ପ୍ରତ୍ୟେକ ଭାରତୀୟଙ୍କ ରୋଷେଇ ଘରେ ଅନେକ ଜିନିଷ ମିଳିଥାଏ। ଯେଉଁ ଥିରେ ଲୁଣ, ଚିନି, ଅଦା, ଲେମ୍ବୁ ଅତି ସାଧାରଣ କଥା। କିନ୍ତୁ ଏସବୁରେ ଅନେକ ଔଷଧୀୟ ଗୁଣ ରହିଥାଏ। ଏହା ବ୍ୟତୀତ ଆମ ହାଣ୍ଡିଶାଳରେ ଏମିତି କିଛି ଜିନିଷ ରହିଛି ଯାହା ଆମ ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ଅଟେ। ସେଥିମଧ୍ୟରୁ ଅଦା ଓ କଳା ଲୁଣ ବା ବିଟ୍ ଲୁଣ ଅନ୍ୟତମ।


COMMERCIAL BREAK
SCROLL TO CONTINUE READING

ଅଦା ଯେ କେବଳ ଚା'ର ସ୍ବାଦକୁ ବଢାଏ ତାହା ନୁହେଁ, ଏଥିରେ ଔଷଧୀୟ ଗୁଣ ମଧ୍ୟ ରହିଛି ଯାହା ଆପଣଙ୍କ ମେଦବହୁଳତାକୁ ହ୍ରାସ କରିବାରେ ସାହାଯ୍ୟ କରିଥାଏ। ଏହା ସହ ଆପଣଙ୍କ ହଜମ ପ୍ରକ୍ରିୟାରେ ମଧ୍ୟ ପ୍ରଭାବଶାଳୀ ଅଟେ। ଅଦା କାଶ, ଥଣ୍ଡା ଇତ୍ୟାଦିରେ ପାଇଁ ମଧ୍ୟ ପ୍ରଭାବଶାଳୀ, ଏଥିରେ ଅନେକ ପୁଷ୍ଟିକର ଉପାଦାନ ରହିଥାଏ। ଅଦାରେ ଥିବା ଭିଟାମିନ୍, ଜିଙ୍କ, ଆଇରନ, କ୍ୟାଲସିୟମ ଇତ୍ୟାଦି ଆମ ସ୍ବାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ। 


ଆଜିକାଲି ସମସ୍ତେ ଓଜନ ହ୍ରାସ କରିବାକୁ ଚାହୁଁଛନ୍ତି ଏପରି ସ୍ଥିତିରେ ଅଦା ଏବଂ କଳା ଲୁଣ ବେଶ ଫଳପ୍ରଦ ହେବ। ଅଦା ଏବଂ କଳା ଲୁଣ ଯେକୌଣସି ସ୍ବାସ୍ଥ୍ୟ ସମସ୍ୟାରୁ ଉପଶମ କରିବାରେ ପ୍ରଭାବଶାଳୀ ଅଟେ। ତେବେ ଆସନ୍ତୁ ଜାଣିବା ଅଦା ଏବଂ ଲୁଣର ଉପକାରିତା ବିଷୟରେ..


Also Read: ବଦଳିଲା McDonaldର ଲୋଗ; ଜାଣନ୍ତୁ, କାହିଁକି ଏମିତି ନିଷ୍ପତ୍ତି ନେଲା ୬୭ ବର୍ଷର ପୁରୁଣା କମ୍ପାନୀ?


୧. ଅଦା ଏବଂ କଳା ଲୁଣର ମିଶ୍ରଣ ଖାଇବା ଦ୍ବାରା ପେଟ ଜନିତ ସମସ୍ୟାରୁ ମୁକ୍ତି ମିଳିଥାଏ। ଏହା ଗ୍ୟାସର ସମସ୍ୟାକୁ ଦୂର କରିବା ସହିତ ପେଟରେ ଷ୍ଟୋନ ସମସ୍ୟା, ଅତ୍ୟଧିକ ଗ୍ୟାସ ସୃଷ୍ଟି ହେବା, ଛାତି ଯନ୍ତ୍ରଣା ଭଳି ସମସ୍ୟାକୁ ଦୂର କରିଥାଏ।


୨. ଓଜନ ହ୍ରାସ କରିବା ପାଇଁ ଲୋକେ ଆଜିକାଲି ବହୁତ କିଛି କରୁଛନ୍ତି, ଏମିତିରେ ଅଦା ଆଉ କଳା ଲୁଣକୁ ମିଶାଇ ଖାଇବା ଦ୍ବାରା ଶରୀରର ମେଟାବୋଲିଜିମକୁ ବୁଷ୍ଟ କରିଥାଏ। ଯେଉଁ କାରଣରୁ ଓଜନ କମିଥାଏ ଏବଂ ଆପଣ ମଧ୍ୟ ହାଲୁକା ଅନୁଭବ କରିଥାଆନ୍ତି। ଯଦି ଆପଣ ଦୀର୍ଘ ସମୟ ହେବ ନିଜର ଓଜନ ହ୍ରାସ କରିବାକୁ ଚାହୁଁଛନ୍ତି, କିନ୍ତୁ ଓଜନ କମ କରିପାରୁ ନାହାନ୍ତି ତେବେ ନିଶ୍ଚିତ ଭାବରେ ଅଦା ଏବଂ କଳା ଲୁଣର ମିଶ୍ରଣକୁ ଖାଆନ୍ତୁ ଏହା ଲାଭଦାୟକ ଅଟେ।


୩. ଅଦାରେ ଆଣ୍ଟି ଏଜିଂ ଉପାଦାନ ମିଳିଥାଏ, ଯାହା ଆପଣଙ୍କ ଚର୍ମରେ ରକ୍ତ ସଞ୍ଚାଳନକୁ ଉନ୍ନତ କରିଥାଏ ଏବଂ ଆପଣଙ୍କ ଶରୀରରେ ଥିବା ବିଷାକ୍ତ ପଦାର୍ଥକୁ ବାହାର କରିବାରେ ସାହାଯ୍ୟ କରିବା ସହ ଶରୀରକୁ ପ୍ୟୁରିଫାଏ କରିଥାଏ। ଏହାକୁ ଖାଇବା ଦ୍ବାରା ଆପଣଙ୍କ ତ୍ୱାଚାକୁ ମୃତକୋଷିକାରୁ ମୁକ୍ତି ମିଳିଥାଏ।