Coconut Water Side Effects: ପଇଡ଼ ପାଣି (Coconut Water) ସ୍ବାସ୍ଥ୍ୟ ପାଇଁ ବେଶ ହିତକର । ଏଥିପାଇଁ ଅଧିକାଂଶ ଲୋକେ ସକାଳୁ ପଇଡ ପାଣି ପିଇବାକୁ ଭଲ ପାଆନ୍ତି। ଏହାକୁ ପିଇବା ଦ୍ୱାରା ଶରୀରର ଅନେକ ସମସ୍ୟା ଦୂର ହୋଇଥାଏ । ପଇଡ ପାଣିରେ ପାଣିରେ ପୋଟାସିୟମ୍, ସୋଡିୟମ୍, କାର୍ବୋହାଇଡ୍ରେଟ୍ ଏବଂ ଅନ୍ୟାନ୍ୟ ପୋଷକ ତତ୍ତ୍ୱ ପ୍ରଚୁର ପରିମାଣରେ ମିଳିଥାଏ । ଯାହା ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଅନେକ ସମସ୍ୟା ଦୂର (Health Diseases) କରିବାରେ ସାହାର୍ଯ୍ୟ କରିଥାଏ। କିନ୍ତୁ ଆପଣ ଜାଣନ୍ତି କି, ଅଧିକ ପରିମାଣରେ ପଉଡ ପାଣି ପିଇଲେ ସ୍ୱାସ୍ଥ୍ୟ ପାଇଁ ବହୁତ କ୍ଷତି ହୋଇପାରେ । ତେବେ ଆସନ୍ତୁ ଜାଣିବା, ପଇଡ ପାଣି ପିଇଲେ କଣ ସବୁ ସମସ୍ୟା ଦେଖାଦେଇଥାଏ (Coconut Water Side Effects)। 


COMMERCIAL BREAK
SCROLL TO CONTINUE READING

ମଧୁମେହ ରୋଗୀଙ୍କ ପାଇଁ କ୍ଷତିକାରକ :
ଯଦିଓ ପଇଡ଼ ପାଣି ଏକ ମିଠା ପାନୀୟ ନୁହେଁ, ଏଥିରେ କାର୍ବୋହାଇଡ୍ରେଟ୍ ଏବଂ କ୍ୟାଲୋରୀ ଅଧିକ ଥାଏ।ଯଦି ଆପଣ ଜଣେ ମଧୁମେହ ରୋଗୀ, ତେବେ ପଇଡ଼ ପାଣି ପିଇବା ଆପଣଙ୍କୁ ସୁସ୍ଥ କରିବା ବଦଳରେ କ୍ଷତି ପହଞ୍ଚାଇ ଥାଏ । 



ନିମ୍ନ ରକ୍ତଚାପ ରୋଗୀ:
ଯେଉଁମାନଙ୍କର ନିମ୍ନ ରକ୍ତଚାପ ବା ଲୋ ବିପି ସମସ୍ୟା ଥାଏ, ସେମାନଙ୍କ ପାଇଁ ପଇଡ଼ ପାଣି ଖାଇବା କ୍ଷତିକାରକ ହୋଇପାରେ । ଯଦି ଆପଣ ଜଣେ ଲୋ ବିପି ରୋଗୀ,ପଇଡ଼ ପାଣି ପିଇବା ପୂର୍ବରୁ ଡାକ୍ତରଙ୍କୁ ସହିତ ପରାମର୍ଶ କରନ୍ତୁ ।


ଡାଇରିଆ ସମସ୍ୟା:
ଯଦି ଆପଣ ନଡ଼ିଆ ପାଣିକୁ ଅଧିକ ପିଅନ୍ତି, ତେବେ ଏହା ଦ୍ବାରା ଆପଣ ଡାଇରିଆର ଶୀକାର ହୋଇପାରନ୍ତି। ଏଥିରେ ପୋଟାସିୟମ ଅଧିକ ପରିମାଣରେ ମିଳିଥାଏ, ଯାହା ଡାଇରିଆ ସୃଷ୍ଟି କରିଥାଏ ।


ପାଦ ଫୁଲିବା ଭଳି ସମସ୍ୟା ଦେଖାଦିଏ :
ଅଧିକ ପରିମାଣରେ ପଇଡ଼ ପାଣି ପିଇବା ଦ୍ବାରା ଥଣ୍ତାରୁ ପାଦ ଫୁଲିବା ଭଳି ସମସ୍ୟା ଦେଖାଦିଏ। ତେଣୁ, ଏକ ସୁସ୍ଥ ଖାଦ୍ୟ ବ୍ୟତୀତ, ସୀମିତ ପରିମାଣରେ ନଡ଼ିଆ ପାଣି ପିଅନ୍ତୁ ।


କିଡ଼ନୀ ପାଇଁ କ୍ଷତିକାରକ :
ପଇଡ଼ ପାଣିରେ ପୋଟାସିୟମ ପ୍ରଚୁର ପରିମାଣରେ ମିଳିଥାଏ । ଯାହା କିଡନୀ ଉପରେ ପ୍ରଭାବ ପକାଇପାରେ । ଯଦି ଆପଣ କିଡନୀ ରୋଗୀ, ତେବେ ପଇଡ ପାଣି ପିଇବା ପୂର୍ବରୁ ଡାକ୍ତରଙ୍କୁ ସହିତ ପରାମର୍ଶ  କରନ୍ତୁ।


ଓଜନ ବଢିପାରେ :
ପଇଡ଼ ପାଣିରେ କ୍ୟାଲୋରୀ ଅଧିକ ଥାଏ । ଏପରି ପରିସ୍ଥିତିରେ, ଯଦି ଆପଣ ଅଧିକ ପଇଡ ପାଣି ପିଅନ୍ତି, ତେବେ ଆପଣଙ୍କର ଓଜନ ବଢିପାରେ। ସେଥିପାଇଁ ଆପଣ ସୀମିତ ପରିମାଣରେ ପଇଡ ପାଣି ପିଅନ୍ତୁ ।  


( Disclamer: ଏହି ଆର୍ଟିକିଲରେ ଦିଆଯାଇଥିବା ସୂଚନା କେବଳ ସାଧାରଣ ସୂଚନା ପାଇଁ ଅଟେ ଏବଂ ଡାକ୍ତରୀ ପରାମର୍ଶ, ନିରାକରଣ କିମ୍ବା ଚିକିତ୍ସା ପାଇଁ ଏକ ବିକଳ୍ପ ଭାବରେ ବିବେଚନା କରାଯିବା ଉଚିତ୍ ନୁହେଁ। କୌଣସି ପ୍ରକାରର ସ୍ୱାସ୍ଥ୍ୟ ସମସ୍ୟା ଦୂର କରିବା ପାଇଁ ଡାକ୍ତରଙ୍କ ସହିତ ଯୋଗାଯୋଗ କରନ୍ତୁ ଏବଂ କେବଳ ତାଙ୍କ ପରାମର୍ଶରେ ଔଷଧ ନିଅନ୍ତୁ। )