Vitamin B12 Foods: ଭିଟାମିନ୍ ବି -12 ହେଉଛି ଏକ ପ୍ରକାର ପୁଷ୍ଟିକର ଯାହାର ଅଭାବ ଆମ ଶରୀରକୁ ଗୁରୁତର ରୋଗର ଶିକାର କରାଇଥାଏ । ବି -12 କୁ ଭିଟାମିନର ରାଜା ବୋଲି ମଧ୍ୟ କୁହାଯାଏ । ଶରୀରରେ ଭିଟାମିନ ବି -12ର ଅଭାବ ହେଲେ ରକ୍ତହୀନତା ସୃଷ୍ଟି ହୋଇଥାଏ । B-12 ଶରୀରର ଅଙ୍ଗଗୁଡ଼ିକର କାର୍ଯ୍ୟକୁ ବେଶ୍ ପ୍ରଭାବିତ କରିଥାଏ । ଭିଟାମିନ୍ ବି -12 ର ଅଭାବ କାରଣରୁ ଆମ ଶରୀରରେ ନ୍ୟୁରୋ ସମସ୍ୟା ଉପୁଜିପାରେ । ଆମ ମସ୍ତିଷ୍କର କାର୍ଯ୍ୟରେ ଭିଟାମିନ୍ ବି -12 ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ବୋଲି ବିଶେଷଜ୍ଞ କୁହନ୍ତି । ଏହା ବ୍ୟତୀତ, ଏହି ଉପାଦାନର ଅଭାବ କାରଣରୁ ଯକୃତ, କିଡନୀଠାରୁ ନଖ ପର୍ଯ୍ୟନ୍ତ ବିଭିନ୍ନ ସମସ୍ୟା ଦେଖାଯାଇଥାଏ । ଯଦି ଆପଣଙ୍କ ଶରୀରରେ ଏହି ଭିଟାମିନ୍ ଗୁଡିକର ଅଭାବ ଥାଏ, ତେବେ ଆପଣଙ୍କୁ ଏହି ଖବରଟି ପଢିବା ଆବଶ୍ୟକ । କାରଣ ଆମେ ଆପଣଙ୍କୁ ଜଣାଇବୁ କେଉଁ ଖାଦ୍ୟ ଆପଣ ନିଜ ଡାଏଟରେ ଅନ୍ତର୍ଭୁକ୍ତ କଲେ ମାତ୍ର 21 ଦିନରେ ଆପଣଙ୍କ ଶରୀରରେ ଭିଟାମିନ୍ B-12 ସ୍ତର ବୃଦ୍ଧି ହେବ ।


COMMERCIAL BREAK
SCROLL TO CONTINUE READING

କଦଳୀ
କଦଳୀ ଭିଟାମିନ୍ ବି -12 ର ଉତ୍ସ ବୋଲି ଅଧିକାଂଶ ଲୋକ ଜାଣନ୍ତି । ଯଦି ଆପଣ ପ୍ରତିଦିନ କଦଳୀ ଖାଇବେ ତେବେ ଶରୀରକୁ ଭିଟାମିନ୍ ବି -12 ମିଳିବା ଆରମ୍ଭ ହୋଇଯିବ । ଯଦି ଆପଣ କଦଳୀକୁ କ୍ଷୀର କିମ୍ବା ଖଜୁରୀ ସହିତ ମିଶେଇ ଖାଆନ୍ତି, ତେବେ ଆପଣ ଦୁଇଗୁଣ ଲାଭ ପାଇବେ ।


କଖାରୁ
କଖାରୁରେ ଅନେକ ପ୍ରକାରର ପୋଷକ ତତ୍ତ୍ୱ ରହିଥାଏ । ବିଶେଷ କରି ଆଣ୍ଟିଅକ୍ସିଡାଣ୍ଟରେ ଏହା ଭରପୂର । କଖାରୁ ଖାଇବା ଆଖି ପାଇଁ ମଧ୍ୟ ଖୁବ ଲାଭଦାୟକ। କଖାରୁରେ ବି -12 ସହିତ ଭିଟାମିନ୍ ଏ ମଧ୍ୟ ରହିଥାଏ । ଯାହା ଚର୍ମର ଶୁଷ୍କତାକୁ ଦୂର କରିଥାଏ ।


ମକା
ମକା ମଧ୍ୟ ଭିଟାମିନ୍ ବି -12 ର ଉତ୍ସ । ଏହି ମିଠା ସ୍ୱାଦଯୁକ୍ତ ଖାଦ୍ୟରେ ବି -12 ସହିତ ଲୌହ ଏବଂ ଫୋଲେଟର ମଧ୍ୟ ମିଳିଥାଏ ।


ହଳଦିଆ କ୍ୟାପସିକମ୍


ଳଦିଆ ରଙ୍ଗର କ୍ୟାପସିକମ ମଧ୍ୟ ଭିଟାମିନ୍ ବି -12 ର ଉତ୍ସ । ଏଥିସହ ଭିଟାମିନ୍ ଏ, ସି ଏବଂ ଇ ମଧ୍ୟ ଏଥିରେ ରହିଛି । କେବଳ ସେତିକି ନୁହେଁ ବିଟା କାରୋଟିନ୍ ମଧ୍ୟ ହଳଦିଆ କ୍ୟାପସିକମରୁ ମିଳିଥାଏ । ଆମ ଶରୀର ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଉପାଦାନ ବୋଲି ବିବେଚନା କରାଯାଏ । କ୍ୟାପସିକମ୍ ଖାଇବାର ସଠିକ୍ ଉପାୟ ହେଉଛି, ଆପଣ ସାଲାଡରେ ହଳଦିଆ କ୍ୟାପ୍ସିକମକୁ ଅନ୍ତର୍ଭୁକ୍ତ କରିପାରିବେ । ନଚେତ୍ ହାଲୁକା ରନ୍ଧା ଖାଦ୍ୟରେ ଆପଣ ଏହାକୁ ବ୍ୟବହାହ କରିବା ଲାଭଦାୟକ ।


ଅଣ୍ଡାର ହଳଦିଆ ଅଂଶ (କେଶର)


ଅଣ୍ଡାର ହଳଦିଆ ଅଂଶ ବା କେଶରରେ ମଧ୍ୟ ଭିଟାମିନ୍ ବି -12 ରହିଛି । ଅଣ୍ଡାର ଏହି ଅଂଶ ଖାଇବା ଦ୍ୱାରା ଶରୀରରେ B-12 ଅଭାବ ପୂରଣ ହୋଇଥାଏ ।


Disclamer: (ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହା ପ୍ରଦାନ କରାଯାଇଛି। ଆପଣ ଯଦି ନିଜ ସ୍ୱାସ୍ଥ୍ୟ ସହ ଜଡିତ କିଛି ପଦକ୍ଷେପ ଗ୍ରହଣ କରୁଛନ୍ତି ତେବେ ପ୍ରଥମେ ବିଶେଷଜ୍ଞଙ୍କ ପରାମର୍ଶ କରିବା ଜରୁରୀ । ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।


Also Read- ବିଧାନସଭାରେ ଆଗତ ହେଲା ସାର୍ବଜନୀନ ପରୀକ୍ଷା ବିଲ୍


Also Read- Saptahik Rashifal: ନୂଆ ସପ୍ତାହ କିପରି ବିତିବ ? ପଢନ୍ତୁ ମେଷଠୁ କନ୍ୟା ପର୍ଯ୍ୟନ୍ତ ଭାଗ୍ୟଫଳ