How To Increase Fertility Chances: ଅସ୍ବାସ୍ଥ୍ୟକର ଜୀବନ ଶୈଳୀ କାରଣରୁ ମହିଳାଙ୍କ ପରି ପୁରୁଷଙ୍କ କ୍ଷେତ୍ରରେ ବନ୍ଧ୍ୟାଦୋଷ (Infertility) ମଧ୍ୟ ଦେଖିବାକୁ ମିଳୁଛି।  ଫଳରେ ପୁରୁଷମାନେ ବାପା ହେବା ସୁଖରୁ ବଞ୍ଚିତ ହେଉଛନ୍ତି । ଖାସ୍ କରି ପୁରୁଷମାନଙ୍କ ଶୁକ୍ରାଣୁ ଉପରେ ପ୍ରଭାବ ପଡୁଛି।  ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ରିପୋର୍ଟ ଆଧାରରେ ବିଶ୍ବରେ ପ୍ରାୟତଃ ୧୫ ପ୍ରତିଶତ ଦମ୍ପତି ବନ୍ଧ୍ୟାଦୋଷ କାରଣରୁ ସନ୍ତାନ ପ୍ରବସ କରିପାରୁ ନାହାଁନ୍ତି। ତେବେ, କେଉଁଥି ପାଇଁ ହୋଇଥାଏ ବନ୍ଧ୍ୟାଦୋଷ , ଏହାର କାରଣ କ'ଣ ରହିଛି, କିପରି ବନ୍ଧ୍ୟାଦୋଷରୁ ମୁକ୍ତି ମିଳିପାରିବ । ଆସନ୍ତୁ ସେ ବିଷୟରେ ପୂରା ଖବର ପଢିବା...


COMMERCIAL BREAK
SCROLL TO CONTINUE READING

Also Read:  Relationship Tips: ପ୍ରଥମ ଥର ଶାରୀରିକ ସମ୍ପର୍କ ଗଢୁଛନ୍ତି କି? ଧ୍ୟାନ ଦିଅନ୍ତୁ ଏସବୁ ଟିପ୍ସ ଉପରେ...


ବନ୍ଧ୍ୟାଦୋଷର ପ୍ରମୁଖ କାରଣ :


ମୋଟାପଣ : ଖାସ୍ କରି ମହିଳା ମାନଙ୍କ କ୍ଷେତ୍ରରେ ମୋଟାପଣ ଯୋଗୁଁ ବନ୍ଧ୍ୟାଦୋଷ (Infertility treatment) ଦେଖାଦେଇଥାଏ। ଅତ୍ୟାଧିକ ଓଜନ ବଢିବା ଯୋଗୁଁ,  ହରମୋନ୍ ସ୍ତର କମ୍ ହୋଇଥାଏ। ଫଳରେ ଗର୍ଭାଶୟ ଉପରେ ପ୍ରଭାବ ପଡି଼ଥାଏ। ଫଳରେ  (Infertility preventionin) ମହିଳାଙ୍କ ପାଇଁ ଗର୍ଭଧାରଣ କରିବା କଷ୍ଟକର ହୋଇପଡେ। ଗର୍ଭାବସ୍ଥାରେ ମୋଟାପଣ ବିପଦ କାରଣ ହୋଇଥାଏ। ସେହିପରି, ପୁରୁଷମାନଙ୍କ ଠାରେ ମେଦବହୁଳତା ହେତୁ ସେମାନଙ୍କ ଟେଷ୍ଟୋଷ୍ଟେରନ୍ (testosterone) ଉପରେ ପ୍ରଭାବ ପଡିଥାଏ। ଫଳରେ ସେମାନଙ୍କ ଶୁକ୍ରାଣୁ ସଂଖ୍ୟା ହ୍ରାସ ହୋଇଥାଏ।  ଏଥିପାଇଁ ଆପଣ ସବୁବେଳେ ଫିଟ୍ ରହିବାକୁ ଚେଷ୍ଟା କରନ୍ତୁ। 


ଧୂମ୍ରପାନ : 
ଧୂମ୍ରପାନ ବନ୍ଧ୍ୟାଦୋଷର  ଆଉ ଏକ କାରଣ ହୋଇପାରେ। ଧୂମ୍ରପାନ ଖାସ୍ କରି ପ୍ରଜନନ କ୍ଷମତା ଉପରେ ପ୍ରଭାବ ପକାଇଥାଏ। ନିକଟରେ ପ୍ରକାଶ ପାଇଥିବା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ରିପୋର୍ଟରେ କୁହାଯାଇଛି କି , ଧୂମ୍ରପାନ ପୁରୁଷଙ୍କ ଶୁକ୍ରାଣୁ ଉପରେ ମଧ୍ୟ ପ୍ରଭାବ ପକାଇଥାଏ। ଫଳରେ ପୁରୁଷଙ୍କ ଠାରେ ବନ୍ଧ୍ୟାଦୋଷ (Infertility)ଦେଖାଦେଇଥାଏ।  ଯାହା ସେମାନଙ୍କ ଯୌନ ଶକ୍ତିକୁ ମଧ୍ୟ ହ୍ରାସ କରେ। ଫଳରେ ସେମାନେ ବାପା ହେବା ସୁଖରୁ ବଞ୍ଚିତ ହୁଅନ୍ତି। ସମାନ ଢଙ୍ଗରେ ପୁରୁଷଙ୍କ ପରି ମହିଳାଙ୍କ କ୍ଷେତ୍ରରେ ମଧ୍ୟ ଧୂମ୍ରପାନ ସେମାନଙ୍କ ଗର୍ଭାଶୟ ଉପରେ ପ୍ରଭାବ ପକାଇଥାଏ। 


