Heart Emergency Pill: ହୃଦରୋଗ (Heart Diseases) ଏବେ କମ ବୟସର ଲୋକଙ୍କୁ ହେବା ସହ ଖୁବ କମ ବୟସରେ ମଧ୍ୟ ତାଙ୍କର ମୃତ୍ୟୁ ଘଟୁଛି । ଏହାର କାରଣ ରହିଛି ଖରାପ ଲାଇଫ ଷ୍ଟାଇଲ ଓ କମ୍ ଏକ୍ସରସାଇଜ୍ ଦ୍ୱାରା ଶରୀରେ ହାଇ କୋଲେଷ୍ଟ୍ର (High Cholesterol) ଓ ଉଚ୍ଚ ରକ୍ତଚାପର ମାତ୍ରା (Blood Pressure) ବଢିଚାଲିଥାଏ। ଯାହାଫଳରେ ହାର୍ଟ ଆଟାକ୍ (Heart Attack) ବା କାର୍ଡିଏକ ଆରେଷ୍ଟ ର (Cardiac Arrest) କାରଣ ହୋଇଥାଏ।  ବହୁବାର ହାର୍ଟଆଟାକ୍ ର ସଙ୍କେତ ଶରୀରକୁ ୨୪ ଘଣ୍ଟା ପୂର୍ବରୁ ଅନୁଭବ ହୋଇଥାଏ। ମାତ୍ର ଏହାକୁ ସାଧାରଣ ବୋଲି ଭାବି ଅଣଦେଖା କରନ୍ତୁ ନାହିଁ।


COMMERCIAL BREAK
SCROLL TO CONTINUE READING

ଯଦି ଆପଣଙ୍କ ସାମ୍ନାରେ କାହାକୁ ହାର୍ଟ ଆଟାକ୍ (Heart Attack) ଆସୁଛି ତେବେ ତୁରନ୍ତ ତାଙ୍କ ଜୀବନ ବଞ୍ଚାଇବାକୁ କିଛି ଔଷଧ ମଧ୍ୟ ରହିଥାଏ। ଏହି ସବୁ ମେଡିସିନ ମଧ୍ୟରୁ ଏମିତି ଏକ ଔଷଧ ଅଛି ଯାହାକୁ ଆପଣ ଜିଭ ତଳେ ରଖିପାରିବେ। ଆଉ ବଳକା ଔଷଧ ଆପଣ ପାଣି ସାହାଯ୍ୟରେ ବ୍ୟବହାର କରିପାରିବେ। ଯଦି ରୋଗୀ ଅଚେତ ଅବସ୍ଥାରେ ଅଛନ୍ତି ତେବେ ଏହି ଔଷଧକୁ ଜିଭ ତଳେ ରଖିବା ଅଧିକ ପ୍ରଭାବଶାଳୀ ଅଟେ। ଯଦି ଆପଣ ଛାତିରେ ଯନ୍ତ୍ରଣା ଅନୁଭବ କରୁଛନ୍ତି କିମ୍ବା ଆପଣ ହୃଦୟ ସମ୍ବନ୍ଧୀୟ ସମସ୍ୟା ସହ ସଂଘର୍ଷ କରୁଛନ୍ତି, ତେବେ ଆପଣ ହୃଦୟର ଅବସ୍ଥାକୁ ୬ଟି ଉପାୟରେ ଜାଣିବା ଉଚିତ୍। ରେଗୁଲାର ଶରୀର ଓ ଏହି ରୋଗର ପରୀକ୍ଷା କରିବା ଉଚିତ୍ । ଯଦିଓ ଆପଣଙ୍କର ବୟସ ୪୦ ବର୍ଷରୁ ଅଧିକ ତେବେ ଆପଣ ଏହି ୬ ଟି ପରୀକ୍ଷାକୁ ସମୟ ସମୟରେ କରିବା ଉଚିତ୍ ଯାହା ଦ୍ୱାରା ଆପଣ ନିଜ ହୃଦୟର ଅବସ୍ଥାକୁ ଭଲଭାବେ ଜାଣିପାରିବେ ।


