Health Benefits Of Drumstick: ସବୁଜ ପନିପରିବା ଖାଇଲେ ଶରୀରକୁ ଅନେକ ଫାଇଦା ମିଳିଥାଏ। ସବୁଜ ନିପରିବା ଯେ କେବଳ ଦେହକୁ ସୁସ୍ଥ ରଖେ ତାହା ନୁହେଁ ବରଂ ପାଟିକୁ ମଧ୍ୟ ସୁଆଦିଆ ଲାଗେ। ସାଥୀରେ ଏଥିରେ ବହୁ ନ୍ୟୁଟ୍ରିସନ ଓ ମିନେରାଲ୍ସ ମଧ୍ୟ ରହିଥାଏ। ଯାହାଫଳରେ ଶରୀରକୁ ଫିଟ୍ ରଖିଥାଏ। ତେବେ ଚାଲନ୍ତୁ ଜାଣିବା ଆଜି ଏମିତି ଏକ ପରିବା ଯାହାର ଔଷଧୀୟ ଗୁଣ ବିଷୟରେ। ସଜନା ଶାଗ ବା ସଜନା ଛୁଇଁ। ଏହାକୁ ସମସ୍ତେ ବ୍ୟବହାର କରିଥାନ୍ତି । ଏହାର ବ୍ୟବହାର, ସାମ୍ବର, ତରକାରୀ, ସଜନା ଶାଗ ଭଜା, ସଜନା ଛୁଇଁ ଭଜା, ସଜନା ଆଚାର ମଧ୍ୟ କରାଯାଏ। ତେବେ ଏହି ସଜନାରେ ଅନେକ ଔଷଧୀୟ ଗୁଣ ଭରି ଭରି ରହିଛି। କେବଳ ଯେ, ସୁସ୍ଥ ରଖେ ତାହା ନୁହେଁ ଶରୀରକୁ ଆରୋଗ୍ୟ ମଧ୍ୟ କରିଥାଏ। ଶରୀରରେ ଥିବା ବଡ଼ ବଡ଼ ରୋଗକୁ ଭଲ କରିଥାଏ ସଜନା। ତେବେ ଚାଲନ୍ତୁ ଜାଣିବା ଏହାକୁ କେମିତି ବ୍ୟବହାର କରିବେ।


COMMERCIAL BREAK
SCROLL TO CONTINUE READING

କ୍ୟାନସର (Cancer)
ନିଜ ଖାଦ୍ୟରେ ବା ଡାଏଟରେ ଡ୍ରମଷ୍ଟିକ୍ (Drumstick Diet) ବା ସଜନାକୁ ସାମିଲ କରିଥାନ୍ତି। ଏଥିରେ ଆଣ୍ଟିଅକ୍ସିଡାଣ୍ଟ ପ୍ରୋଫାଇଲ୍ ବୃଦ୍ଧି କରାଇଥାଏ। ଏହା ବ୍ୟତୀତ ଏଥିରେ ଥିବା ଭିଟାମିନ୍ ଏ, ଭିଟାମିନ୍ ସି, ବିଟା କାରୋଟିନ୍ ଏବଂ ନିଆଜିମାଇସିନ୍ ଶରୀରରେ ମୁକ୍ତ ରେଡିକାଲ ଏବଂ କର୍କଟ କୋଷକୁ ସୃଷ୍ଟି କରିବାରେ ରୋକିଥାଏ।


ଡାଏବେଟିସ (Diabetes)
ଏଥିରେ ଥିବା ମିନେରାଲ୍ସ, (Minerals) ଭିଟାମିନ୍ସ (Vitamins) ଏବଂ ଫାଇବରରେ ଭରପୂର ଏବଂ କ୍ୟାଲୋରୀରେ ବହୁତ କମ୍ ଅଟେ । ସଜନାରେ ଥିବା ଫାଇବର ଶରୀରର ରକ୍ତରେ ଶର୍କରା ସ୍ପାଇକ୍ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ । ତେଣୁ ଶରୀରର ଗ୍ଲୁକୋଜ ସହନଶୀଳତାକୁ ଉନ୍ନତ କରିବା ଏବଂ ଏକ ସୁସ୍ଥ ଓଜନ ବଜାୟ ରଖିବା ପାଇଁ ସଜନା ନିୟମିତ ଖାଦ୍ୟରେ ଅନ୍ତର୍ଭୁକ୍ତ କରାଯିବା ଆବଶ୍ୟକ। 


ସଜନାରେ (Drumstick) ଥିବା ବାୟୋଆକ୍ଟିଭ୍ କମ୍ପାଉଣ୍ଡ ନିୟାଜିମିନିନ୍ ଏବଂ ଆଇସୋଥାଇଓସିଆନେଟ୍ ଉଚ୍ଚ ରକ୍ତଚାପ (High Blood Pressure) ଭଳି ସମସ୍ୟାକୁ ରୋକିବାରେ ତଥା ହାଇ ବିପିକୁ ହେବାରେ ସାହାଯ୍ୟ କରିଥାଏ । ଏହା ବ୍ୟତୀତ ଏହାର ଆଣ୍ଟିଅକ୍ସିଡାଣ୍ଟ ଏବଂ ପୋଷକ ତତ୍ତ୍ୱ ରକ୍ତ ସଞ୍ଚାଳନରେ ଉନ୍ନତି କରି ସ୍ୱାସ୍ଥ୍ୟକୁ ନିୟନ୍ତ୍ରଣ କରିବାରେ ଅତ୍ୟନ୍ତ ପ୍ରଭାବଶାଳୀ । ଏଥିରେ ଥିବା ଭିଟାମିନ୍ ସି ଏବଂ ଆଣ୍ଟିଅକ୍ସିଡାଣ୍ଟ ଥଣ୍ଡା ଏବଂ ଫ୍ଲୁ ପରି ସାଧାରଣ ସଂକ୍ରମଣକୁ ରୋକିବାରେ ପ୍ରଭାବଶାଳୀ ହୋଇଥାଏ। ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଏବଂ ଆଣ୍ଟିବ୍ୟାକ୍ଟେରିଆଲ୍ ଗୁଣ ଆସ୍ଥମା, କାଶ ଏବଂ ଶ୍ୱାସକ୍ରିୟାର ଲକ୍ଷଣରେ ମଧ୍ୟ ଏହା ଅତ୍ୟନ୍ତ ଲାଭଦାୟକ ରହିଥାଏ। 


Also Read: Makar Sankranti 2023: ମକର ସଂକ୍ରାନ୍ତିରେ କରନ୍ତୁ ନାହିଁ ଏସବୁ କାମ, ପୁଣ୍ୟ ବଦଳରେ ଅର୍ଜିବେ ପାପ


Also Read:  Tomatoes Side Effects: ଏହି ୪ଟି ରୋଗରେ ଆକ୍ରାନ୍ତ ବ୍ୟକ୍ତି ଭୁଲରେ ବି ଖାଆନ୍ତୁ ନାହିଁ ଟମାଟୋ, ଲାଭ ବଦଳରେ ହେବ କ୍ଷତି


Also Read: Piles Treatment: ପାଇଲ୍ସରୁ ତୁରନ୍ତ ମୁକ୍ତି ପାଇବାକୁ ଚାହୁଁଛନ୍ତି କି, ତେବେ ଖାଆନ୍ତୁ ଏହି ସବୁ ଫଳ