Ganesh Chaturthi 2023:ଭଗବାନ ଗଣେଶଙ୍କୁ(Lord Ganesh) ସନାତନ ଧର୍ମର ପ୍ରଥମ ଉପାସକ ବୋଲି କୁହାଯାଏ। ଯେକୌଣସି ଶୁଭ କାର୍ଯ୍ୟ ପ୍ରଭୂ ଗଣପତିଙ୍କ ପୂଜା ସହିତ ଆରମ୍ଭ କରାଯାଇଥାଏ। ସେ ହେଉଛନ୍ତି ବିଘ୍ନ ବିନାଶକ।ପ୍ରତିବର୍ଷ ଗଣେଶ ଚତୁର୍ଥୀ ମହୋତ୍ସବ ଭାଦ୍ରବ ମାସର ଶୁକ୍ଳ ପକ୍ଷ ଚତୁର୍ଥୀରେ ପାଳନ କରାଯାଇଥାଏ। ଏହା ଏକ ୧୦ ଦିନିଆ ଗଣେଶୋତ୍ସବ, ଯାହା ସାରା ଦେଶରେ ପାଳନ କରାଯାଏ ।ଏଥର ଗଣେଶ ପୂଜା ସେପ୍ଟେମ୍ବର ୧୯ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଏବଂ ଏହାର ବିସର୍ଜନ ତାରିଖ ସେପ୍ଟେମ୍ବର ୨୮ ତାରିଖ।


COMMERCIAL BREAK
SCROLL TO CONTINUE READING

ଶାସ୍ତ୍ର ଅନୁଯାୟୀ, ଏହି ୧୦ ଦିନ ମଧ୍ୟରେ ଭଗବାନ ଗଣେଶ ତାଙ୍କ ଘରୁ ଅର୍ଥାତ୍ କୈଳାଶ ପର୍ବତରୁ ଓହ୍ଲାଇ ପୃଥିବୀ ପୃଷ୍ଟକୁ ବୁଲିବାକୁ ଆସିଥାନ୍ତି ଏବଂ ଭକ୍ତମାନେ ଅତି ଆନନ୍ଦର ସହ ତାଙ୍କୁ ସ୍ୱାଗତ କରିଥାନ୍ତି। ଯଦି ଆପଣ ଗଣପତି ବାପ୍ପାଙ୍କୁ ଆପଣଙ୍କ ଘରକୁ ନିମନ୍ତ୍ରଣ କରିବାକୁ ଚାହାଁନ୍ତି, ତେବେ ଆଜି ଆମେ ଆପଣଙ୍କୁ ଏହାର କିଛି ବିଶେଷ ନିୟମ ବିଷୟରେ ଜଣାଇବୁ।


ଭଗବାନ ଗଣେଶଙ୍କର କେତେ ଗୋଟି ପ୍ରତିମା ରଖିବା ଉଚିତ୍?


ବାସ୍ତୁ ଶାସ୍ତ୍ରୀଙ୍କ ଅନୁଯାୟୀ, ଯଦି ଆପଣ ବାବା ଗଣେଶଙ୍କୁ ଚଳିତ ଭାଦ୍ରବ ଚତୁର୍ଥୀରେ ନିଜ ଘରକୁ ନିମନ୍ତ୍ରଣ କରିବାକୁ ଚାହାଁନ୍ତି, ତେବେ ମନେରଖନ୍ତୁ ଯେ ଆପଣ ଘରେ ତାଙ୍କର କେବଳ ଗୋଟିଏ ପ୍ରତିମା ଆଣି ରଖିପାରିବେ। ଯଦି ଆପଣ ଏକରୁ ଅଧିକ ପ୍ରତିମା ରଖନ୍ତି,ଏହାର ଶୁଭ ଫଳାଫଳ ହଜିଯାଏ ଏବଂ ଭଗବାନ ଗଣେଶ କ୍ରୋଧିତ ହୋଇଥାନ୍ତି।


ଏହି ଜିନିଷଗୁଡ଼ିକ ପ୍ରଭୁ ଗଣେଶଙ୍କ ପ୍ରତିମୂର୍ତ୍ତିରେ ସାମିଲ୍ କରନ୍ତୁ-


ଭଗବାନ ଗଣେଶଙ୍କ ପ୍ରତିମା ଯାହାକୁ ଆପଣ ଘରକୁ ଆଣୁଛନ୍ତି, ନିଶ୍ଚିତ ଭାବରେ ତାଙ୍କ ହାତରେ ଗଣପତିଙ୍କ ମୁଶକ ଏବଂ ମୋଦକ ରହିଥିୁବା ଆବଶ୍ୟକ। ଏହା ସହିତ, ଏହା ମଧ୍ୟ ଦେଖନ୍ତୁ ଯେ ତାଙ୍କର ପ୍ରତିମାର କେବଳ ବାମ ପାର୍ଶ୍ୱରେ ଶୁଣ୍ଢ ରହିବା ଉଚିତ୍।ଏହି ପ୍ରକାରର ପ୍ରତିମାକୁ ଅଧିକ ଶୁଭ ବୋଲି ବିବେଚନା କରାଯାଏ। ଘରେ ଯେଉଁ ସ୍ଥାନରେ ଆପଣ ଭଗବାନ ଗଣେଶଙ୍କ ପ୍ରତିମାକୁ ସ୍ଥାପନ କରିବାକୁ ଚାହୁଁଛନ୍ତି, ପ୍ରଥମେ ସେଠାରେ ଏକ ସଫା ଲାଲ କପଡା ବିଛାଇ ଦିଅନ୍ତୁ। ଏହି ପ୍ରକାରର ଲାଲ୍ ଆସନ ସୁଖ ଏବଂ ସମୃଦ୍ଧିର ଏକ କାରକ ଅଟେ। ଏହା ପରେ ଭଗବାନ ଗଣେଶଙ୍କ ପ୍ରତିମା ଏହି ଲାଲ୍ କପଡ଼ା ଉପରେ ରଖନ୍ତୁ।
Also Read: Shani Margi 2023: ଶନିଦେବଙ୍କ ପଡ଼ିବ କୃପାଦୃଷ୍ଟି; ନଭେମ୍ବର ମାସ ଯାଏଁ ମାଲାମାଲ୍ ହେବେ ଏହି ତିନି ରାଶି