Jaundice: ଜଣ୍ଡିସ ଏପରି ଏକ ରୋଗ ଯାହା ଦୂଷିତ ଖାଦ୍ୟ କିମ୍ବା ଜଳ ଦ୍ୱାରା ବ୍ୟାପିଥାଏ, ଏହି ରୋଗ ଯକୃତରେ ସଂକ୍ରମଣର କାରଣ ହୋଇଥାଏ । ଏହି ରୋଗ ପିଲା ଠାରୁ ବୃଦ୍ଧମାନଙ୍କ ମଧ୍ୟରେ ଦେଖାଯାଇଥାଏ। ବିଭିନ୍ନ କାରଣରୁ ଯକୃତ ସଂକ୍ରମିତ ହୋଇ କାମଳ ବା ଜଣ୍ଡିସ୍(jaundice) ହୋଇଥାଏ। ଦୂଷିତ ପଦାର୍ଥ ଖାଇବା , ନିଶାଦ୍ରବ୍ୟ ଓ ମଦ୍ୟପାନ, ସଂକ୍ରମିତ ରକ୍ତ(Infected Blood) ନେବା ଦ୍ବାରା ପିତ୍ତମୁଣି ଯକୃତରେ ବାଧା ସୃଷ୍ଟି ଦ୍ବାରା କାମଳ ରୋଗ ହୋଇଥାଏ।


COMMERCIAL BREAK
SCROLL TO CONTINUE READING

ଏହି ରୋଗ ଯେକୌଣସି ବୟସରେ ହୋଇପାରେ, ମାତ୍ର ନବଜାତ ଶିଶୁ(Newborn Baby)ମାନଙ୍କଠାରେ ଏହା ଏକ ସାଧାରଣ ସମସ୍ୟା ଅଟେ। ତେବେ ଜଣ୍ଡିସ ହୋଇଥିବା ଲୋକମାନଙ୍କ ଶରୀରରେ ସାଧାରଣତଃ ଏହିସବୁ ଲକ୍ଷଣ ଦେଖିବାକୁ ମିଳିଥାଏ...


  1. ହଠାତ୍ ଆଖିର ଧଳା ଅଂଶରେ ହଳଦିଆ ଦେଖାଯାଏ।

  2. ଚର୍ମ ଏବଂ ନଖର ରଙ୍ଗ ମଧ୍ୟ ହଳଦିଆ ଦେଖାଯାଇଥାଏ।

  3. ଜଣ୍ଡିସରେ ପରିସ୍ରା ରଙ୍ଗ ଗାଢ ହଳଦିଆ ହୋଇଯାଏ।

  4. ଶରୀରରେ ଅଧିକ ବିଲୁରିବିନ୍ ଜମା ହୋଇଯାଏ ଓ ଆଖି, ନଖ, ଚର୍ମ ଓ ପରିସ୍ରା ହଳଦିଆ ଦିଶିଥାଏ

  5. ଖାଦ୍ୟ ହଜମ(digestion) ପାଇଁ ପିତ୍ତରସ ଝରୁଥିବା ନଳୀ ବା ବାଇଲ୍‌ ଡକ୍‌ଟ ଅବରୋଧ ଫଳରେ ବାଇଲ କ୍ଷୁଦ୍ରାନ୍ତକୁ ନଯାଇ ରକ୍ତରେ ପ୍ରବେଶ କରେ।

  6. ଜ୍ବର, ଦୁର୍ବଳତା, ଅଗ୍ନିମାନ୍ଦ୍ୟ, ବାନ୍ତି, ମଳବଦ୍ଧତା, ମୂତ୍ରନଳୀ ଓ ଯକୃତରେ ବେଦନା ଭଳି ଲକ୍ଷଣ ଦେଖାଯାଏ।

  7. ଯକୃତ ବୃଦ୍ଧି ହୋଇ ପେଟର ଉପରିଭାଗ ଦରଜ ହୁଏ

  8. ପେଟ ଭାରିଲାଗେ, ଅବସନ୍ନ ଶରୀର ବିଶ୍ରାମ ନେବାକୁ ଇଚ୍ଛା ହୁଏ।