Health Tips: ଅସ୍ବାସ୍ଥ୍ୟକର ଜୀବନ ଶୈଳୀ କାରଣରୁ ପୁରୁଷଙ୍କ ଯୌନ ସ୍ବାସ୍ଥ୍ୟ (Male sexual health) ଉପରେ କୁପ୍ରଭାବ ପଡୁଛି। ମହିଳାଙ୍କ ପରି ପୁରୁଷମାନଙ୍କ ଠାରେ ମଧ୍ୟ ବନ୍ଧ୍ୟା ଦୋଷ (male fertility )ଦେଖାଦେଉଛି । ଯାହା ଫଳରେ ସେମାନେ ବାପା ହେବା ସୁଖରୁ ବଞ୍ଚିତ ହେଉଛନ୍ତି।  ଖାସ୍ କରି ମଦ୍ୟପାନ ଓ ସିଗାରେଟ୍ ଅଭ୍ୟାସ ମଧ୍ୟ ଏଥିପାଇଁ ଦାୟୀ ବୋଲି ଏକ ପ୍ରକାର କୁହାଯାଇପାରିବ। କିନ୍ତୁ ଏଭଳି କିଛି ଖାଦ୍ୟ ପଦାର୍ଥ ଅଛି ଯାହାକୁ ଖାଇବା ଦ୍ବାରା ପୁରୁଷମାନେ ମଧ୍ୟ ବାପା ହେବାର ସୁଖରୁ ବଞ୍ଚିତ ହେବେ। ଏହି ଖାଦ୍ୟ ଆପଣୁ କେବଳ ବାପା ହେବା ସୁଖରୁ ବଞ୍ଚିତ କରିବ ନାହିଁ ଏହା ଆପଣଙ୍କ ଯୌନ ସ୍ବାସ୍ଥ୍ୟ ଉପରେ ମଧ୍ୟ ପ୍ରଭାବ ପକାଇବ।  ତେବେ, ଆସନ୍ତୁ ସେହି ଖାଦ୍ୟ ଗୁଡି଼କ ବିଷୟରେ ଜାଣିବା। ....


COMMERCIAL BREAK
SCROLL TO CONTINUE READING

Also Read: Health Tips: ବିବାହ ପୂର୍ବରୁ ଶାରୀରିକ ସମ୍ପର୍କ ରଖିବା ଠିକ୍ ନା ଭୁଲ୍?


Also Read: Health Tips: ଋତୁସ୍ରାବ ସମୟରେ ଶାରୀରିକ ସମ୍ବନ୍ଧ ଠିକ୍ ନା ଭୁଲ୍ ? କ'ଣ କହୁଛି ବିଶେଷଜ୍ଞଙ୍କ ମତ...


୧- ମାଂସ ଜାତୀୟ ଖାଦ୍ୟ (Processed meat): ମାଂସ ଅଧିକାଂଶ ଲୋକଙ୍କୁ ଖାଇବାକୁ ଭଲ ଲାଗେ। କିନ୍ତୁ ମନେ ରଖନ୍ତୁ ଫ୍ରେସ୍ ବା ସତେଜ୍ ମାଂସ ଖାଇବା ଉଚିତ୍ । ଫ୍ରିଜ୍ ବା  ସଂରକ୍ଷିତ କରି ରଖା ଯାଉଥିବା ମାଂସ ଖାଇବା ଉଚିତ୍ ନୁହେଁ। ଏହା ପୁରୁଷଙ୍କ ସ୍ପର୍ମ କାଉଣ୍ଟ ଉପରେ ପ୍ରଭାବ ପକାଇଥାଏ । ଖାସ୍ କରି ବୋକନ୍(bacon), ହାମ୍(ham,), ସଲାମି(salami), ହଟ୍ ଡଗ୍ସ (hot dogs),  ଲଚ୍ ମିଟ୍(lunch meat) ଓ ରେଡ୍ ମିଟ୍ ଭଳି ଖାଦ୍ୟ ଠାରୁ ଦୂରେଇ ରହିବା ଉଚିତ୍ । ଏହି ସବୁ ମାଂସକୁ ଆପଣ ସେବନ କରିବା ଦ୍ବାରା  ଆପଣଙ୍କ ଶୁକ୍ରାଣୁ ୨୩ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ  ହୋଇପାରେ । ପ୍ରକ୍ରିୟାକୃତ ମାଂସ (Processed meat) ଆପଣଙ୍କ ପ୍ରଜନନ କ୍ଷମତା ଉପରେ ବଡ଼ ପ୍ରଭାବ ପକାଇଥାଏ। 


