Drinking Water: ଠିଆ ହୋଇ କି ପାଣି ପିଇବା ଉଚିତ୍ କି ନୁହେଁ? ଜାଣନ୍ତୁ କ'ଣ କହୁଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ
Advertisement

Drinking Water: ଠିଆ ହୋଇ କି ପାଣି ପିଇବା ଉଚିତ୍ କି ନୁହେଁ? ଜାଣନ୍ତୁ କ'ଣ କହୁଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ

Side Effects Of Drinking Water While Standing: ଶରୀରକୁ ସୁସ୍ଥ ରଖିବା ପାଇଁ ପ୍ରଚୁର ପରିମାଣରେ ପାଣି ପିଇବା ଆବଶ୍ୟକ । ସେଥିପାଇଁ ଆମକୁ ପ୍ରତିଦିନ ପ୍ରାୟ ୭ ରୁ ୮ ଗ୍ଲାସ୍ ପାଣି ପିଇବାକୁ ପରାମର୍ଶ ଦିଅନ୍ତି ଡାକ୍ତର । ଯଦି ଆପଣ ଏହା ନକରନ୍ତି, ତେବେ ଡିହାଇଡ୍ରେସନ୍, ବାନ୍ତି, ମୁଣ୍ଡ ବୁଲାଇବା ଏବଂ ପେଟ ଯନ୍ତ୍ରଣା ଭଳି ସମସ୍ୟା ହୋଇପାରେ। ପାଣି ପିଇବାର ସର୍ବୋତ୍ତମ ଉପାୟ ହେଉଛି , ବସିକି ଆପଣ ଆରାମରେ ପାଣି ପିଇ ପାରିବେ କିନ୍ତୁ ଆଜିକାଲି ଲୋକମାନେ ବ୍ୟସ୍ତବହୁଳ ଜୀବନରେ ଏହା କରନ୍ତି ନାହିଁ ।

Drinking Water: ଠିଆ ହୋଇ କି ପାଣି ପିଇବା ଉଚିତ୍ କି ନୁହେଁ?  ଜାଣନ୍ତୁ କ'ଣ କହୁଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ

Side Effects Of Drinking Water While Standing: ଶରୀରକୁ ସୁସ୍ଥ ରଖିବା ପାଇଁ ପ୍ରଚୁର ପରିମାଣରେ ପାଣି ପିଇବା ଆବଶ୍ୟକ ।  ସେଥିପାଇଁ ଆମକୁ ପ୍ରତିଦିନ ପ୍ରାୟ ୭ ରୁ ୮ ଗ୍ଲାସ୍ ପାଣି ପିଇବାକୁ ପରାମର୍ଶ ଦିଅନ୍ତି ଡାକ୍ତର । ଯଦି ଆପଣ ଏହା ନକରନ୍ତି, ତେବେ ଡିହାଇଡ୍ରେସନ୍, ବାନ୍ତି, ମୁଣ୍ଡ ବୁଲାଇବା ଏବଂ ପେଟ ଯନ୍ତ୍ରଣା ଭଳି ସମସ୍ୟା ହୋଇପାରେ। ପାଣି ପିଇବାର ସର୍ବୋତ୍ତମ ଉପାୟ ହେଉଛି , ବସିକି ଆପଣ ଆରାମରେ ପାଣି ପିଇ ପାରିବେ କିନ୍ତୁ ଆଜିକାଲି ଲୋକମାନେ ବ୍ୟସ୍ତବହୁଳ ଜୀବନରେ ଏହା କରନ୍ତି ନାହିଁ । ଆପଣ ନିଶ୍ଚୟ ଦେଖିଥିବେ ଯେ ଲୋକମାନେ ବୋତଲରୁ ଠିଆ ହୋଇ ପାଣି ପିଅନ୍ତି, ତେବେ ଏଭଳି ଢଙ୍ଗରେ ପାଣି ପିଇବା ଅତ୍ୟନ୍ତ କ୍ଷତିକାରକ। ଯଦି ଆପଣ ଠିଆ ହୋଇ ପାଣି ପିଉଛନ୍ତି ତେବେ,ଏଭଳି ବଦଅଭ୍ୟାସକୁ ଆଜିହିଁ ଛାଡନ୍ତୁ । ନଚେନ ଏହା ଆପଣଙ୍କ ପାଇଁ ବିପଦର କାରଣ ହୋଇପାରେ । ତେବେ, ଆଜି ଆମେ ଆପଣଙ୍କୁ ଜଣାଇବାକୁ ଯାଉଛୁ ଠିଆ ହୋଇ ପାଣି ପିଇଲେ କେଉଁ ସମସ୍ୟା ଦେଖାଦେଇଥାଏ ।