ଅତ୍ୟଧିକ ମଦ୍ୟପାନ :
ଅତ୍ୟଧିକ ମଦ୍ୟପାନ କରିବା ଉଭୟ ପୁରୁଷ ଏବଂ ମହିଳାଙ୍କ ପ୍ରଜନନ ସ୍ୱାସ୍ଥ୍ୟକୁ କ୍ଷତି ପହଞ୍ଚାଇପାରେ । ମହିଳାମାନଙ୍କ କ୍ଷେତ୍ରରେ, ମଦ୍ୟପାନ ସେମାନଙ୍କ ପିରିୟର୍ଡସ୍ ବା ଋତୁସ୍ରାବ ଉପରେ ଅଧିକ ପ୍ରଭାସ ପକାଉ ଥାଏ। ସେମାନଙ୍କ ଋତୁସ୍ରାବକୁ ହ୍ରାସ କରିପାରେ।  ଫଳରେ ଆପଣଙ୍କ ପ୍ରଜନନ କ୍ଷମତା ବି କମ୍ ହୋଇପାରେ। ଏହା ଗର୍ଭଧାରଣର ଉପରେ ପ୍ରଭାବ ପକାଇଥାଏ। ମଦ୍ୟପାନ ପୁରୁଷମାନଙ୍କରେ ଟେଷ୍ଟୋଷ୍ଟେରନ୍ ସ୍ତରକୁ ହ୍ରାସ କରିପାରେ ।


ମାନସିକ ଚାପ:
ମାନସିକ ଚାପ ବନ୍ଧ୍ୟାଦୋଷର ଆଉ ଏକ କାରଣ। ଚାପ ହରମୋନ୍ ସ୍ତର, ଅଣ୍ଡାଦାନ ଏବଂ ଶୁକ୍ରାଣୁ ଉତ୍ପାଦନକୁ ପ୍ରତିବନ୍ଧିତ କରିପାରେ । ଏହା ସେକ୍ସ ଡ୍ରାଇଭକୁ ମଧ୍ୟ ହ୍ରାସ କରିପାରେ । ପ୍ରତିଦିନ ଯୋଗ ଓ ବ୍ୟାୟାମ କରିବା ଉଚିତ୍ । ଏବଂ ମାନସିକ ଭାବେ ଖୁସି ରହିବା ଉଚିତ୍। 


ଖରାପ ଖାଦ୍ୟ : 
ସୁସ୍ଥ ଜୀବନ ପାଇଁ ସୁସ୍ଥ ଖାଦ୍ୟ ନିହାତି ଆବଶ୍ୟକ। ଫାଷ୍ଟ ଫୁଡ୍, ଚର୍ବି, ଚିନି ଏବଂ ପ୍ୟାକେଟ୍ ଖାଦ୍ୟ ଠାରୁ ଦୂରେଇ ରୁହନ୍ତୁ । ପନିପରିବା, ଫଳ, ଶସ୍ୟ ଏବଂ ପ୍ରୋଟିନ୍ ଭରପୂର ଖାଦ୍ୟ ଖାଆନ୍ତୁ। ଯାହା ଆପଣଙ୍କୁ ସୁସ୍ଥ ରଖିବା ସହ ବନ୍ଧ୍ୟାଦୋଷରୁ ମୁକ୍ତିଦେବ। 


ବ୍ୟାୟାମ : 
ବ୍ୟାୟାମର ଅଭାବ ମେଦବହୁଳତା, ହରମୋନ୍ ଅସନ୍ତୁଳନ ଏବଂ ଯୋନ ସ୍ବାସ୍ଥ୍ୟ ଉପରେ ପ୍ରଭାବ ପକାଇଥାଏ। ବ୍ୟାୟାମ ହରମୋନ୍ ସ୍ତରକୁ ନିୟନ୍ତ୍ରଣ କରିବାରେ ସହାୟକ ହୁଏ। ଏବଂ ଆପଣଙ୍କ ଓଜନ ଠିକ୍ ରୁହେ । ତଥାପି, ଅତ୍ୟଧିକ ବ୍ୟାୟାମ ମଧ୍ୟ ପ୍ରଜନନ ପାଇଁ କ୍ଷତିକାରକ ହୋଇପାରେ 


(Disclaimer: ଆମର ଆର୍ଟିକିଲ୍ କେବଳ ସୂଚନା ପ୍ରଦାନ ପାଇଁ। କୌଣସି ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଟିପ୍ସ ଫଲୋ କରିବା ପୂର୍ବରୁ ସର୍ବଦା ଜଣେ ବିଶେଷଜ୍ଞ କିମ୍ବା ଆପଣଙ୍କ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ । )