Side Effects of Soybean: ସୋୟାବିନ୍ ଏପରି ଏକ ଖାଦ୍ୟ ଅଟେ ଯାହାକୁ ସାରା ବିଶ୍ୱରେ ଲୋକେ ଖାଇବାକୁ ପସନ୍ଦ କରିଥାଆନ୍ତି । ଏଥିରେ ଭରପୂର ମାତ୍ରାରେ ପ୍ରୋଟିନ୍ ରହିଥାଏ । କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ, ପ୍ରୋଟିନର ଉତ୍ସ କୁହାଯାଉଥିବା ସୋୟାବିନ୍ ଆପଣଙ୍କୁ ଶକ୍ତିହୀନ ମଧ୍ଯ କରିପାରେ । ଆଜି ଆସନ୍ତୁ ଜାଣିବା ସୋୟାବିନ୍ ଖାଇବାର ପାର୍ଶ୍ୱ ପ୍ରତିକ୍ରିୟା ବିଷୟରେ ।


COMMERCIAL BREAK
SCROLL TO CONTINUE READING

ସୋୟାବିନରେ ଅନେକ ରୋଗ ଓ ସଂକ୍ରମଣର ଉପଶମ ଲୁଚି ରହିଛି । ମିନିନାଲ୍ସ ବ୍ୟତୀତ ଏଥିରେ ଭରପୂର ମାତ୍ରାରେ ଭିଟାମିନ୍ (ବି) କମ୍ପ୍ଲେକ୍ସ ଓ ଭିଟାମିନ୍ (ଏ) ମଧ୍ୟ ପ୍ରଚୁର ପରିମାଣରେ ରହିଥାଏ । ତେଣୁ, ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ଜିମ୍ ରେ ୱାର୍କ ଆଉଟ କରୁଥିବା ଲୋକେ ସୋୟାବିନକୁ ପ୍ରୋଟନ ଭାବେ ଗ୍ରହଣ କରିଥାଆନ୍ତି । ଲୋକମାନେ ଏହାକୁ ବିଭିନ୍ନ ଉପାୟରେ ଖାଇଥାଆନ୍ତି । ତେବେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଅତ୍ୟଧିକ ମାତ୍ରାରେ ସୋୟାବିନ ଖାଇବା ଦ୍ବାରା ଆପଣଙ୍କ ଟେଷ୍ଟୋଷ୍ଟେରନ୍ ସ୍ତର ବିଗିଡ଼ି ଯାଇପାରେ। ଏହା ବ୍ୟତୀତ ଶରୀରରେ ଆଲର୍ଜି, କର୍କଟ ଓ ଥାଇରଏଡ୍ ଭଳି ସମସ୍ୟା ସୃଷ୍ଟି ହୋଇଥାଏ । ତେଣୁ ସୋୟାବିନ୍ କିମ୍ବା ସୋୟା ଜାତୀୟ ଖାଦ୍ୟ ବହୁ ପରିମାଣରେ ଖାଇବା ଠାରୁ ଦୂରେଇ ରୁହନ୍ତୁ । ବାସ୍ତବରେ, ସୋୟାବିନରେ ଭରପୂର ମାତ୍ରାରେ କ୍ୟାଲସିୟମ୍, ପ୍ରୋଟିନ୍, ଆମିନୋ ଏସିଡ୍, ଜିଙ୍କ ଆଇରନ୍ ଭଳି ସମସ୍ତ ଜରୁରୀ ପୋଷକ ତତ୍ତ୍ୱ ରହିଥିବାରୁ ଏହାକୁ କେବଳ ଭାରତରେ ନୁହେଁ ସମଗ୍ର ବିଶ୍ୱରେ ମଧ୍ଯ ବହୁଳ ଭାବରେ ଲୋକେ ଖାଇଥାଆନ୍ତି । ଏହାଛଡ଼ା ଏଥିରୁ ପ୍ରସ୍ତୁତ ସୋୟା ପ୍ରୋଟିନ୍ ମଧ୍ୟ ବଜାରରେ ଅତ୍ୟାଧିକ ପରିମାଣରେ ବିକ୍ରି ହୋଇଥାଏ । ତେବେ ଅଧିକ ପରିମାଣର ସୋୟାବିନ ଖାଇବା ଦ୍ୱାରା ଯୌନ ସ୍ବାସ୍ଥ୍ୟ ଉପରେ କ୍ଷତିକାରକ ପ୍ରଭାବ ପଡ଼ିଥାଏ ।


ଅଧିକ ପରିମାଣର ସୋୟା ଉତ୍ପାଦିତ ଖାଦ୍ୟ ଖାଇବା ଦ୍ବାରା ହାଇପରଥାଇରଏଡିଜିମ୍ (Hyperthyroidism) ବିପଦ ବଢିଥାଏ । ଫଳରେ ଲୋକେ ଅଟୋମ୍ୟୁମ୍ୟୁନ୍ ଥାଇରଏଡ୍ ରୋଗରେ ପୀଡିତ ହୋଇଥାଆନ୍ତି । ଶରୀରରେ ଆୟୋଡିନର ଅଭାବ ଥିଲେ ମଧ୍ୟ ଏହି ସମସ୍ୟା ଦେଖାଦେଇଥାଏ । ଏହା ବ୍ୟତୀତ ସୋୟା ଉତ୍ପାଦିତ ଖାଦ୍ୟ ଖାଇବା ଦ୍ବାରା ଥାଇରଏଡ୍ ପାଇଁ ଦିଆଯାଇଥିବା ଔଷଧର ପ୍ରଭାବ ମଧ୍ୟ ହ୍ରାସ ହୋଇଥାଏ । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଏହା ଉପରେ କୌଣସି ବିଶେଷ ଅନୁସନ୍ଧାନ କରାଯାଇ ନାହିଁ। ତେଣୁ, ଥାଇରଏଡ୍ ସମସ୍ୟା ପାଇଁ ଏହା କେତେ ଦାୟୀ ତାହା କହିବା କଷ୍ଟକର ।


ମିଡିଆ ରିପୋର୍ଟ ଅନୁଯାୟୀ, କଞ୍ଚା ସୋୟାବିନ ର ଅଧିକ ସେବନ ପୁରୁଷ ମାନଙ୍କ ବୈବାହିକ ଜୀବନ ଉପରେ ଘୋର ପ୍ରଭାବ ପକାଇପାରେ। ଅଧିକ ସୋୟା ଖାଇବା ଦ୍ୱାରା ଲିଙ୍ଗରେ ଆକାର ପରିବର୍ତ୍ତନ, ଶୀଘ୍ର ପତ୍ତନ ଓ ଯୌନ ସମ୍ବନ୍ଧ ପାଇଁ ସୃଷ୍ଟି ହେଉଥିବା ଉତ୍ତେଜନା ମଧ୍ୟ ହ୍ରାସ ପାଇଥାଏ। ସେଥିପାଇଁ ଡାକ୍ତରଙ୍କ ବିନା ପରାମର୍ଶରେ ଅଧିକ ସୋୟାବିନ ଖାଇବା ଉଚିତ୍ ନୁହେଁ। କୌଣସି ବିଶେଷଜ୍ଞଙ୍କ ଠାରୁ ଟିପ୍ ନନେଇ ଏପରି କରିବା ଦ୍ୱାରା ଆପଣଙ୍କ ଯୌନଜୀବନ ଉପରେ ଖରାପ ପ୍ରଭାବ ପକାଇପାରେ।​