୨-ଚର୍ବିରେ ଭରପୂର ଦୁଗ୍ଧଜାତ ଦ୍ରବ୍ୟ : କ୍ଷୀର ଏବଂ ପନିର ପରି ଚର୍ବିଯୁକ୍ତ ଦୁଗ୍ଧଜାତ ଦ୍ରବ୍ୟ ଶୁକ୍ରାଣୁ ଉପରେ ପ୍ରଭାବ ପକାଇଥାଏ। ଯଦି ଆପଣ ପ୍ରତିଦିନ କ୍ଷୀର ପିଉଛନ୍ତି , ମନେ ରଖନ୍ତୁ ଯେ,ଯେପରି ଆପଣଙ୍କ ସେହି କ୍ଷୀର ଫୁଲ୍ କ୍ରିମ୍ ଯୁକ୍ତ ହୋଇ ନଥିବ । ଏପରି କ୍ଷୀର ପୁରୁଷଙ୍କ ବନ୍ଧ୍ୟାଦୋଷର କାରଣ ହୋଇପାରେ। ଦିନକୁ ଦୁଇଥର ଚର୍ବି ଦୁଗ୍ଧଜାତ ଦ୍ରବ୍ୟ ଖାଇବା ଦ୍ୱାରା ପୁରୁଷଙ୍କ ସ୍ପର୍ମ କାଉଣ୍ଟ (sperm count ) ମଧ୍ୟ କମ୍ ହେବାରେ ଲାଗେ। 


୩-ମୃତ୍ୟୁ ପାନୀୟ : ଯଦି ଆପଣ କୋଲ୍ଡ ଡ୍ରିଙ୍କସ୍ ବା ସୋଢା ପିଇବାକୁ ପସନ୍ଦ କରୁଛନ୍ତି । ତେବେ ଏହି ମୃଦୁ ପାନୀୟ ଆପଣଙ୍କୁ କ୍ଷତି ପହଞ୍ଚାଇପାରେ।  ଏକ ରିସର୍ଚ୍ଚରୁ ଜଣାପଡିଛି ଯେ, ଗୋଟିଏ ଦିନରେ  ଯଦି ଆପଣ  (250 ml) ମୃଦୁ ପାନୀୟ ବା କୋଲ୍ଡ ଡ୍ରିଙ୍କ୍ସ ପିଉଛନ୍ତି । ତେବେ, ଏହା ଆପଣଙ୍କ  ୩୦ ପ୍ରତିଶତ ଶୁକ୍ରାଣୁ ହ୍ରାସ କରିଥାଏ। ମୃଦୁ ପାନୀୟ ବା କୋଲ୍ଡ ଡ୍ରିଙ୍କ୍ସରେ ଥିବା  ଅତ୍ୟଧିକ ଚିନି ଇନସୁଲିନ୍ ପ୍ରତିରୋଧକ ବୃଦ୍ଧି କରି ଅକ୍ସିଡେଟିଭ୍ ଚାପ ସୃଷ୍ଟି କରେ । ଫଳସ୍ୱରୂପ, ଶୁକ୍ରାଣୁ ସୃଷ୍ଟି ହେବା କମ୍ ହୋଇଥାଏ। 


