Guru Gochar 2023: ଜ୍ୟୋତିଷ ଶାସ୍ତ୍ରରେ ଗୁରୁ ବୃହସ୍ପତିଙ୍କୁ (Devguru Jupiter)ଜ୍ଞାନ,ସନ୍ତାନ, ଧନ, ଦାନ, ପୂଣ୍ୟ ଏବଂ ବୃଦ୍ଧି ଆଦିର କାରକ ବୋଲି ବିବେଚନା କରାଯାଏ। ତେବେ, ଏହି କ୍ରମରେ ବୃହସ୍ପତି ବର୍ତ୍ତମାନ ମେଷ ରାଶିରେ ବିରାଜମାନ ଅଛନ୍ତି । ଆସନ୍ତା ଡିସେମ୍ବର ୩୧ ତାରିଖ ସକାଳ ୮ଟା ୧୧ ମିନିଟ୍ ସମୟରେ ବୃଷ ରାଶିକୁ ଚଳନ କରିବେ।  ତେବେ  ବୃହସ୍ପତି ଏହି ରାଶିରେ ୧ ବର୍ଷ ୧୩ ଦିନ ରହିବେ। ତେବେ ବୃହସ୍ପତିଙ୍କ ଏହି ଚଳନ କିଛି ରାଶିକୁ ଶୁଭଫଳ ପ୍ରଦାନ କରିବ। ଜାତକରେ ବୃହସ୍ପତିଙ୍କ ସ୍ଥିତି ବ୍ୟକ୍ତିକୁ ଧନୀ ଓ ଜ୍ଞାନୀ କରିଥାଏ ବୋଲି ଜ୍ୟୋତିଷ ଶାସ୍ତ୍ରରେ ଉଲ୍ଲେଖ ରହିଛି । ତେବେ, ଆସନ୍ତୁ ଜାଣିବା ବୃହସ୍ପତିଙ୍କ ଏହି ଚଳନ କେଉଁ ସବୁ ରାଶିଙ୍କ (zodiac signs) ଭାଗ୍ୟ ଫିଟିବାକୁ ଯାଉଛି।


COMMERCIAL BREAK
SCROLL TO CONTINUE READING

Also Read: Today Horoscope: ଏହି ସବୁ ରାଶି ଉପରେ ଆଜି ହେବ ଧନ ବର୍ଷା , ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ଶୁକ୍ରବାର?


ମେଷ : ବୃହସ୍ପତିଙ୍କର ଏହି ରାଶି ପରିବର୍ତ୍ତନ ମେଷ ରାଶିର ବ୍ୟକ୍ତିମାନଙ୍କ ପାଇଁ ଶୁଭପ୍ରଦ ହେଇପାରେ । ଏହି ରାଶିଙ୍କ ଦୁଃଖ କଷ୍ଟକୁ ହରଣ କରିବେ ବୃହସ୍ପତି ମହାରାଜ୍ । ସମସ୍ତ କାର୍ଯ୍ୟରେ ସଫଳତା ପ୍ରାପ୍ତି କରିବା ସହ ଧାର୍ମିକ ଯାତ୍ରା କରିପାରନ୍ତି।  ଏହି ଅବଧି ମଧ୍ୟରେ ଆପଣଙ୍କ ଆତ୍ମବିଶ୍ଵାସରେ ବୃଦ୍ଧି ଘଟିବା ସହ ଦାରିଦ୍ରତା ପାଖ ମାଡିବ ନାହିଁ। ଯଦି ଏହି ସମୟରେ ଆପଣ କୌଣସି ନୂତନ ଯୋଜନା ବା ପ୍ଲାନ୍ ଆରମ୍ଭ କରିବାକୁ ଯାଉଛନ୍ତି ତାହା ଆପଣଙ୍କୁ ଶୁଭ ଫଳ ପ୍ରଦାନ କରିବ । ବୃହସ୍ପତି ଆପଣଙ୍କ ରାଶିର ନବମ ଏବଂ ଦ୍ଵାଦଶ ସ୍ଥାନର ଅଧିପତି ଅଟନ୍ତି ଏହାଯୋଗୁଁ ଭାଗ୍ଯ ଆପଣଙ୍କୁ ସହଯୋଗ କରିବ । ବୈବାହିକ ଜୀବନ ସୁଖମୟ ହେବା ସହ ପ୍ରେମ ଜୀବନରେ ମଧୁରତା ବଢିବ। 


