COMMERCIAL BREAK
SCROLL TO CONTINUE READING

ନୂଆଦିଲ୍ଲୀ: ଆମ୍ବକୁ ଫଳର ରାଜା କୁହାଯାଏ। ଏହି ଗ୍ରୀଷ୍ମ ଋତୁରେ ଆମ୍ବ ପ୍ରଚୁର ପରିମାଣରେ ମିଳିଥାଏ। ଏହାର ବିଶେଷ ସ୍ୱାଦ ହେତୁ ଅଧିକାଂଶ ଲୋକ ଆମ୍ବ ଖାଇବାକୁ ପସନ୍ଦ କରନ୍ତି। ଆମ୍ବ ଖାଇବାର ଅନେକ ଲାଭ ଅଛି, କିନ୍ତୁ ଆପଣ ଜାଣନ୍ତି କି ଆମ୍ବ ଖାଇବା ପରେ କିଛି ଖାଦ୍ୟ ଖାଇବା ଉଚିତ୍ ନୁହେଁ। ତେବେ ଆସନ୍ତୁ ଜାଣିବା ଆମ୍ବ ଖାଇବା ପରେ କେଉଁ କେଉଁ ଖାଦ୍ୟ ଖାଇବା ଶରୀର ପ୍ରତି କ୍ଷତିକାରକ।


ପାଣି: 



ଆମ୍ବ ଖାଇବା ପରେ ତୁରନ୍ତ ପାଣି ପିଇବା ଉଚିତ୍ ନୁହେଁ। ବାସ୍ତବରେ ଆମ୍ବ ଖାଇବା ପରେ ତୁରନ୍ତ ପାଣି ପିଇବା ଦ୍ୱାରା ପେଟ ଯନ୍ତ୍ରଣା ହୁଏ, ଗ୍ୟାସ୍ ଏବଂ ଏସିଡ୍ ସୃଷ୍ଟି ହୁଏ। ବାରମ୍ବାର ଏହା କରିବା ଦ୍ୱାରା ଅନ୍ତନଳୀରେ ସଂକ୍ରମଣ ହେବାର ଆଶଙ୍କା ମଧ୍ୟ ବଢିଯାଏ। ଆମ୍ବ ଖାଇବାର ଅଧ ଘଣ୍ଟା ପରେ ପାଣି ପିଇପାରିବେ।


ଥଣ୍ଡା ପାନୀୟ:



ଆମ୍ବ ଖାଇବା ପରେ ତୁରନ୍ତ ଥଣ୍ଡା ପାନୀୟ ବା କୋଲ୍ଡ ଡ୍ରିଙ୍କ୍ସ ପିଇବା ମଧ୍ୟ ଶରୀର ପାଇଁ କ୍ଷତିକାରକ। ଆମ୍ବରେ ବହୁତ ମାତ୍ରାରେ ସର୍କରା ଥାଏ ଏବଂ ଥଣ୍ଡା ପାନୀୟରେ ମଧ୍ୟ ବହୁତ ଚିନିର ବ୍ୟବହାର ହୋଇଥାଏ। ଏପରି ପରିସ୍ଥିତିରେ, ଯଦି ଜଣେ ବ୍ୟକ୍ତି ମଧୁମେହର ଶିକାର ହେବାର ସମ୍ଭାବନା ଅଛି। ତେବେ ଆମ୍ବ ଏବଂ ଥଣ୍ଡା ପାନୀୟର ମିଶାଇ ଖାଇବା ଅତ୍ୟନ୍ତ ବିପଜ୍ଜନକ ହୋଇପାରେ।


ଦହି: 



ଆମ୍ବ ଖାଇବା ପରେ ତୁରନ୍ତ ଦହି ଖାଇବା ମଧ୍ୟ ଭୁଲ ଅଟେ। ବାସ୍ତବରେ ଆମ୍ବ ଏବଂ ଦହି ଖାଇବା ଦ୍ୱାରା ଆମ ଶରୀରରେ ଅଧିକ କାର୍ବନ ଡାଇଅକ୍ସାଇଡ୍ ସୃଷ୍ଟି ହେବାକୁ ଲାଗେ। ଫଳରେ ଶରୀରରେ ବାୟୁ ଜାତୀୟ ଅନେକ ସମସ୍ୟା ସୃଷ୍ଟି ହୋଇପାରେ।


କଲରା: 



ଆମ୍ବ ପରେ କଲରା ଖାଇବା ମଧ୍ୟ ଅନୁଚିତ। ଯଦି ଆପଣ ଆମ୍ବ ଖାଇବା ପରେ ତୁରନ୍ତ କଲରା ଖାଆନ୍ତି, ତେବେ ମୁଣ୍ଡବିନ୍ଧା, ବାନ୍ତି ଏବଂ ନିଶ୍ୱାସ ନେବାରେ ଅସୁବିଧା ହୋଇପାରେ।


ରାଗ ଲଙ୍କା ଏବଂ ମସଲା:



ରୋଷେଇରେ ରାଗ ଲଙ୍କା ଏବଂ ମସଲା ବ୍ୟବହୃତ ହୁଏ। କିନ୍ତୁ ଯଦି ଆପଣ ଆମ୍ବ ଖାଇଛନ୍ତି ଏବଂ ତୁରନ୍ତ ମସଲା କିମ୍ବା ଲଙ୍କାଯୁକ୍ତ ଖାଦ୍ୟ ଖାଉଛନ୍ତି, ତେବେ ଏହା ଆପଣଙ୍କୁ ପେଟ ଏବଂ ଚର୍ମ ରୋଗ କରିପାରେ। ତେଣୁ, ଯଦି ଆପଣ  ଆମ୍ବ ଖାଇଛନ୍ତି, ତେବେ ତୁରନ୍ତ ଏହି ଜିନିଷଗୁଡିକ ଖାଆନ୍ତୁ ନାହିଁ।


(ବି.ଦ୍ର- ଏଠାରେ ଉଲ୍ଲେଖ କରାଯାଇଥିବା ତଥ୍ୟ ଗୁଡ଼ିକ ଲୋକ ବିଶ୍ୱାସ ଏବଂ ସାଧାରଣ ସୂଚନା ଉପରେ ଆଧାରିତ। ଯଦି ଆମ୍ବ ଖାଇଲା ପରେ କୌଣସି ଅସୁବିଧାର ସମ୍ମୁଖୀନ ହୁଅନ୍ତି, ତେବେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।)