5 benefits of drinking water in the morning  : ଅନେକ ଲୋକଙ୍କର ସାକାଳୁ ଉଠି ଚା ପିଇବା ଅଭ୍ୟାସ ରହିଥାଏ। ବିଛଣାରୁ  ଉଠି ଚା ପିଇବା ଅଭ୍ୟାସ ଅନେକ ଲୋକଙ୍କ କ୍ଷେତ୍ରରେ ଦେଖିବାକୁ ମିଳେ। ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ ଲୋକମାନେ ବିଛଣାରୁ ଉଠିଲା ବେଳେ ପ୍ରଥମେ ପାଣି ପିଇ ଦିନ ଆରମ୍ଭ କରିବା ଉଚିତ୍। ଏହା ଦ୍ୱାରା ଶରୀରର ଅନେକ ଉପକାର ସାଧିତ ହେବା ସହ ଅନେକ ରୋଗରୁ ମୁକ୍ତି ମିଳିଥାଏ । 


COMMERCIAL BREAK
SCROLL TO CONTINUE READING

ଶରୀର ପାଇଁ ପାଣିର ଆବଶ୍ୟକତା ଖୁବ୍ ଗୁରୁତ୍ୱପୂର୍ଣ୍ଣ। ଆମକୁ ସୁସ୍ଥ ଜୀବନ ବଞ୍ଚିବାକୁ ହେଲେ ପ୍ରତିଦିନ ୨ ରୁ ୩ ଲିଟର ପାଣି ପିଇବା ନିହାତି ଆବଶ୍ୟକ । ତେବେ ଆପଣ ସକାଳୁ ଯଦି ଚା ପାଉଥାନ୍ତି,ତାହେଲେ ଏହି ଅଭ୍ୟାସକୁ ହିଁ ତୁରନ୍ତ ପରିବର୍ତ୍ତନ କରି ସକାଳେ ପାଣି ପିଇବାର ଅଭ୍ୟାସ କରନ୍ତୁ । ଏହାଦ୍ୱାରା ଆପଣଙ୍କୁ ଆଶ୍ଚର୍ୟ୍ୟଜନକ ଫାଇଦା ମିଳିବ ।


ରିସର୍ଚ୍ଚ ଅନୁଯାୟୀ, ଲୋକମାନେ ସାଧାରଣତଃ ରାତିରେ ପ୍ରାୟ ୭-୮ ଘଣ୍ଟା ଶୋଇଥାନ୍ତି । ଏହି ସମୟ ମଧ୍ୟରେ ସେମାନେ କିଛି ଖାଆନ୍ତି ନାହିଁ କିମ୍ବା ପିଅନ୍ତି ନାହିଁ । ଏପରି ପରିସ୍ଥିତିରେ ଆପଣ ଯେତେବେଳେ ସକାଳୁ ଉଠିବେ । ସେହି ସମୟରେ ଆପଣଙ୍କ ପେଟ ଖାଲି ରହି ଡିହାଇଡ୍ରେଡ୍ ହୋଇଯାଇଥାଏ । ଯଦି ଆପଣ ସକାଳେ ଖାଲି ପେଟର ପାଣି ପିଉଛନ୍ତି, ତେବେ ଶରୀରକୁ ରାତିରେ ହେଉଥିବା ଡିହାଇଡ୍ରେସନରୁ ମୁକ୍ତି ଦେବାରେ ସାହାଯ୍ୟ କରିଥାଏ । ତେଣୁ ସକାଳେ ଉଠିବା ମାତ୍ରେ ତୁରନ୍ତ ପାଣି ପିଇ ନିଜକୁ ହାଇଡ୍ରେଟ୍ କରିବା ଉଚିତ୍ । ସକାଳେ ଖାଲି ପେଟରେ ପାଣି ପିଇବା ମଧ୍ୟ ଆପଣଙ୍କୁ ଦିନସାରା ହାଇଡ୍ରେଟ୍ ରହିବାକୁ ସାହାଯ୍ୟ କରିଥାଏ ।


