ଧ୍ୟାନ ଦିଅନ୍ତୁ ଯେ, ଘରର ସାମ୍ନାପଟରେ ଯେପରି ଗଜାନନଙ୍କ ମୁହଁ ଦେଖାଯିବା ଉଚିତ୍ । ଏହାଳି ଭାବେ ଘରର ମୁଖ୍ୟ ଦ୍ବାର ମୁହଁରେ ପୂଜା କରିବା ଶୁଭ ବୋଲି ବିବେଚନା କରାଯାଏ ।


୨-ଖାସ୍ କରି ଧାର୍ଯ୍ୟ ହୋଇଥିବା ଶୁଭ ସମୟରେ ଗଣେଷଙ୍କ ପୂଜା କରିବା ଉଚିତ୍ । ଏହା କରିବା ଦ୍ବାରା ଆପଣଙ୍କୁ ସମସ୍ତ କାର୍ଯ୍ୟରେ ଶୁଭଫଳ ମିଳିଥାଏ। ପୂଜା ସହିତ ତିନି ଥର ଆଳତୀ ମଧ୍ୟ କରିବା ଉଚିତ୍ ।  


୩- ଶାସ୍ତ୍ର ଅନୁଯାୟୀ ଭଗବାନ ଗଣେଶ ଲାଲ ରଙ୍ଗକୁ ବହୁତ ଭଲ ପାଆନ୍ତି। ଏପରି ପରିସ୍ଥିତିରେ ଗଣେଶ ପୂଜା ସମୟରେ ଲାଲ୍ ରଙ୍ଗର ଫୁଲ ଭଗବାନ୍ ଗଣେଷଙ୍କୁ ଚଢାନ୍ତୁ ।  ଭଗବାନ ଗଣେଶଙ୍କ ପୂଜାରେ ନାଲି ରଙ୍ଗର ଫଳ  ବ୍ୟବହାର କରନ୍ତୁ ।  ଏବଂ ଏହା କରିବା ଦ୍ବାରା ଗଣେଷଙ୍କ କୃପା ଆପଣଙ୍କ ଉପରେ ରହିଥାଏ। ପୂଜା ସମୟରେ ଲାଲ୍ ରଙ୍ଗର ପୋଷାକ ପିନ୍ଧନ୍ତୁ।  


୪- ଗଣେଷଙ୍କ କୃପା ପାଇବା ପାଇଁ ଆପଣ ରାଶି ଲଡୁ ବା ମୋଦକ ଲଡୁ ଭୋଗ ଲଗାନ୍ତୁ । ଏହି ଦୁଇଟି ଲଡୁ ଭଗବାନ୍ ଗଣେଷଙ୍କ ପ୍ରିୟଭୋଗ । 


୫-ଖାସ୍ କରି ଭଗବାନ ଗଣେଷଙ୍କ ପୂଜାରେ ହୋଇଥିବା ଭୋଗକୁ ଅସହାୟ ଲୋକଙ୍କୁ ବାଣ୍ଟିବା ଦ୍ବାରା କୋଟି ପୂଣ୍ୟ ମିଳିଥାଏ ବୋଲି ବିଶ୍ବାସ ରହିଛି। 



(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ । କେବଳ ସୂଚନା ପାଇଁ ଦିଆଯାଇଛି । ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ । କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ ।)