Pregnancy : ଗର୍ଭାବସ୍ଥା ବା ପ୍ରେଗନେନ୍ସି (Pregnancy)। ଏହି ସମୟରେ ମହିଳାମାନେ ଟିକେ ଅଧିକ ଯତ୍ନବାନ ଥାନ୍ତି । ଖାଦ୍ୟପେୟ ଠାରୁ ଆରମ୍ଭ କରି ସାଧାରଣ ଜୀବନ ଶୈଳୀରେ ମଧ୍ୟ ନିଜର ରୁଟିନକୁ ପରିବର୍ତ୍ତନ କରିଥାନ୍ତି । ଗର୍ଭବସ୍ଥା ସମୟରେ ବିଭିନ୍ନ ଦିଗକୁ ମଧ୍ୟ ଧ୍ୟାନ ଦେବା ଉଚିତ । ବିଶେଷ କରି ମହିଳାମାନେ ଗର୍ଭାବସ୍ଥାରେ ବା ଗର୍ଭାବସ୍ଥା ପୂର୍ବରୁ ନିଶାଦ୍ରବ୍ୟ ଠାରୁ ଦୂରେଇ ରୁହନ୍ତୁ । ଗର୍ଭବତୀ ମହିଳା ଧୂମପାନ କରୁଥିଲେ ଏହା ଅଧିକାଂଶ ସେମାନଙ୍କ ନବଜାତର ଓଜନ କମାଇଥାଏ । ଏକ ଅନୁସନ୍ଧାନରୁ ଜଣାପଡ଼ିଛି ଯେ ଯେଉଁ ମହିଳା ପ୍ରଥମ ଗର୍ଭଧାରଣ ସମୟରେ ଧୂମପାନ କରିନଥାନ୍ତି ସେମାନଙ୍କ କ୍ଷେତ୍ରରେ ବିଶେଷ ସମସ୍ୟା ପରିଲକ୍ଷିତ ହୋଇନଥାଏ । ଗର୍ଭଧାରଣ କିଛି ମାସ ପରେ ଧୂମପାନ କଲେ ମଧ୍ୟ ଗର୍ଭଧାରଣ ଆରମ୍ଭରୁ କରାଯାଉଥିବା ଧୂମପାନଠାରୁ ଏହାର ପ୍ରଭାବ କମ ରହିଥାଏ । ଯେଉଁ ମହିଳା ପ୍ରଥମ ଓ ଦ୍ବିତୀୟ ଗର୍ଭଧାରଣ ଆରମ୍ଭରୁ ଦିନକୁ ୧୦ରୁ ଅଧିକ ସିଗାରେଟ ବ୍ୟବହାର କରନ୍ତି ସେମାନଙ୍କ କ୍ଷେତ୍ରରେ ଗର୍ଭଧାରଣର ସମୟସୀମା(Small for Gestational Age) ହ୍ରାସ ପାଇଥାଏ ।


COMMERCIAL BREAK
SCROLL TO CONTINUE READING

ମଦ୍ୟପାନ ଓ ଧୂମ୍ରପାନ ଭଳି କୁଅଭ୍ୟାସକୁ ଛାଡନ୍ତୁ । ଯଦି ଆପଣ ଏହି କୁ ଅଭ୍ୟାସକୁ ବଜାୟୀ ରଖିବେ । ତେବେ, ଆପଣଙ୍କର ଗର୍ଭପାତ ହେବାର ସମ୍ଭାବନା ବେଶ ଅଧିକ ରହିଛି। ବିଶେଷକରି ତେଲ ଓ ଘିଅ ଜାତୀୟ ଦ୍ରବ୍ୟ ଠାରୁ ମଧ୍ୟ ଦୂରେଇ ରହିବା ଉଚିତ ।  ଭଲ ଭାବରେ ରୋଷେଇ ହୋଇ ନ ଥିବା ମାଛକୁ ମଧ୍ୟ ଖାଇବା ଉଚିତ୍ ନୁହେଁ। ବିଶେଷ କରି କଞ୍ଚାମାଛ ବା ଭଲ ଭାବରେ ରୋଷେଇ ହୋଇ ନ ଥିବା ମାଛ ନ ଖାଇବାକୁ ପରାମର୍ଶ ଦିଆଯାଇଛି। ସେହିପରି ସିଫୁଡ ମଧ୍ୟ ବିଶେଷ ଭାବରେ ବାରଣ କରିବା ଉଚିତ୍ । ଗର୍ଭାବସ୍ଥାରେ ସବୁଜ ପନିପରିବା ଦୈନିକ ଆହରଣ ଶରୀର ପକ୍ଷେ ବେଶ ହିତକର ସାବ୍ୟସ୍ତ ହୋଇଥାଏ। 



