Odisha News: ଦୀର୍ଘ ୪ଦିନ ଧରି ଚାଲିଛି ନର୍ସିଂ କର୍ମଚାରୀଙ୍କ ଆନ୍ଦୋଳନ, ରୋଗୀସେବା ଠପ୍
Advertisement
Article Detail0/zeeodisha/odisha2451267

Odisha News: ଦୀର୍ଘ ୪ଦିନ ଧରି ଚାଲିଛି ନର୍ସିଂ କର୍ମଚାରୀଙ୍କ ଆନ୍ଦୋଳନ, ରୋଗୀସେବା ଠପ୍

Odisha News: ଜିଲ୍ଲାର ସମୁଦାୟ ୧ ହଜାର ୧୧ଜଣ ନର୍ସିଂ କର୍ମଚାରୀ ଓ ଅଧିକାରୀ ଏହି କାର୍ଯ୍ୟବନ୍ଦ ଆନ୍ଦୋଳନରେ ଯୋଗ ଦେଇଛନ୍ତି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମୁଖରେ ୧୦ ଦଫା ଦାବି ପୂରଣ ପାଇଁ ଏମାନେ ଧାରଣାରେ ବସିରହିଛନ୍ତି। ଆଜି ଓଡ଼ିଶା ରାଜ୍ୟ ସରକାରୀ କର୍ମଚାରୀ ସମନ୍ବୟ ସମିତି ଏମାନଙ୍କ ଦାବିକୁ ସମର୍ଥନ ଜଣାଇଛନ୍ତି। କେନ୍ଦୁଝର ଜିଲ୍ଲାର ସନ୍ତାନ ତଥା ରାଜ୍ୟର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ସେମାନଙ୍କ ଦାବି ପୂରଣ ପାଇଁ ଯଥାଶୀଘ୍ର ପଦକ୍ଷେପ ନେବାକୁ ଆନ୍ଦୋଳନକାରୀ ନିବେଦନ କରିଛନ୍ତି।

Odisha News: ଦୀର୍ଘ ୪ଦିନ ଧରି ଚାଲିଛି ନର୍ସିଂ କର୍ମଚାରୀଙ୍କ ଆନ୍ଦୋଳନ, ରୋଗୀସେବା ଠପ୍

Odisha News:(ଅଭୟ ମହାନ୍ତି) ଦୀର୍ଘ ୪ଦିନ ଧରି ନର୍ସିଂ କର୍ମଚାରୀଙ୍କ ଆନ୍ଦୋଳନ ଯୋଗୁଁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଠପ୍ ହୋଇଯାଇଛି ରୋଗୀସେବା । ନର୍ସମାନେ ଆସୁ ନଥିବାରୁ ବିଭିନ୍ନ ବିଭାଗରେ ରୋଗୀମାନେ ଉପଯୁକ୍ତ ସେବା ପାଇବାରୁ ବଞ୍ଚିତ ହେଉଛନ୍ତି। 

ସେପଟେ ଜିଲ୍ଲାର ସମୁଦାୟ ୧ ହଜାର ୧୧ଜଣ ନର୍ସିଂ କର୍ମଚାରୀ ଓ ଅଧିକାରୀ ଏହି କାର୍ଯ୍ୟବନ୍ଦ ଆନ୍ଦୋଳନରେ ଯୋଗ ଦେଇଛନ୍ତି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମୁଖରେ ୧୦ ଦଫା ଦାବି ପୂରଣ ପାଇଁ ଏମାନେ ଧାରଣାରେ ବସିରହିଛନ୍ତି। ଆଜି ଓଡ଼ିଶା ରାଜ୍ୟ ସରକାରୀ କର୍ମଚାରୀ ସମନ୍ବୟ ସମିତି ଏମାନଙ୍କ ଦାବିକୁ ସମର୍ଥନ ଜଣାଇଛନ୍ତି। କେନ୍ଦୁଝର ଜିଲ୍ଲାର ସନ୍ତାନ ତଥା ରାଜ୍ୟର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ସେମାନଙ୍କ ଦାବି ପୂରଣ ପାଇଁ ଯଥାଶୀଘ୍ର ପଦକ୍ଷେପ ନେବାକୁ ଆନ୍ଦୋଳନକାରୀ ନିବେଦନ କରିଛନ୍ତି।