Guru Gochar 2023: ଜ୍ୟୋତିଷ ଶାସ୍ତ୍ରରେ ଦେବଗୁରୁ ବୃହସ୍ପତିଙ୍କୁ (jupiter) ସୁଖର କାରକ ବୋଲି କୁହାଯାଏ । ଜାତକ ବା ରାଶିରେ ଏହି ଗ୍ରହର ସ୍ଥିତି ବ୍ୟକ୍ତିକୁ ପ୍ରତ୍ୟକ କ୍ଷେତ୍ରରେ ଶୁଭଫଳ ପ୍ରଦାନ କରିଥାଏ । ବୃହସ୍ପତିଙ୍କ ଆଶୀର୍ବାଦ ହେତୁ ବ୍ୟକ୍ତି ଜୀବନରେ ସମସ୍ତ ପ୍ରକାରର ସାମଗ୍ରୀକ ସୁଖ ଲାଭ କରିଥାଏ। ସମାଜରେ ମାନ ସମ୍ମାନ ବୃଦ୍ଧି ହେବା ସହିତ ବିବାହ ରେ ବିଳମ୍ବ ହେଉଥିବା ସମସ୍ୟା ମଧ୍ୟ ଦୂର ହୋଇଥାଏ। ତେବେ, ଏହି କ୍ରମରେ ଦେବଗୁରୁ ଚଳିତ ମାସର ଶେଷ ଦିନ ଅର୍ଥାତ୍ ଡିସେମ୍ବର ୩୧ ସକାଳ ୮ଟା ୧୧ ମିନିଟ୍ ସମୟରେ ମେଷ ରାଶିକୁ ମାର୍ଗି  ବା ଗୋଚର ( guru gochar 2023 ) ହେବେ।  ଆସନ୍ତା ମେଁ ମାସ ପର୍ଯ୍ୟନ୍ତ ବୃହସ୍ପତି ଏହି ରାଶିରେ ରହିବ। ତେବେ, ନୂଆବର୍ଷ ପୂର୍ବରୁ ବୃହସ୍ପତିଙ୍କ ଏହି ମାର୍ଗି ହେବା ବା ଚଳନ ତିନୋଟି ରାଶି ପାଇଁ ବରଦାନ ପାଲଟିବ। ତେବେ, ଆସନ୍ତୁ ଜାଣିବା କେଉଁ ସବୁ ରାଶି ନୂଆ ବର୍ଷ ଆରମ୍ଭରୁ ଧନୀ ହେବାକୁ ଯାଇଛନ୍ତି। 


COMMERCIAL BREAK
SCROLL TO CONTINUE READING

ALSO READ: Today Horoscope: ଧନପ୍ରାପ୍ତିର ଯୋଗ ସହ ଶୁଭଫଳ ପାଇବେ ଏହି ସବୁ ରାଶି, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ବୁଧବାର?


ମିଥୁନ: ଦେବଗୁରୁ ବୃହସ୍ପତିଙ୍କ ଆର୍ଶିବାଦରୁ ଏହି ରାଶିର ଲୋକଙ୍କ ପାଇଁ ଶୁଭଦିନ ଆରମ୍ଭ ହେବାକୁ ଯାଉଛି। ପୂର୍ବ ଅପେକ୍ଷା ଆର୍ଥିତ ସ୍ଥିତିରେ ସୁଧାର ଆସିବ। ରୋଜଗାର ପାଇଁ ନୂଆ ବାଟ ଖୋଲିବ । କୋର୍ଟରେ ବିଚାରଧିନ ମାମଲାର ରାୟ ଆପଣଙ୍କ ସପକ୍ଷରେ ଯିବ। କର୍ମକ୍ଷେତ୍ରରେ ସହକର୍ମୀଙ୍କ ଠାରୁ ପୂର୍ଣ୍ଣ ସମର୍ଥନ ପାଇବେ। ପଦୋନ୍ନତିର ହେବାର ସମ୍ଭାବନା ରହିଛି। ପରିବାରରେ ସୁଖ ସମୃଦ୍ଧି ବୃଦ୍ଧି ହେବ। ଲାଗି ରହିଥିବା ସମସ୍ୟାରୁ ଆପଣଙ୍କୁ  ମୁକ୍ତି ମିଳିବ। ବ୍ୟବସାୟ ପାଇଁ ସମୟ ଅନୁକୂଳ ରହିଛି। ଅବିବାହିତଙ୍କ ପାଇଁ ଭଲ ବିବାହ ପ୍ରସ୍ତାବ ଆସିପାରେ । 


