Health Tips: ସ୍ବାସ୍ଥ୍ୟ ହିଁ ସମ୍ପଦ। ଯଦି ଆପଣ ୪୦ ବର୍ଷ ବୟସ ପରେ ମଧ୍ୟ ଫିଟ୍ ରହିବାକୁ ଚାହାଁନ୍ତି। ଆପଣଙ୍କୁ ଖାଦ୍ୟପେୟ ପ୍ରତି ଧ୍ୟାନ ଦେବାକୁ ପଡିବ। ବୟସ ବଢିବା ସହିତ ସମସ୍ତ ପୋଷକ ତତ୍ତ୍ୱକୁ ସଠିକ୍ ପରିମାଣରେ ଖାଇବା ଆବଶ୍ୟକ ହୁଏ । କୈଣସି ଉପାଦାନର ଅଭାବ ହେଲେ ଶରୀର ଦୁର୍ବଳ ହୋଇଥାଏ। ଏବଂ ରୋଗ ପ୍ରତିରୋଧକ ଶକ୍ତି କମି ଥାଏ। ଫଳରେ ଅନେକ ରୋଗ ହୋଇଥାଏ। ଏହି ସମୟ ମଧ୍ୟରେ ମେଟାବୋଲିଜିମ୍ ମନ୍ଥର ହୋଇଯାଏ, ଅନେକ ପ୍ରକାରର ହରମୋନ୍ ଅସନ୍ତୁଳନ ହୁଏ ଏବଂ ହାଡ ମଧ୍ୟ ଦୁର୍ବଳ ହେବାକୁ ଲାଗେ । ଯଦି ଆପଣ ୪୦ ବର୍ଷ ପରେ ସୁସ୍ଥ ଆଉ ଫିଟ୍ ରହିବାକୁ ଚାହୁଁଛନ୍ତି। ତେବେ, ନିଜ ଖାଦ୍ୟରେ ଏହି ୫ଟି ସୁପର ଫୁଡ୍ ସାମିଲ୍ କରନ୍ତୁ।


COMMERCIAL BREAK
SCROLL TO CONTINUE READING

ALSO READ: Black Vs Green Grapes: କଳା ଅଙ୍ଗୁର ନା ସବୁଜ ,ଶରୀର ପାଇଁ କେଉଁଟି ଅଧିକ ଲାଭଦାୟକ ଜାଣନ୍ତୁ



ଅଣ୍ଡା:
ଅଣ୍ଡାରେ ପ୍ରୋଟିନ୍ ଏବଂ ଭିଟାମିନ୍  ଭରପୂର ମାତ୍ରାରେ ରହିଛି। ଅଣ୍ଡାରୁ  ହାଇପ୍ରୋଟିନ୍ ମିଳିଥାଏ। ଯାହା ମାଂସପେଶୀକୁ ମଜବୁତ କରିବାରେ ସାହାଯ୍ୟ କରେ। ଏବଂ ମସ୍ତିଷ୍କକୁ ସୁସ୍ଥ ରଖିବା ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହା ଭଲ କୋଲେଷ୍ଟ୍ରଲ୍ର ଉତ୍ସ ଏବଂ ଏଥିରେ ଥିବା ଲ୍ୟୁସିନ୍ ମାଂସପେଶୀକୁ ମଜବୁତ କରିବାରେ ସାହାର୍ଯ୍ୟ କରେ। 


ବିଭିନ୍ନ ପ୍ରକାର କୋଳି:
ବ୍ଲୁ ବେରି ସ୍ବାସ୍ଥ୍ୟ ପାଇଁ ବେଶ୍ ହିତକର ହୋଇଥାଏ। ଏଥିରେ ଫାଇବର ଏବଂ ଆଣ୍ଟି-ଅକ୍ସିଡାଣ୍ଟରେ ଭରପୂର ମାତ୍ରାରେ ରହିଥାଏ। ଏହା ହାର୍ଟକୁ ସୁସ୍ଥ ରଖିବାରେ ସାହାର୍ଯ୍ୟ କରିଥାଏ। ଏବଂ ଚର୍ମକୁ ପୁଷ୍ଟି ଯୋଗାଇଥାଏ। ଏହା କୋଷଗୁଡ଼ିକୁ କୁଞ୍ଜିତ ହେବାରୁ ରକ୍ଷା ଦେଇଥାଏ। ଯାହାଦ୍ୱାରା ବାର୍ଦ୍ଧକ୍ୟ ପ୍ରକ୍ରିୟା ମନ୍ଥର ହୋଇଯାଏ ।


ଚର୍ବି ମାଛ :
ଓମେଗା ଫ୍ୟାଟି ଏସିଡରେ ଭରପୂର ମାଛ । ଯାହା ହୃଦୟ ଏବଂ ମସ୍ତିଷ୍କକୁ ସକ୍ରିୟ ରଖେ ଏବଂ ରୋଗକୁ ରୋକିଥାଏ । ଏଥିରେ ଭିଟାମିନ୍ ଡି ଥାଏ, ଏହା ହୃଦଘାତ ଏବଂ ଷ୍ଟ୍ରୋକର ଆଶଙ୍କା ହ୍ରାସ କରିଥାଏ। ସ୍ମୃତି ଏବଂ ମସ୍ତିଷ୍କ ସୁସ୍ଥ ମଧ୍ୟ ରଖିଥାଏ। 


କିନୁଆ:
କିନୁଆ ଫାଇବରରେ ଭରପୂର । ଯାହା ଅନ୍ତନଳୀକୁ ସୁସ୍ଥ ରଖିବାରେ ସାହାର୍ଯ୍ୟ କରେ। ଏବଂ ଓଜନ ନିୟନ୍ତ୍ରଣରେ ସାହାଯ୍ୟ କରେ । ଏହା କୋଷ୍ଠକାଠିନ୍ୟରୁ ମୁକ୍ତି ଦେଇଥାଏ। 


ସବୁଜ ପନିପରିବା :
ପାଳଙ୍ଗ, ବାଥୁଆ ଶାଗ ସହ ସବୁଜ ପନିପରିବା ମଧ୍ୟ ସ୍ବାସ୍ଥ୍ୟ ପାଇଁ ବେଶ୍ ହିତକର ହୋଇଥାଏ। ଏହି ଶାଗ ଗୁଡିକରେ ଭିଟାମିନ୍ ଏବଂ ଆଣ୍ଟିଅକ୍ସିଡାଣ୍ଟ ଭରପୂର ଅଟେ । ଏଥିରେ ଭରପୂର ମାତ୍ରାରେ ଆଇରନ୍ ମଧ୍ୟ ଥାଏ। ଯାହା ରକ୍ତହୀନତା ଏବଂ ଅନ୍ୟାନ୍ୟ ରୋଗରୁ ରକ୍ଷା କରିଥାଏ ।



(Disclaimer: କୌଣସି ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଟିପ୍ସ ଫଲୋ କରିବା ପୂର୍ବରୁ ସର୍ବଦା ବିଶେଷଜ୍ଞ କିମ୍ବା ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ ।)