Dola Purnima 2023: ଆଜି ହେଉଛି ପବିତ୍ର ଦୋଳ ବା ଫଗୁ ପୂର୍ଣ୍ଣିମା(Dola Purnima 2023) । ଏହି ଦିନ ଶ୍ରୀରାଧାକୃଷ୍ଣ(Radha Krishna) ବିମାନରେ ବିରାଜମାନ ହୋଇ ଘରେ ଘରେ ଭୋଗ ଖାଆନ୍ତି। ଦୋଳ ପଡ଼ିଆ ବା ମେଳନ ପଡ଼ିଆରେ ବିଭିନ୍ନ ଗ୍ରାମରୁ ଆସିଥିବା ବିମାନର ମେଳନ ହୁଏ। ଦୋଳଯାତ୍ରାର ଅନ୍ୟତମ ପ୍ରଧାନ ବିଭବ ହେଉଛି ରଙ୍ଗ ଖେଳ। ଦୋଳ ପୂର୍ଣ୍ଣିମାର ପର ଦିନ ରଙ୍ଗର ପର୍ବ ହୋଲି ପାଳିତ ହୁଏ। ତେବେ,  ଏହି ଫଗୁ ପୂର୍ଣ୍ଣିମାରେ ଦେଖା ଯାଉଥିବା ଚାନ୍ଦ କିଛି ରାଶିର ( 4 zodiac signs)ବ୍ୟକ୍ତିଙ୍କ ଜୀବନରେ ଆଲୋକ ଭରିଦେବ । ଫାଲଗୁନ ପୂର୍ଣିମା ଦିନ ହେଉଥିବା ମହାସଂଯୋଗର ପ୍ରଭାବ ରାଶି ମାନଙ୍କ ଉପରେ ଆଶୀର୍ବାଦ ପକାଇବାକୁ ଯାଉଛି । ଯେଉଁ ରାଶିର ବ୍ୟକ୍ତିଙ୍କ ଉପରେ ଫାଲଗନ ପୂର୍ଣିମାର ଶୁଭ ପ୍ରଭାବ ରହିବ ସେମାନଙ୍କ ଜୀବନରେ (financial benefits)ସୁଖ ସମୃଦ୍ଧି ବୃଦ୍ଧି ପାଇବ। ତେବେ ଆଉ ଡେରି ନକରି ଆସନ୍ତୁ ଜାଣିବା ସେହି ଭାଗ୍ୟଶାଳୀ ଏବଂ ଚମତ୍କାରୀ ରାଶିଗୁଡିକ ସମ୍ପର୍କରେ ।


COMMERCIAL BREAK
SCROLL TO CONTINUE READING

ମେଷ ରାଶି: ଆପଣଙ୍କ ଭାଗ୍ୟର ଦ୍ଵାର ଆଜିଠାରୁ ହିଁ ଖୋଲିବା ପାଇଁ ଯାଉଛି । ଏହି ପର୍ବରେ ହେଉଥିବା ମହାସଂଯୋଗ ଆପଣଙ୍କୁ ପ୍ରଚୁର ଧନଲାଭପ୍ରାପ୍ତି କରାଇବ । ଧନ ସହ ଯୋଡି ହୋଇ ରହିଥିବା ସବୁ ସମସ୍ୟା ଆପଣଙ୍କ ଜୀବନରୁ ଚାଲିଯିବ । ଆପଣଙ୍କର କୌଣସି ମିତ୍ରଙ୍କର ସହାୟତାରେ ଆପଣଙ୍କ ଆୟର ସ୍ରୋତ ବଢିବ । ଏବଂ ଦିର୍ଘ ଦିନ ଧରି ଲାଗି ରହିଥିବା ସମସ୍ୟା ମଧ୍ୟ ଦୂର ହୋଇଯିବ । ହଠାତ ଆପଣଙ୍କୁ କେଉଁ ଆଡୁ ଧନପ୍ରାପ୍ତିର ସୁଯୋଗ ରହିଛି। କିନ୍ତୁ ଅଧିକ ଉତ୍ସାହିତ ହୋଇ କିଣା କିଣି ନକରିବା ଉଚିତ । ଏହା ଆପଣଙ୍କ ଖର୍ଚ୍ଚକୁ ଅଧିକ ମାତ୍ରାରେ ବଢାଇ ଦେଇପାରେ । ବ୍ୟାପାର ବାଣିଜ୍ୟରେ ଉନ୍ନତି ଦେଖା ଦେବ । ଚାକିରି କରୁଥିବା ବ୍ୟକ୍ତିଙ୍କର କାର୍ଯ୍ୟସ୍ଥଳରେ ମାନ ସମ୍ମାନ ବଢିବ । ଜାଗାବାଡି ବାଡି କିଣିବାର ଯୋଗ ରହିଛି ।