ମୀନ : ଜାନୁଆରୀ ଆରମ୍ଭରୁ ଏହି ରାଶିର ବ୍ୟକ୍ତିଙ୍କ ଭାଗ୍ୟରେ ବଡ଼ ପରିବର୍ତ୍ତନ ଆସିବ। ଏହି ଏବଧି ମଧ୍ୟରେ ଦୀର୍ଘ ଦିନରୁ ଅଟକି ରହିଥିବା କାର୍ଯ୍ୟ ସମାପ୍ତ ହେବ । ଜୀବନସାଥୀଙ୍କ ସହ କ୍ବାଲିଟି ଟାଇମ୍ ଅତିବାହିତ କରିବେ । ସମ୍ପର୍କରେ ମଧୁରତା ଆସିବ । ଧନ ଓ ଆୟ ବୃଦ୍ଧି ହେବା ନେଇ ସମ୍ଭାବନା ରହିଛି । ଦୀର୍ଘ ଦିନରୁ ଲାଗି ରହିଥିବା ସମସ୍ୟା ଦୂର ହେବ । ଭ୍ରମଣ ଯୋଗ ରହିଛି । ସନ୍ତାନ ପ୍ରାପ୍ତି ହେବାର ସୁଖ ମଧ୍ୟ ପାଇପାରିବେ । କାର୍ଯ୍ୟାଳୟରେ ପଦୋନ୍ନତିର ସମ୍ଭାବନା ରହିଛି। ଏବଂ ନୂତନ ବ୍ୟବସାୟ ଆରମ୍ଭ କରିବା ପାଇଁ ସମୟ ଅନୁକୂଳ ରହିଛି। 


ଧନୁ:  ଦେବଗୁରୁ ବୃହସ୍ପତି ହେଉଛନ୍ତି ଧନୁ ରାଶିର ପ୍ରଭୁ। ତେଣୁ, ଧନୁ ରାଶିର ଲୋକମାନେ ପ୍ରଭୁ ବୃହସ୍ପତିଙ୍କ ଠାରୁ ବିଶେଷ ଆଶୀର୍ବାଦ ପାଇବେ। ବର୍ତ୍ତମାନ, ଧନୁ ରାଶିର ଲୋକେ ଶନି ସାଢେ ସତୀ ଦଶାରୁ ମୁକ୍ତି ପାଇଛନ୍ତି।  ତେଣୁ ଆସନ୍ତା ବର୍ଷ ଏହି ରାଶିର ଲୋକଙ୍କ ପାଇଁ ଶୁଭଦିନ ଆରମ୍ଭ ହେବାକୁ ଯାଉଛି। ଆକସ୍ମିକ ଧନ ଲାଭ ନେଇ ଯୋଗ ରହିଛି । ପୁରୁଣା ବିନିଯୋଗରୁ ଏହି ରାଶିର ଲୋକଙ୍କୁ  ଲାଭ ମିଳିବ । ସନ୍ତାନ ସନ୍ତତି ମାନଙ୍କଠାରୁ ଭଲ ଖବର ପାଇ ମନ ପ୍ରସନ୍ନ ରହିବ। ଆୟ ବୃଦ୍ଧି ହେବା ନେଇ ସମ୍ଭାବନା ରହିଛି । ଚାକିରି କରୁଥିବା ବ୍ୟକ୍ତିଙ୍କ ପଦୋନ୍ନତି ହୋଇପାରେ ।  ପ୍ରତ୍ୟେକ କାର୍ଯ୍ୟରେ ଶୁଭଫଳ ମିଳିବ ।  ଏବଂ ଅବିବାହିତଙ୍କ ବିବାହ ସ୍ଥିର ହୋଇପାରେ ।


​(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ। କେବଳ ସୂଚନା ପାଇଁ ଦିଆଯାଇଛି। ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ। କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ।)