Gold Rate: ସୁନା କିଣିବାକୁ ଚାହୁଁଥିଲେ, ଆପଣଙ୍କ ପାଇଁ ଖୁସି ଖବର। ଆଜି ସୁନାର ଦରରେ(Gold Rate) ହେଲା ବଡ଼ ପରିବର୍ତ୍ତନ। ଲଗାତାର ଅନେକ ଦିନ ହେବ ଭାରତୀୟ ବଜାରରେ ସୁନାର ଦାମ୍ କମୁଥିବା ଦେଖିବାକୁ ମିଳିଛି । ତେବେ ଯଦି ଆପଣ ଏବେ ସୁନା କିଣିବାକୁ ଚାହୁଁଛନ୍ତି ତେବେ ଆର୍ଟିକିଲକୁ ପୁରା ପଢ଼ନ୍ତୁ। ସୁନା କିଣିବା ପୂର୍ବରୁ ନଜର ପକାନ୍ତୁ ଓଡିଶା ସମେତ ଦେଶର ପ୍ରମୁଖ ସହରରେ କେତେ ରହିଛି ସୁନାର ମୂଲ୍ୟ। ଭାରତୀୟ ବଜାରରେ ଆଜି ୨୨ କ୍ୟାରେଟ ସୁନାର ଦର ୧୦ ଗ୍ରାମ ପ୍ରତି ୫୪,୮୫୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନାର ଦର ୧୦ ଗ୍ରାମ ପ୍ରତି ୫୯,୮୪୦ ଟଙ୍କା ରହିଥିବା ଦେଖିବାକୁ ମିଳିଛି । ତେବେ ଆଜି ଓଡିଶାର ରାଜଧାନୀରେ ଭୁବନେଶ୍ୱରରେ(Bhubaneswar) ଏବେ ୨୨ କ୍ୟାରେଟ ସୁନାର ମୂଲ୍ୟ ଦଶ ଗ୍ରାମ ପ୍ରତି ୫୪,୮୫୦ ଟଙ୍କା ରହିଛି ଏବଂ ୨୪ କ୍ୟାରେଟ ସୁନାର ସୁନାର ମୂଲ୍ୟ ଦଶ ଗ୍ରାମ ପ୍ରତି ୫୯ ହଜାର ୮୪୦ ଟଙ୍କା ରହିଛି ।


COMMERCIAL BREAK
SCROLL TO CONTINUE READING

ଏହା ବ୍ୟତୀତ ଦେଶର ପ୍ରମୁଖ ସହରମାନଙ୍କରେ ମଧ୍ୟ ଏହା ଦର ହ୍ରାସ ପାଇଛି। ସେହିପରି ଆଜି ମୁମ୍ବାଇରେ(Mumbai) ୨୨ କ୍ୟାରେଟ ଏବଂ ୨୪ କ୍ୟାରେଟର ମୂଲ୍ୟ ୫୪ ହଜାର ୮୫୦ ଟଙ୍କା ଓ ୫୯ ହଜାର ୮୪୦ ଟଙ୍କା ଥିବାର ରେକର୍ଡ କରାଯାଇଥିବା ବେଳେ ନୂଆଦିଲ୍ଲୀରେ ଏହାର ମୂଲ୍ୟ ୧୦ ଗ୍ରାମ ପ୍ରତି ଯଥାକ୍ରମେ ୫୫ ହଜାର ଟଙ୍କା ଓ ୬୦ ହଜାର ଟଙ୍କା ରହିଛି । ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ମଧ୍ୟ ଏହାର ମୂଲ୍ୟ ଯଥାକ୍ରମେ ୫୪ ହଜାର ୮୫୦ ଟଙ୍କା ଓ ୫୯,୮୪୦ ଟଙ୍କା ରହିଛି। ଏହା ବ୍ୟତୀତ ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ ମୂଲ୍ୟ ୫୫,୧୦୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ମୂଲ୍ୟ ୬୦,୧୧୦ ଟଙ୍କା ଥିବା ରେକର୍ଡ ହୋଇଛି ।ସେହିପରି ରୁପାର(Silver) ମୂଲ୍ୟ ୧ କିଲୋଗ୍ରାମ ପ୍ରତି ୭୩,୫୦୦ଟଙ୍କା ରହିଥିବା ନେଇ ରେକର୍ଡ  କରାଯାଇଛି।


Also Read: PM Kisan Scheme: ପିଏମ୍ କିସାନ ଯୋଜନାର ବଦଳିଲା E-kyc ନିୟମ, ଜାଣନ୍ତୁ ଏବେ କେମିତି ଆକାଉଣ୍ଟକୁ ଆସିବ ଟଙ୍କା...