୪-ସାର ବା କୀଟ ନାଶକ ଛିଞ୍ଚା ଖାଦ୍ୟ ଠାରୁ ଦୂରେଇ ରୁହନ୍ତୁ (Non-organic food):
ବଜାରରେ ମିଳୁଥିବା ସମସ୍ତ ପନିପରିବା ଓ ଫଳ ସାର ଦିଆ ଓ କିଟ ନାଷକ ଛିଞ୍ଚା ଅଟେ । ଯେତେବେଳେ ଆପଣ ବାହାରୁ କୌଣସି ପରିବା ବା ଫଳ କିଣିକି ଆଣୁଛନ୍ତି ସେସବୁ ଭଲ ଭାବରେ ଧୋଇ ବ୍ୟବହାର କରନ୍ତୁ । କାହିଁକିନା ଫଳ ଓ ପନିପରିବା ଉପରେ ବିକ୍ରି ପୂର୍ବରୁ କୀଟ ନାଷକ ଛିଞ୍ଚା ଯାଇ ମାର୍କେଟକୁ ଛଡା ଯାଏ।  ଖାସ୍ କରି , ସେଓ, ଅଙ୍ଗୁର, ଷ୍ଟେବେରୀ ଓ ଟମାଟୋ ଭଳି କିଛି ଫଳ ଓ ପନି ପରିବା ଉପରେ ଅଧିକ କୀଟନାଷକ ଛିଞ୍ଜନ କରାଯାଇଥାଏ ବୋଲି ଏକ ସର୍ଭେ ରୁ ଜଣା ପଡିଛି। ଯଥାସମ୍ଭବ, ଖାଇବା ପୂର୍ବରୁ ଏହାକୁ ଭଲ ଭାବରେ ଧୋଇ ଦିଅନ୍ତୁ। ଯେତେ ସମ୍ଭବ ବିନା ସାର ଯୁକ୍ତ ଖାଦ୍ୟ ପଦାର୍ଥ ଖାଇବାକୁ ଚେଷ୍ଟା କରନ୍ତୁ । ସାର ବା କୀଟ ନାଶକ ଛିଞ୍ଚା ଖାଦ୍ୟ ଆପଣଙ୍କ ସ୍ପର୍ମ କାଉଣ୍ଟକୁ କମ୍ କରେ। 


୫-ଚା ଓ କଫି
ଯଦି ଆପଣ ଚା ଏବଂ କଫି ପିଇବାକୁ ଅଧିକ ପସନ୍ଦ କରନ୍ତି, ତେବେ ଆପଣଙ୍କର ଏହି ଅଭ୍ୟାସ ଆପଣଙ୍କୁ ଭାରି ପଡିପାରେ। ଆପଣ ଜାଣନ୍ତି କି ଚା ଏବଂ କଫି ଆପଣଙ୍କ ଯୌନ ସ୍ବାସ୍ଥ୍ୟକୁ ଖରାପ୍ କରିଥାଏ। ଦିନରେ ଦୁଇ କପରୁ ଅଧିକ ଚା କିମ୍ବା କଫି ଆପଣଙ୍କ ପ୍ରଜନନ କୋଷର ସ୍ୱାସ୍ଥ୍ୟକୁ ନଷ୍ଟ କରିଥାଏ । ଯଦି ଆପଣ ଚା ଓ କଫିକୁ ସମ୍ପୂର୍ଣ୍ଣ ରୂପେ ପିଇବା ବନ୍ଦ କରିପାରିବେ ନାହିଁ, ତେବେ ଅନ୍ତତଃ ଦିନରେ ଦୁଇ କପରୁ ଅଧିକ ପିଅନ୍ତୁ ନାହିଁ ।


୬-ଜଙ୍କ ଫୁଡ୍ 
 ଜଙ୍କ୍ ଫୁଡ୍ ଆପଣଙ୍କ ସ୍ବାସ୍ଥ୍ୟ ସହ ଯୌନ ସ୍ବାସ୍ଥ୍ୟ ଉପରେ କୁପ୍ରଭାବ ପକାଇଥାଏ। ପିଜା, ବର୍ଗର, ମୋମୋ, ରୋଲ୍ ଓ ଚାଓମିନ୍ ଭଳି ଖାଦ୍ୟ ହଜମ ପ୍ରକ୍ରିୟା, ହୃଦୟ ଏବଂ ପ୍ରଜନନ କୋଷ ପାଇଁ ଭଲ ନୁହେଁ । ଏହି ପ୍ରକାରର ଖାଦ୍ୟ ଖାଇବା ଆପଣଙ୍କ ଶୁକ୍ରାଣୁ ସଂଖ୍ୟା କମ୍ ହେବାରେ ଲାଗେ ।  ଯାହା ଫଳରେ ଆପଣଙ୍କ ଠାରେ ବନ୍ଧ୍ୟାଦୋଷ ଦେଖାଦେଇଥାଏ। 

(Disclaimer: ଆମର ଆର୍ଟିକିଲ୍ କେବଳ ସୂଚନା ପ୍ରଦାନ ପାଇଁ। କୌଣସି ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଟିପ୍ସ ଫଲୋ କରିବା ପୂର୍ବରୁ ସର୍ବଦା ଜଣେ ବିଶେଷଜ୍ଞ କିମ୍ବା ଆପଣଙ୍କ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ ।)