Also Read : Holi 2023: ହୋଲିରେ ରାଶି ଅନୁସାରେ ଦାନ କରନ୍ତୁ ଏସବୁ ଜିନିଷ, ବଦଳିଯିବ ଆପଣଙ୍କ ଭାଗ୍ୟ


Also Read :  Attack on Hindu: ପାକିସ୍ତାନରେ ହୋଲି ପାଳନ ବେଳେ ହିନ୍ଦୁ ଛାତ୍ରଙ୍କୁ ଆକ୍ରମଣ, ୧୫ ଆହତ


କନ୍ୟା ରାଶି: ଆପଣଙ୍କ ପାଇଁ ଏହି ଫାଲଗୁନ ପୂର୍ଣିମା ଧନ ସୁଖ ଆଣିଦେବ । ବର୍ତ୍ତମାନ ପର୍ଯ୍ଯନ୍ତ ଆପଣ କରିଥିବା ପରିଶ୍ରମ ଆପଣଙ୍କୁ ସମାଜରେ ଏକ ନୂତନ ପରିଚାୟ ଦେବ । ଏବଂ ସମସ୍ତଙ୍କ ଠାରୁ ମାନ ସମ୍ମାନ ମଧ୍ୟ ମିଳିବ । ଆକସ୍ମିକ ଭାବରେ ଆପଣଙ୍କ ଭାଗ୍ୟ ପରିବର୍ତ୍ତନ ହେବ । ବ୍ୟାପାର ବାଣିଜ୍ୟରେ ବୃଦ୍ଧି ହେବାକୁ ଲାଗିବ । ବିଦେଶ ଯାତ୍ରାରୁ ଆପଣଙ୍କୁ ଲାଭ ମିଳିପାରେ । ଆପଣଙ୍କ ସ୍ୱାସ୍ଥ୍ୟ ପ୍ରତି ଆପଣଙ୍କୁ ଧ୍ୟାନ ଦେବା ଉଚିତ । ବ୍ୟାପାର ବାଣିଜ୍ୟ ପ୍ରତି ଧ୍ୟାନ ଦେବା ମଧ୍ୟ ଉଚିତ । ନଚେତ କ୍ଷତି ହେବାର ସମ୍ଭାବନା ରହିଛି ।


ମକର ରାଶି: ଆପଣଙ୍କ ଭାଗ୍ୟ ସହ ବର୍ତ୍ତମାନ କେହି ବି ଯେତେ ଚେଷ୍ଟା କରିବା ପରେ ମଧ୍ୟ ପହଞ୍ଚିପାରିବେ ନାହିଁ । ଏହି ପର୍ବ ଆପଣଙ୍କୁ ବହୁତ ଅଧିକ ଲାଭବାନ କରିବା ସହ । ଆପଣଙ୍କୁ ଅନେକ ଶୁଭ ଫଳ ମଧ୍ୟ ଦେବ । ଆପଣଙ୍କୁ କୌଣସି ମହତ୍ବପୂର୍ଣ କାର୍ଯ୍ୟର ନେତୃତ୍ଵ ନେବାର ସୁଯୋଗ ମିଳିପାରେ ଏହି ସମୟରେ ।


ସିଂହ ରାଶି:ଆପଣଙ୍କ ଉପରେ ଏହି ଦିନ ମାତା ଲକ୍ଷ୍ମୀଙ୍କ ଅସୀମ କୃପା ରହିବା ପାଇଁ ଯାଉଛି । ଯେଉଁମାନେ ଚାକିରି କରିଛନ୍ତି ନ ସେମାନଙ୍କୁ ଚାକିରିରେ ଉନ୍ନତି ଦେଖିବା ପାଇଁ ମିଳିବ । ବିଦେଶରେ ଚାକିରି କରିବା ପାଇଁ ସ୍ଵପ୍ନ ଦେଖୁଥିବା ବ୍ୟକ୍ତିଙ୍କ ସ୍ଵପ୍ନ ଏବେ ବାସ୍ତବତାରେ ପରିଣତ ହେବ । ଆପଣଙ୍କ ସେହି ସ୍ଵପ୍ନ ଏବେ ସତ ହେବ । ଘର ପରିବାର ମଧ୍ୟରେ ହସ ଖୁସିର ବାତାବରଣ ଖେଳିଯିବ । 


(Disclaimer: ଏଠାରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ। )