Hair Care Tips: କେଶ ଧଳା ହୋଇଯାଉଛି କି? ସକାଳୁ ଉଠି ପ୍ରତିଦିନ ଗୁଡ଼ ସହ ଖାଆନ୍ତୁ ଏହି ମଞ୍ଜି
Hair Care Tips: ଯଦି ଆପଣ କେଶ ଧଳା ହୋଇ ଯାଉଥିବା ସମସ୍ୟାରେ ସମ୍ମୁଖୀନ ହେଉଥାନ୍ତି, ତେବେ ଗୋଟିଏ ଜିନିଷ ଖାଇବା ଦ୍ୱାରା ଆପଣଙ୍କ ଏହି ସମସ୍ୟା ଦୂର ହୋଇପାରିବ ।
ନୂଆଦିଲ୍ଲୀ: କେଶ ଝଡ଼ିବା ସମସ୍ୟା (Hair loss problems) ଅଧିକାଂଶ ଲୋକଙ୍କୁ କଷ୍ଟ ଦେଇଥାଏ । ଯଦି ଆପଣ କେଶ ଧଳା (White Hair) ହୋଇ ଯାଉଥିବାକୁ ନେଇ ଚିନ୍ତିତ ଥାନ୍ତି, ତେବେ ଗୁଡ଼ ଓ ମେଥିକୁ ମିଶାଇ ଖାଆନ୍ତୁ । ସକାଳୁ ଉଠିବା ମାତ୍ରେ ଗୁଡ଼ ଓ ମେଥିକୁ ଏକାଠି ଖାଇବା ଦ୍ୱାରା ଧଳା କେଶର ସମସ୍ୟା ଦୂର ହୋଇଥାଏ ।
ଗୁଡ଼ ଓ ମେଥିକୁ ଖାଇବାଦ୍ୱାରା ମିଳିଥାଏ ଅନେକ ଲାଭ
କେଶକୁ ଶକ୍ତିଶାଳୀ ଏବଂ ମଜବୁତ କରିବା ପାଇଁ ଗୁଡ଼ ଓ କଦଳୀ ଖାଇବା ଆପଣଙ୍କ ପାଇଁ ଲାଭଦାୟକ ହେବ । ଧଳା କେଶର ସମସ୍ୟା ପାଇଁ ଏହା ହେଉଛି ଉପଯୁକ୍ତ ଚିକିତ୍ସା । ଶୀତଦିନେ କେଶ ଝଡ଼ିବା ସମସ୍ୟା ବଢ଼ିଯାଏ । ଯଦି ଆପଣଙ୍କ କେଶ ସମୟ ପୂର୍ବରୁ ଧଳା ଏବଂ ଦୁର୍ବଳ ହୋଇଯାଉଛି, ତେବେ ଏହି ପଦ୍ଧତି ଆପଣଙ୍କ ପାଇଁ ଲାଭଦାୟକ ହେବ । ଗୁଡ଼ ସହିତ ମେଥି ମଞ୍ଜି ଖାଇବା ଦ୍ୱାରା କେଶ ଶକ୍ତିଶାଳୀ ହେବ ସହ ସାଇନିଙ୍ଗ କରିଥାଏ ।
ଏହି ପଦ୍ଧତିକୁ ମଧ୍ୟ ଆପଣ ଆପଣାଇ ପାରିବେ
ଦୁଇ ଚାମଚ ମେଥି ଦାନାକୁ ପାଣିରେ ପକାଇ ଫୁଟାଇ ନିଅନ୍ତୁ । ତା’ପରେ ଏହାକୁ ଥଣ୍ଡା କରି ନିଅନ୍ତୁ । ଏହି ପାଣିରେ ମୁଣ୍ଡ ଧୋଇ 10 ମିନିଟ୍ ପାଇଁ ଛାଡିଦିଅନ୍ତୁ ।
ମେଥି ଦାନାକୁ ରାତିସାରା ପାଣିରେ ଭିଜାଇ ରଖନ୍ତୁ ଏବଂ ଏହାର ପେଷ୍ଟକୁ ସକାଳେ କେଶରେ ଲଗାନ୍ତୁ । ଏହା ଦ୍ୱାରା ମଧ୍ୟ ଆପଣ ଉପକୃତ ହେବେ ।
ନଡିଆ ତେଲ ସହିତ
ମେଥି ଦାନାକୁ ଗ୍ରାଇଣ୍ଡ କରି ଏକ ପାଉଡର ପ୍ରସ୍ତୁତ କରନ୍ତୁ । ଏହି ପାଉଡରକୁ ନଡିଆ ତେଲ ସହିତ ମିଶାଇ କେଶର ମୂଳରେ ଲଗାନ୍ତୁ । ଏହାଦ୍ୱାରା ରୁପି ସମସ୍ୟାରୁ ମୁକ୍ତି ମିଳିବ ଏବଂ କେଶ ଝଡ଼ିବା ମଧ୍ୟ କମିଯିବ ।
ମେଥି ଏବଂ ଲେମ୍ବୁ ରସ
ମେଥି ପାଉଡରରେ ଲେମ୍ବୁ ରସ ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ । ଏହାକୁ କେଶର ମୂଳରେ ଲଗାନ୍ତୁ । ଏହା କେଶ ସମ୍ବନ୍ଧୀୟ ସମସ୍ୟାକୁ ମଧ୍ୟ ଦୂର କରିବ ।
(ପ୍ରତ୍ୟାଖ୍ୟାନ: ଏଠାରେ ଦିଆଯାଇଥିବା ସୂଚନା ଘରୋଇ ଉପଚାର ଏବଂ ସାଧାରଣ ସୂଚନା ଉପରେ ଆଧାରିତ । ଏହାକୁ ଗ୍ରହଣ କରିବା ପୂର୍ବରୁ ନିଶ୍ଚିତ ଭାବରେ ଡାକ୍ତରୀ ପରାମର୍ଶ ନିଅନ୍ତୁ । ZEE ODISHA ଏହା ନିଶ୍ଚିତ କରେ ନାହିଁ ।)
ଏହା ବି ପଢ଼ନ୍ତୁ: IPL Auction ରେ ସାମିଲ ହେବେ ନାହିଁ ରାହୁଲ-ଶ୍ରେୟସ୍; ତଥାପି ହେବେ ମାଲାମାଲ! ଜାଣନ୍ତୁ ପୂରା ମାମଲା
ଆଶ୍ଚର୍ଯ୍ୟଜନକ ଖବର! ପ୍ରତିଦିନ ପ୍ରାୟ ୩୦୦ ଲୋକ ଛାଡ଼ି ଦେଉଛନ୍ତି ଦେଶର ନାଗରିକତା