Purple Tomato: ଖାଦ୍ୟରେ ଟମାଟୋର ବିଶେଷ ଗୁରୁତ୍ତ୍ୱ ରହିଥାଏ। ଖାଦ୍ୟର ସ୍ୱାଦ ବୃଧିକରାଇଥାଏ। ତେଣୁ ଏହାକୁ ଅଧିକାଂଶ ଖାଦ୍ୟରେ ସ୍ୱାଦ ବଢାଇବାକୁ ପକାଯାଇଥାଏ। ତେବେ ତା ଛଡା ଏହାକୁ ତ୍ୱଚା ସମ୍ବନ୍ଧୀୟ ସମସ୍ୟାର ନିରାକରଣ ପାଇଁ ମଧ୍ୟ ବ୍ୟବହାର କରାଯାଇଥାଏ। ଆପଣ ନାଲି କିମ୍ବା ହଳଦିଆ ରଙ୍ଗର ଟମାଟୋ ତ ନିଶ୍ଚୟ ଦେଖିଥିବେ। କିନ୍ତୁ କେବେ ଆପଣ ବାଇଗଣୀ ରଙ୍ଗର ଟମାଟୋ ବା (Purple Tomato) ଦେଖିଛନ୍ତି କି ? ତେବେ ବାଇଗଣୀ ଟମାଟୋ କ’ଣ, ଏହା କେଉଁଠି ମିଳୁଛି ଓ ଏହାର ଫାଇଦା କ’ଣ ଜାଣନ୍ତୁ…


COMMERCIAL BREAK
SCROLL TO CONTINUE READING


ଗ୍ରେଟ ବ୍ରିଟେନ ସ୍ଥିତ ଜନ୍‌ ଇନ୍ସ ସେଣ୍ଟରର ବୈଜ୍ଞାନିକ ମାର୍ଟିନ ଓ ତାଙ୍କର କିଛି ସାଥି ଏହି ଟମାଟୋକୁ ଉତ୍ପନ୍ନ କରିଥିଲେ। ଏହାକୁ ସେ ନିଜ ରିସର୍ଚ୍ଚ ସମୟରେ ଉତ୍ପନ୍ନ କରିବାକୁ ଚେଷ୍ଟା କରିଥିଲେ। ଯେଉଁଥିରେ ଆନ୍ଥୋସିୟାନିନର ମାତ୍ରା ଅଧିକ ରହିଛି। ଆନ୍ଥୋସିୟାନିନ (anthocyanin) ଏକ ପ୍ରକାର ଉଚ୍ଚ ସ୍ତର ଆଣ୍ଟି ଆକ୍ସିଡାଣ୍ଟ। ଯାହା ସାଧାରଣତଃ ବ୍ଲାକବେରୀ ଏବଂ ବ୍ଲୁବେରୀରେ ରହିଥାଏ।


ରିସର୍ଚ୍ଚ ସମୟରେ କେଥି ଏବଂ ତାଙ୍କ ଟିମ୍‌ ଏକ ସ୍ନାପଡ୍ରାଗନ ଫୁଲର ଦୁଇଟି ଜିନ୍‌ ନେଇ ଟମାଟୋରେ ଭରିଥିଲେ। ଏହାପରେ ୨୦୦୪ରେ ଟମାଟୋଟି ନିଜ ରୂପ ନେଇଥିଲା। କିନ୍ତୁ ସେତେବେଳେ ଟମାଟୋ ବହୁତ ଛୋଟ ଥିଲା। ଟମାଟୋକୁ ସେମିତି କିଛି ଦିନ ପାଇଁ ଛାଡିଦିଆଯାଇଥିଲା। କିଛିଦିନ ପରେ ଟମାଟୋ ବାଇଗଣୀ ରଙ୍ଗରେ ପରିବର୍ତ୍ତନ ହୋଇଥିଲା।