କର୍କଟ: ଏ-ହି ରାଶିର ଲୋକଙ୍କ ଉପରେ ବୃହସ୍ପତି ଟଙ୍କା ବର୍ଷା କରିବେ। ଏହି ଅବଧି ମଧ୍ୟରେ କ୍ୟାରିୟରରେ ବିପୁଳ ସଫଳତା ପାଇବେ। ଚାକିରି ଖୋଜୁଥିବା ଲୋକେ ଭଲ ଚାକିରି ଅଫର ପାଇବେ।  କାର୍ଯ୍ୟାଳୟରେ ଆପଣଙ୍କୁ ବଡ଼ ଦାୟିତ୍ବ ମିଳିପାରେ। ବ୍ୟବସାୟୀ କରୁଥିବା ଲୋକଙ୍କ ପାଇଁ ସମୟ ଭଲ ଥିବାରୁ ଏହି ସମୟରେ ଆପଣ ଯେ କୌଣସି ନୂଆ ବ୍ୟବସାୟ ଆରମ୍ଭ କରିବେ ଭଲ ଲାଭ ପାଇବେ। କମ୍ପିଟେଟିଭ୍ ଏକ୍ସାମ୍ ଦେଉଥିବା  ଆଶାୟୀମାନେ ଭଲ ରେଜଲ୍ଟ ପାଇବେ । ଅର୍ଥାତ୍ ସରକାରୀ ଚାକିରି ପାଇବାର ସମ୍ଭାବନା ରହିଛି । ବିଦେଶ ଯାତ୍ରା କରିପାରନ୍ତି।  ତଥାପି, ଜାନୁଆରୀ ୧୫ ପର୍ଯ୍ୟନ୍ତ କୌଣସି ନୂତନ କାର୍ଯ୍ୟ କରନ୍ତୁ ନାହିଁ ।  ୧୫ ପରେ ଆପଣ ବ୍ୟବସାୟରେ ଟଙ୍କା ବିନିଯୋଗ କଲେ ଅତ୍ୟନ୍ତ ଭଲ।


ମୀନ: ଏହି ରାଶିର ଲୋକେ ବି ଶୁଭଫଳ ପାଇବେ।  ଏହା ସହିତ ଏହି ରାଶିର ଲୋକମାନଙ୍କ ଭାଗ୍ୟ ଉଜ୍ଜ୍ୱଳ ହେବ ଏବଂ ଏମାନେ ଅନେକ ବଡ଼ ବଡ଼ କାର୍ଯ୍ୟ ମଧ୍ୟ ସମ୍ପନ୍ନ କରିବାରେ ସକ୍ଷମ ହେବେ। କୌଣସି ଯୋଜନା ସଂପୂର୍ଣ୍ଣ କରିବାର ଲାଭ ଆପଣ ପାଇପାରନ୍ତି। ଯେଉଁମାନେ ବିଦେଶ ଯିବାକୁ ଚିନ୍ତା କରୁଛନ୍ତି ସେମାନେ ଏକ ବିଦେଶ ଯାତ୍ରା କରିପାରନ୍ତି। ଯେଉଁମାନେ କାମ କରୁଛନ୍ତି ସେମାନେ ନିଜ ଚାକିରିରେ ପଦୋନ୍ନତି ପାଇପାରନ୍ତି। ଆୟ ବୃଦ୍ଧି ହେବାର ସମ୍ଭାବନା ରହିଛି। ଆହୁରି ମଧ୍ୟ, ବ୍ୟକ୍ତି ଧାର୍ମିକ କିମ୍ବା ଶୁଭ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିପାରିବାର ସମ୍ଭାବନା ରହିଛି। ଆକସ୍ମିକ ଧନ ଲାଭର ଯୋଗ ରହିଛି।


(Disclaimer: ଏହି ଖବର କେବଳ ସୂଚନା ପ୍ରଦାନ ପାଇଁ। ଏହି ସୂଚନାକୁ ନେଇ ଜୀ ଓଡ଼ିଶା ନ୍ୟୁଜ ପୁଷ୍ଟି କରେନାହିଁ। ଯଦି କୌଣସି ଟିପ୍ସକୁ ଆପଣାଉଛନ୍ତି ତେବେ ଏହା ପୂର୍ବରୁ କୌଣସି ଜ୍ୟୋତିଷଙ୍କ ପରାମର୍ଶ ନିଅନ୍ତୁ।)