ଠିଆ ହୋଇ ପାଣି ପିଇବା ଉଚିତ୍ ନୁହେଁ:

ହଜମ ସମସ୍ୟା :
ଯେଉଁ ଲୋକମାନେ ଛିଡ଼ା ବୋତଲରୁ ପାଣି ପିଅନ୍ତି । ସେମାନେ ହଜମ ଜନିତ ସମସ୍ୟା ଗୁଡିକର ସମ୍ମୁଖୀନ ହୁଅନ୍ତି। କାରଣ ପାଣି ଖାଦ୍ୟ ନଳୀରେ ଶୀଘ୍ର ପହଞ୍ଚେ । ଯାହା ପେଟରେ ସମସ୍ୟା ସୃଷ୍ଟି କରେ ।

ଫୁସଫୁସ ପାଇଁ ଖରାପ :
ଯେତେବେଳେ ଆପଣ ବୋତଲରୁ ଠିଆ ହୋଇ ପାଣି ପିଅନ୍ତି । ସେତେବେଳେ ଜଳ ପେଟକୁ ଜଲଦି ପହଞ୍ଚି ଥାଏ । ଏହା ଦ୍ବାରା ଖାଦ୍ୟ ନଳୀରେ ଅମ୍ଳଜାନ ଯୋଗାଣ ବନ୍ଦ ହୋଇଯାଏ, ଯେଉଁ କାରଣରୁ ଫୁସଫୁସ ଉପରେ ଚାପ ପଡିଥାଏ । ଏବଂ ଏହା ଦ୍ବାରା ଫୁସଫୁସରେ ସମସ୍ୟା ଦେଖାଦେଇଥାଏ । 

ଏହାବି ପଢନ୍ତୁ  : Vastu Tips: ସକାଳେ ଉଠିବା ପରେ ଭୁଲରେ ବି କରନ୍ତୁନି ଏସବୁ କାମ, ଘଟିବ ଅର୍ଥହାନୀ!

କିଡନୀ ସମସ୍ୟା:
ଯଦି ଆପଣ ଠିଆ ହେବା ସମୟରେ ଏକ ବୋତଲରୁ ପାଣି ପିଅନ୍ତି । ତେବେ ଏହା ଆପଣଙ୍କ କିଡନୀ ଉପରେ ଖରାପ ପ୍ରଭାବ ପକାଇଥାଏ, କାରଣ ଫିଲ୍ଟର ନ କରି ପାଣି ପେଟରେ ଅତି ଶୀଘ୍ର ଖସିଯାଏ, ଯେଉଁ କାରଣରୁ ବ୍ଲାଡରରେ ମଇଳା ଜମା ହୋଇଯାଏ। ଯାହା କିଡନୀରେ କ୍ଷତି ଘଟାଇଥାଏ ।

ପେଟ ଏସିଡ୍ ବୃଦ୍ଧି କରେ :
ଠିଆ ହେବା ସମୟରେ ପାଣି ପିଇବାର ଅଭ୍ୟାସ ଆପଣଙ୍କ ପେଟରେ ଏସିଡ୍ ପରିମାଣ ବୃଦ୍ଧି କରିବାରେ ସହାୟକ ହୋଇଥାଏ । ଯାହା ପେଟ ଯନ୍ତ୍ରଣା ଭଳି ସମସ୍ୟା ସୃଷ୍ଟି କରିଥାଏ । ଅନ୍ୟପଟେ, ଯଦି ଆପଣ ବସି ପାଣି ପିଅନ୍ତି,ତେବେ ଏହି ଏସିଡ୍ ଧୀରେ ଧୀରେ ଶରୀରରୁ ପରିସ୍ରା ମାଧ୍ୟମରେ ବାହାରିଥାଏ ।

(ପ୍ରତ୍ୟାଖ୍ୟାନ: ଏହି ଆର୍ଟିକିଲରେ ଦିଆଯାଇଥିବା ସୂଚନା ସାଧାରଣ ଅନୁମାନ ଉପରେ ଆଧାରିତ । ଜି ଓଡିଶା ଏହାକୁ ନିଶ୍ଚିତ କରେ ନାହିଁ । କେବଳ ଜଣେ ବିଶେଷଜ୍ଞଙ୍କ ପରାମର୍ଶ ପରେ ଏହାକୁ ଅନୁସରଣ କରନ୍ତୁ ।)