ଆମେରିକାର କୃଷି ବିଭାଗ ନିକଟରେ ଏହି ବାଇଗଣୀ ଟମାଟୋକୁ ମାର୍କେଟରେ ବିକିବା ପାଇଁ ଅନୁମତି ପ୍ରଦାନ କରିଛି। ଆଗାମୀ କିଛିଦିନ ମଧ୍ୟରେ ଏହା ଆମେରିକାର ମାର୍କେଟରେ ବିକ୍ରି ହେଉଥିବା ଦେଖିବାକୁ ମିଳିବ। ଗବେଷକଙ୍କ ଦାବି ଅନୁଯାୟୀ, ଏହି ଟମାଟୋରେ ଅଧିକ ଆଣ୍ଟିଅକ୍ସିଡାଣ୍ଟ (antioxidant) ରହିଥିବାରୁ ଏହାକୁ ସେବନ କରିବା ଦ୍ୱାରା ଅନେକ ପ୍ରକାର ଫାଇଦା ମିଳିବ।


ସ୍ୱାସ୍ଥ୍ୟଗତ ଫାଇଦା (Health Benefits):


ୟୁନିଭରସିଟି ଅଫ କାଲିଫର୍ଣ୍ଣିଆର ଫ୍ରୁଟ ବାୟୋଲୋଜିଷ୍ଟ ତଥା ପ୍ରଫେସର ଡାଭିସଙ୍କ କହିବା ମୁତାବକ, ଏହି ବାଇଗଣୀ ଟମାଟୋ ଜେନିଟିକାଲି ମେଡିଫାଏଡ ଖାଦ୍ୟ ଶୃଂଖଳାରେ ଏକ ନୂଆ ପରିବର୍ତ୍ତନ ଆଣିବ। ଏହି ଟମାଟୋ ସ୍ୱାସ୍ଥ୍ୟ ପାଇଁ ବେଶ୍‌ ଲାଭଦାୟକ। ଏଥିରେ ଥିବା ଭରପୁର ମାତ୍ରାର ଆଣ୍ଟିଅକ୍ସିଡାଣ୍ଟ କ୍ୟାନ୍ସରରୁ (cancer) ରକ୍ଷା କରିପାରିବା ସହ ଟାଇପ –୨ ଡାଇବେଟିସରୁ (diabetes) ମଧ୍ୟ ସୁରକ୍ଷିତ ରଖିଥାଏ।


ତେବେ ସୂଚନାଥାଉ କି, ଟମାଟୋରେ ଭିଟାମିନ୍‌-ସି ଭରପୂର ମାତ୍ରାରେ ରହିଥାଏ, ଯାହା ଶରୀରକୁ ସଂକ୍ରାମକ ରୋଗରୁ ରକ୍ଷା କରିଥାଏ। ଏହା ଇମ୍ୟୁନ୍‌ ସିଷ୍ଟମ୍‌କୁ ମଜଭୁତ କରିଥାଏ। ଏଥି ସହିତ ଡାଇବେଟିସ୍‌ ରୋଗୀଙ୍କୁ ଅନେକ ସଂକ୍ରମଣରୁ ମଧ୍ୟ ରକ୍ଷା କରିଥାଏ। ଏଣୁ ଡାଇବେଟିସ୍‌ ରୋଗୀ ପ୍ରତ୍ୟେକଦିନ ଟମାଟୋ ସେବନ କରିବା ଉଚିତ।


ଟମାଟୋରେ ପୋଟାସିୟମ୍‌ ରହିଛି, ଯାହା ରକ୍ତ କୋଷିକାକୁ ସୁସ୍ଥ ରଖିବାରେ ସାହାୟକ ହୋଇଥାଏ। 
ଟମାଟୋରେ କମ୍‌ କ୍ୟାଲୋରୀ (calorie) ମଧ୍ୟ ରହିଛି, ଯାହା ଓଜନକୁ ଆୟତ୍ତ (weight loss) କରିବାରେ ସାହାଯ୍ୟ କରିଥାଏ। ଡାଇବେଟିସ୍‌ ରୋଗୀମାନଙ୍କୁ ସବୁବେଳେ ନିଜ ଓଜନକୁ ନେଇ ସମସ୍ୟା ରହିଥାଏ। ଏମିତି କରିବା ଦ୍ୱାରା ଓଜନ କଣ୍ଟ୍ରୋଲରେ ରହି ପାରିବ ଏବଂ ଆପଣ ସୁସ୍ଥ ରହି ପାରିବେ।


(ମନେରଖନ୍ତୁ: ଅନେକ ସମୟରେ ବ୍ୟକ୍ତିର ଜୀବନଶୈଳୀ ଏବଂ ଜେନେଟିକ୍ କାରକ କର୍କଟ ବିପଦକୁ ପ୍ରଭାବିତ କରିପାରେ)