ଜାଣନ୍ତୁ ସକାଳେ ଖାଲି ପେଟରେ ପାଣି ପିଇବାର ଲାଭ-


-ସକାଳେ ଖାଲି ପେଟରେ ପାଣି ପିଇଲେ ଆପଣଙ୍କ ଭଲ ମେଟାବୋଲିଜିମ୍ ୨୫% ବୃଦ୍ଧି ହୋଇଥାଏ । ଏହି ମେଟାବୋଲିଜିମ୍ ଆପଣଙ୍କ ଶରୀରକୁ ଶକ୍ତିରେ ପରିପୂର୍ଣ୍ଣ କରିବାରେ ସାହାଯ୍ୟ କରିଥାଏ । ଖାଲି ପେଟରେ ପାଣି ପିଇବା ଦ୍ୱାରା ଆପଣଙ୍କ ଲୋହିତ ରକ୍ତ କଣିକା ସଂଖ୍ୟା ବଢିବାରେ ସହାୟକ ହୋଇଥାଏ।


-ପାଣି ପିଇବା ଆମ ଶରୀରକୁ ଡିଟକ୍ସସଫାଇ କରିବାରେ ସାହାଯ୍ୟ କରିଥାଏ । ଖାଲି ପେଟରେ ପାଣି ପିଇବା ଦ୍ୱାରା ଆପଣଙ୍କ ଲିମ୍ଫାଟିକ୍ ସିଷ୍ଟମକୁ ସନ୍ତୁଳିତ କରିବାରେ ସାହାଯ୍ୟ କରେ । ଯାହା ସଂକ୍ରମଣ ସହ ଲଢିବାକୁ ସାହଯ୍ୟ କରିଥାଏ ।


-ସକାଳେ ଖାଲି ପେଟରେ ପାଣି ପିଇବା ଦ୍ୱାରା କିଡନୀର ଷ୍ଟୋନର ଆଶଙ୍କା କମିଥାଏ । ପାଣି ପିଇବା ଦ୍ୱାରା ଆପଣଙ୍କ କିଡନୀରେ ଥିବା ଏସିଡ୍ କୁ ହ୍ରାସ କରେ । ତେଣୁ କିଡନୀରେ କମ୍ ପଥର ବା ଷ୍ଟୋନ ସୃଷ୍ଟି ହୁଏ । ପ୍ରତିଦିନ ସକାଳେ ଜଳଖିଆ ପୂର୍ବରୁ ପାଣି ପିଇବା ଦ୍ୱାରା ଅନ୍ତନଳୀକୁ ସଫା ରଖିଥାଏ ।


-ସକାଳୁ ପାଣି ପାଇବାର ଅଭ୍ୟାସ ହୃଦଘାତ ଏବଂ ମୁଣ୍ଡବିନ୍ଧାର ସମସ୍ୟାରୁ ମୁକ୍ତି ଦେଇଥାଏ । ସକାଳେ ଖାଲି ପେଟରେ ପାଣି ପିଇବା ଦ୍ୱାରା ଆପଣଙ୍କ ଖାଦ୍ୟ ହଜମ କରିବାରେ ସାହାଯ୍ୟ କରିଥାଏ । ଏହି ପାନୀୟ ଜଳକୁ ଠିକ ସମୟରେ ନ ପିଇବା ଦ୍ୱାରା ରାତିରେ ଡିହାଇଡ୍ରେସନ୍ ହେତୁ ସକାଳେ ମୁଣ୍ଡବିନ୍ଧାର କାରଣ ଅନେକଙ୍କର ହୋଇଥାଏ ।


-ସକାଳେ ପାଣି ପିଇଲେ ତ୍ୱଚା ଭଲ ହାଇଡ୍ରେଟେଡ୍ ରହିବ ଏବଂ କୁଞ୍ଚନର ଆଶଙ୍କ ହେବା କମଥାଏ । ଏହା କରିବା ଦ୍ୱାରା ଆପଣଙ୍କ ଚର୍ମର ପ୍ରାକୃତିକ ଚମକ ବୃଦ୍ଧି ପାଇଥାଏ । ସକାଳେ ପାଣି ପିଇବା ଦ୍ୱାରା କେଶର ଉଜ୍ଜ୍ୱଳତା ବଢିଥାଏ । ଶକ୍ତି ବୃଦ୍ଧି ପାଇବା ସହ ଓଜନ ହ୍ରାସ କରିଥାଏ । ତେବେ ଆପଣ ଯଦି ସକାଳୁ ପାଣି ପିଉ ନାହାଁନ୍ତି ଏବେଠାରୁ ହିଁ ପିଇବା ଆରମ୍ଭ କରନ୍ତୁ ।