ଗର୍ଭବସ୍ଥାରେ ସାଧାରଣତଃ ସ୍ୱାସ୍ଥ୍ୟ ଜଡ଼ିତ ଅସୁବିଧା ହିଁ ବାଧା ସୃଷ୍ଟି କରିଥାଏ । ଗର୍ଭବସ୍ଥାର ପ୍ରଥମ ଭାଗରେ ୮୭%ରୁ ୯୪% ପର୍ଯ୍ୟନ୍ତ ମହିଳାଙ୍କର ସ୍ୱାସ୍ଥ୍ୟ ସମସ୍ୟା ଦେଖାଯାଇଥାଏ । ଅଧିକ ଦିନ ଧରି ସ୍ୱାସ୍ଥ୍ୟ ସମସ୍ୟା (୬ ମାସ ପରେ ସୃଷ୍ଟି ହୋଇଥିବା )୩୧% ମହିଳା ରିପୋର୍ଟ କରିଥାନ୍ତି । ଆମେରିକାରେ ଗର୍ଭବସ୍ଥା ସମୟରେ ୧.୬% ମହିଳାମାନଙ୍କର ଏବଂ କାନାଡ଼ାରେ ୧.୫ % ବାଧା ସୃଷ୍ଟି ହୋଇଥାଏ । ବର୍ତ୍ତମାନ ଗର୍ଭାବସ୍ଥା ମଧ୍ୟରେ ସୃଷ୍ଟି ହେଉଥିବା ବାଧାକୁ କମ କରିବା ପାଇଁ ଅନେକ ପ୍ରକାରର ଗବେଷଣା କରାଯାଉଛି।  ୧୯୯୦ ମସିହାରେ ବିଶ୍ୱସ୍ତରରେ ଗର୍ଭବସ୍ଥାରେ ସୃଷ୍ଟି ହୋଇଥିବା ଜଟିଳତା ପାଇଁ ୩୭୭୦୦୦ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦୧୩ ମସିହାରେ ତାହା କମ ହୋଇ ୨୯୩୦୦୦ରେ ପହଞ୍ଚିଥିଲା । 


ଗର୍ଭାବସ୍ଥା ସମୟରେ ହୋଇଥିବା ଅସୁବିଧା ମାନଙ୍କ ମଧ୍ୟରେ ମୁଖ୍ୟତଃ ମାତୃ ରକ୍ତସ୍ରାବ , ମାତୃ ସ୍ପେସିସ୍‌ ଏବଂ ଅନ୍ୟ ସଂକ୍ରମଣ ଗଭବେସ୍ଥା ସମୟରେ ହାଇପରଟେନସିଭ୍‌ ରୋଗ , ଅଧିକ ଶ୍ରମ , ଗର୍ଭବାତ , ଅପ୍ରାକୃତିକ ଗର୍ଭପାତ ଆଦି ରହିଛି । ଗର୍ଭବସ୍ଥା ସମୟରେ ସୃଷ୍ଟି ହୋଇଥିବା ବାଧା ଏବଂ ସମସ୍ୟା ମଧ୍ୟରେ ସେତେ କିଛି ପାର୍ଥକ୍ୟ ରହିନାହିଁ । କାରଣ ପରବର୍ତ୍ତୀ ମୁହୁର୍ତ୍ତ ଏହା ମାଆ ଏବଂ ଶିଶୁ ଉପରେ କିଛି ପ୍ରଭାବ ପକାଇ ନଥାଏ  । ଦୈନନ୍ଦିନ ଗତିବିଧି ବହୁତ ସାଧାରଣ ହୋଇଥାଏ । କିନ୍ତୁ ବେଳେବେଳେ ଗୋଟେ ସାଧାରଣ ଭୁଲ ପାଇଁ ଅନେକ ପ୍ରକାରର ସମସ୍ୟାର ସମ୍ମୁଖିନ ହେବାକୁ ପଡ଼ିଥାଏ । ଉହାହରଣ ସ୍ୱରୁପ , ଗର୍ଭାବସ୍ଥା ସମୟରେ ବାନ୍ତି ହେବା ଏକ ସାଧାରଣ କଥା । କିନ୍ତୁ ଯେତେବେଳେ ତାହା ଅଧିକରୁ ଅଧିକ ହୋଇଥାଏ ଶରୀରରେ ଜଳୀୟଅଂଶର ପରିମାଣ କମ ହେବାର ସମସ୍ୟା ଉପୁଜିଥାଏ । ଏହାକୁ ଗର୍ଭାବସ୍ଥା ସମସ୍ୟ ବା ବାଧା କୁହାଯାଇଥାଏ ।


(ପ୍ରତ୍ୟାଖ୍ୟାନ: ଏହି ଆର୍ଟିକିଲରେ ଦିଆଯାଇଥିବା ସୂଚନା ସାଧାରଣ ଅନୁମାନ ଉପରେ ଆଧାରିତ । ଜି ଓଡିଶା ଏହାକୁ ନିଶ୍ଚିତ କରେ ନାହିଁ । କେବଳ ଜଣେ ବିଶେଷଜ୍ଞଙ୍କ ପରାମର୍ଶ ପରେ ଏହାକୁ ଅନୁସରଣ କରନ୍ତୁ ।)