Padmini Ekadashi 2023: ଶ୍ରାବଣ ମାସ ଶୁକ୍ଲ ପକ୍ଷ ଏକାଦଶୀ ତିଥିକୁ ପଦ୍ମିନୀ ଏକାଦଶୀ ଭାବେ ପାଳନ କରାଯାଇଥାଏ । ଏକାଦଶୀ ଉପବାସ (Ekadashi 2023) ପାଳନ କରିବା ଦ୍ବାରା ଭଗବାନ ବିଷ୍ଣୁଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ । ପଦ୍ମିନୀ ଏକାଦାଶୀ (Padmini Ekadashi 2023) ଶ୍ରାବଣ ମାଳ ମାସରେ ପଡୁଛି । ଏହି ଏକାଦଶୀ ପ୍ରତି ତିନି ବର୍ଷରେ ଥରେ ଆସିଥାଏ । ମଳ ମାସ ଭଗବାନ ବିଷ୍ଣୁଙ୍କ ପୂଜାଚର୍ଚ୍ଚା ପାଇଁ ଖାସ୍ ହୋଇଥାଏ । ଏହି କାରଣରୁ ପଦ୍ମିନୀ ଏକାଦଶୀର ବିଶେଷ ମହତ୍ତ୍ୱ ରହିଛି । ଶ୍ରାବଣ ମାସ ପଦ୍ମିନୀ ଏକାଦାଶୀରେ ଉପବାସ କରିବା ଦ୍ବାରା ବ୍ୟକ୍ତିକୁ ଶୁଭ ଫଳପ୍ରାପ୍ତ ହୋଇଥାଏ । ସେହିପରି ଏହି ଏକାଦାଶୀରେ କିଛି ବିଶେଷ ପ୍ରତିକାର (Padmini Ekadashi 2023) କରିବା ଦ୍ବାରା ଶୁଭ ଫଳ ମିଳିବା ସହ ମନୋକାମନା ପୂର୍ଣ୍ଣ ହୋଇଥାଏ । ତେବେ ଆସନ୍ତୁ ଜାଣିବା ପଦ୍ମିନୀ ଏକାଦଶୀର ପୂଜା ପଦ୍ଧତି ବିଷୟରେ ।


COMMERCIAL BREAK
SCROLL TO CONTINUE READING

ପଦ୍ମିନୀ ଏକାଦଶୀ ୨୦୨୩ ତାରିଖ


ଶ୍ରାବଣ ଶୁକ୍ଲ ପକ୍ଷ ଏକାଦଶୀ ତିଥି ଅର୍ଥାତ୍ ଜୁଲାଇ ୨୯ ତାରିଖ ଅପରାହ୍ନ ୨:୫୨ରୁ ଏହା ଆରମ୍ଭ ହୋଇ ପରଦିନ ରାତି ୧:୦୬ଟା ମିନିଟ୍ ରେ ଶେଷ ହେବ । ଏପରି ପରିସ୍ଥିତିରେ, ସୂର୍ଯ୍ୟୋଦୟକୁ ଗୁରୁତ୍ୱ ଦେଇ ପଦ୍ମିନୀ ଏକାଦଶୀ ୨୯ ଜୁଲାଇ ଅର୍ଥାତ୍ ଶନିବାର ଦିନ ପାଳନ କରାଯିବ ।


ପଦ୍ମିନୀ ଏକାଦଶୀ ୨୦୨୩ ଶୁଭ ମୁହୁର୍ତ୍ତ


ପଦ୍ମିନୀ ଏକାଦାଶୀରେ ପୂଜା ପାଇଁ ଶୁଭ ସମୟ ସକାଳ ୭:୨୨ରୁ ୯:୦୯ ମଧ୍ୟରେ ରହିଛି । ସକାଳ ଶୁଭ ମୁହୁର୍ତ୍ତ ପରେ ପୂଜା ପାଇଁ ଦ୍ୱିତୀୟ ଶୁଭ ସମୟ ଅପରାହ୍ନ ୧୨:୨୭ରୁ ସନ୍ଧ୍ୟା ୫:୩୩ ମିନିଟ୍ ପର୍ଯ୍ୟନ୍ତ ରହିବ ।


ପଦ୍ମିନୀ ଏକାଦଶୀ ୨୦୨୩ ପୂଜା ବିଧି


- ପଦ୍ମିନୀ ଏକାଦଶୀ ଦିନ ସକାଳୁ ଉଠି ସ୍ନାନ କରିବା ପରେ ସୂର୍ଯ୍ୟ ଭଗବାନଙ୍କୁ ଅର୍ଘ୍ୟ ଅର୍ପଣ କରନ୍ତୁ ।


- ଭଗବାନ ବିଷ୍ଣୁଙ୍କ ଧ୍ୟାନ କରିବା ସହ ଉପବାସ ଲାଗି ଶପଥ ନିଅନ୍ତୁ । ଏହାସହ ଭଗବାନ ବିଷ୍ଣୁଙ୍କ ପୂଜାଚର୍ଚ୍ଚା କରନ୍ତୁ ।


- ଏକାଦଶୀରେ ଶ୍ରୀ ହରିଙ୍କ କଥା ଶୁଣିବା ଅତ୍ୟନ୍ତ ଶୁଭ ହୋଇଥାଏ ।


- ଏକାଦଶୀ ଦିନ ଫଳ ଖାଇବା ଉଚିତ୍ । ଏହି ଦିନ ଗରିବ ଓ ଅସହାୟ ଲୋକଙ୍କୁ ଦାନ କରନ୍ତୁ ।


- ଦ୍ୱାଦଶ ତିଥିରେ ଏକାଦଶୀ ବତ୍ର ପାଳନ କରନ୍ତୁ  । ଏହି ଦିନ ବ୍ରାହ୍ମଣମାନଙ୍କୁ ଖାଦ୍ୟ ଅର୍ପଣ କରିବା ସହ ଦାନ କରନ୍ତୁ ।


ପଦ୍ମିନୀ ଏକାଦଶୀ ମହତ୍ବ


ସବୁ ମାସର ଶୁକ୍ଲ ଓ କୃଷ୍ଣ ପକ୍ଷ ଏକାଦଶୀ ତିଥିରେ ଏକାଦଶୀ ବତ୍ର ପାଳନ କରାଯାଇଥାଏ । ଗୋଟିଏ ବର୍ଷରେ ୨୪ଟି ଏକାଦଶୀ ପାଳନ କରାଯାଇଥାଏ । ଏହି ଏକାଦଶୀ ବର୍ଷକରେ ତିନି ଥର ଆସିଥାଏ । ଏହାର ବିଶେଷ ଗୁରୁତ୍ୱ ରହିଛି । ପଦ୍ମିନୀ ଏକାଦଶୀ ଉପରେ ଉପବାସ କରିବା ଦ୍ବାରା ସନ୍ତାନ ପ୍ରାପ୍ତିର ଇଚ୍ଛା ପୂରଣ ହେବା ସବ ଭଗବାନ  ଏବଂ ବିଷ୍ଣୁଙ୍କ ଆର୍ଶିବାଦ ପ୍ରାପ୍ତ ହୋଇଥାଏ ।


Also Read- Horoscope Today 29 July 2023: ଏହି ୩ ରାଶିରେ ରହିଛି ଘାତଚନ୍ଦ୍ର ଯୋଗ, ମାଲେମାଲ୍ ହେବେ ଏହି ୪ ରାଶି! ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ ଦିନ


(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ। କେବଳ ସୂଚନା ପାଇଁ ଦିଆଯାଇଛି। ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ। କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ।)