ହାର୍ଟଆଟାକ୍ ଆସିବା ପୂର୍ବରୁ ୨୪ ଘଣ୍ଟା ପୂର୍ବରୁ ମିଳିଥାଏ ସଙ୍କେତ


  • ଶରୀରକୁ ବହୁତ ଅଧିକ ଥକ୍କାପଣ

  • ଛାତିରେ ଭାରିପଣ ବା ଯନ୍ତ୍ରଣା ଅନୁଭବ

  • ନିଦ ନଆସିବା

  • ହୃଦସ୍ପନ୍ଦନ ଦ୍ରୁତ ଗତିରେ ଚାଲିବା

  • ହାଥ ଭାରି ହେବା ଓ ଥକ୍କାପଣ ଅନୁଭବ ହେବା

  • ବାରମ୍ବାର ମୁଡ୍ ବଦଳିବା

  • ଆମ୍ବିଳା ହାକୁଟି ବା ବହୁତ ଅଧିକ ଗ୍ୟାସ ହେବା

  • ଶ୍ୱାସକ୍ରିୟାରେ ସମସ୍ୟା ଉପୁଜିବା

  • ବିଚଳିତ ହେବା


ହାର୍ଟ ଆଟାକ୍ ଆସିବା ପୂର୍ବରୁ କ'ଣ ଅନୁଭବ ହୁଏ?
ଯଦି ଆପଣ ୩୪ ବର୍ଷୀୟ ତେବେ ହାର୍ଟ ଆଟାକ ହେବା ଆଗରୁ ଭାରିପଣ ଲାଗେ। ସେହିପରି ପୁରୁଷଙ୍କ କ୍ଷେତ୍ରରେ ଏହି ଲକ୍ଷଣ ଖୁବ୍ କମ ଦେଖାଦେଇଥାଏ। କିଛି ମାମଲାରେ ମହିଳାଙ୍କ କ୍ଷେତ୍ରରେ ହାର୍ଟ ଆଟାକ ଆସିବା ପୂର୍ବରୁ ପାଟିର ମାଢି, ଗଳା, ପିଠି ଓ ହାତରେ ଖୁବ ଅଧିକ ଯନ୍ତ୍ରଣା ହୋଇଥାଏ। ଯଦି ହାତର ବାରମ୍ବାର ଝିମ୍ ଝିମା ଲାଗୁଛି ତେବେ ଏହା ମଧ୍ୟ ହାର୍ଟ ଆଟାକ୍ ର ଲକ୍ଷଣ ହୋଇପାରେ । 


ହାର୍ଟ ଆଟାକ ଆସିବା କ୍ଷଣି ଜିଭ ତଳେ ରଖନ୍ତୁ ଏହି ଔଷଧ 
ଯଦି ହାର୍ଟ ଆଟାକ୍ ହୁଏ ତେବେ ଏମରଜେନ୍ସି ମେଡିକାଲ ହେଲ୍ପ ଲାଇନ ନମ୍ବରରେ (Medical Help Line Number) କଲ୍ କରିବା ଜରୁରୀ। ଏହାସହ ପୀଡ଼ିତଙ୍କୁ ଶୁଆଇ ରଖିବା ଉଚିତ୍ । ଆପଣଙ୍କ ପାଖରେ  Disprin, Ecosprin କି  Aspirin ଅଛି ତେବେ ଏହାକୁ ଆପଣ ପୀଡ଼ିତଙ୍କୁ ଦେବା ଉଚିତ୍ । sorbitrate ର 5mg ଟାବଲେଟ ଥିଲେ ଏହାକୁ ତୁରନ୍ତ ରୋଗୀର ଜିଭ ତଳେ ରଖିଦିଅନ୍ତୁ ଯାହା ଫଳରେ ଯନ୍ତ୍ରଣା କିଛି ସମୟ ପାଇଁ ବନ୍ଦ ହୋଇଯିବ । ଶିରାପ୍ରଶିରାରେ ରକ୍ତ ସଞ୍ଚାଳନ ସଠିକ୍ ଭାବେ ହୋଇପାରିବ।


(Disclaimer: ଏହି ଆର୍ଟିକିଲରେ ଦିଆଯାଇଥିବା ସୂଚନା ସାଧାରଣ ଅନୁମାନ ଉପରେ ଆଧାରିତ । ଜୀ ଓଡି଼ଶା ନ୍ୟୁଜ୍ ଏହାକୁ ନିଶ୍ଚିତ କରେ ନାହିଁ । କେବଳ ଜଣେ ବିଶେଷଜ୍ଞଙ୍କ ପରାମର୍ଶ ପରେ ଏହାକୁ ଅନୁସରଣ କରନ୍ତୁ ।)


Also Read: Health Tips: କିଡନୀ ପାଇଁ ରାମବାଣ ହେଉଛି ଏସବୁ ଖାଦ୍ୟ, ଲାଭ ଜାଣିଲେ ଆଜିଠୁ ହିଁ ଆରମ୍ଭ କରିବେ ଖାଇବା


Also Read:  Drinking Water: ଠିଆ ହୋଇ କି ପାଣି ପିଇବା ଉଚିତ୍ କି ନୁହେଁ? ଜାଣନ୍ତୁ କ'ଣ କହୁଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