ଆପଣଙ୍କ କୋଲେଷ୍ଟ୍ରଲ ପରିମାଣ ଅତ୍ୟଧିକ ବୃଦ୍ଧି ପାଇଲେ ଶରୀରରେ ଅନେକ ସଙ୍କେତ ମିଳିଥାଏ ଯାହାକୁ ଚିହ୍ନିବା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ନଚେତ୍ ଏହା ସ୍ବାସ୍ଥ୍ୟ ପାଇଁ ବିପଦଜନକ ହୋଇପାରେ। ଆମେ ସାଧାରଣତଃ ବଢୁଥିବା ଓଜନ ଆଉ ପେଟର ଚର୍ବି କାରଣରୁ ଆମେ ଜାଣି ପାରୁ କି ଆମର ଉଚ୍ଚ କୋଲେଷ୍ଟ୍ରଲ ବୃଦ୍ଧିର କାରଣ। ଏହା ବ୍ୟତୀତ ଆଉ ସବୁ କାରଣରୁ ଆପଣ ଜାଣିପାରିବେ କି ଆପଣଙ୍କ କୋଲେଷ୍ଟ୍ରଲ କିପରି ବୃଦ୍ଧି ହୋଇଛି। ଶରୀରରେ ଉତ୍ପାଦିତ ଖରାପ କୋଲେଷ୍ଟ୍ରଲ ମଧୁମେହ ଏବଂ ହୃଦଘାତ ଭଳି ସମସ୍ୟା ସୃଷ୍ଟି କରିଥାଏ। ଏହା ସହ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଉଚ୍ଚ କୋଲେଷ୍ଟ୍ରଲ ଲକ୍ଷଣ ମଧ୍ୟ ପାଦରେ ଦେଖାଯାଏ ତେଣୁ କୌଣସି ଲକ୍ଷଣ ଯଦି ଅନୁଭବ କରୁଛନ୍ତି ବିଲକୁଲ ଅଣଦେଖା କରନ୍ତୁ ନାହିଁ।


COMMERCIAL BREAK
SCROLL TO CONTINUE READING

ପାଦରୁ କିପରି ଜାଣିବେ ଉଚ୍ଚ କୋଲେଷ୍ଟ୍ରଲ ଲକ୍ଷଣ?


  • ୧. ପାଦକୁ ଅଧିକ ଥଣ୍ଡା ଅନୂଭୁତ ହେବା: ଶୀତ ଦିନେପାଦ ଥଣ୍ଡା ହେବା ସାଧାରଣ କଥା କିନ୍ତୁ ଯଦି ଗ୍ରୀଷ୍ମ ପ୍ରବାହରେ ଏପରି ଅନୂଭୁତ ହୁଏ ତେବେ ଆପଣ ବୁଝି ଯାଆନ୍ତୁ ଆପଣଙ୍କ ଶରୀରରେ କିଛି ଗଡବଡ ହୋଇଛି। ଶରୀରରେ ହାଇ କୋଲେଷ୍ଟ୍ରଲର ଲକ୍ଷଣ ହୋଇପାରେ ଏପରି ସ୍ଥିତିରେ ତୁରନ୍ତ ଚେକଅପ୍ କରାନ୍ତୁ।

  • ୨.ପାଦର ଚର୍ମ ରଙ୍ଗ ପରିବର୍ତ୍ତନ: ଉଚ୍ଚ କୋଲେଷ୍ଟ୍ରଲ କାରଣରୁ ପାଦରେ ରକ୍ତ ସଞ୍ଚାଳନ ଉପରେ ପ୍ରଭାବ ପକାଇଥାଏ ଯାହା ସ୍ପଷ୍ଟ ପାଦରେ ଦେଖିବାକୁ ମିଳେ। ରକ୍ତ ଅଭାବ ହେତୁ ପାଦର ଚର୍ମ ଏବଂ ନଖର ରଙ୍ଗ ବଦଳିବା ଆରମ୍ଭ ହୋଇଥାଏ। କାରଣ ରକ୍ତ ମାଧ୍ୟମରେ ଅମ୍ଳଜାନ ଏବଂ ପୁଷ୍ଟିକର ପୋଷଣତ୍ବ ବାଧାପ୍ରାପ୍ତ ହୋଇଥାଏ।

  • ୩.ଲେଗ୍ କ୍ରାମ୍ପସ: ବହୁ ସମୟରେ ରାତିରେ ଶୋଇବା ସମୟରେ ଅନେକ ଲୋକଙ୍କର ମଶଲ ଟାଇଡ ହୋଇଯିବା। ଏହାର ଲକ୍ଷଣ ହେଉଛି ଉଚ୍ଚ କୋଲେଷ୍ଟ୍ରଲ ସଙ୍କେତ। ଏହାର ଅର୍ଥ ହେଉଛି ଆପଣଙ୍କ ଶରୀରର ନିମ୍ନ ଭାଗରେ ଥିବା ସ୍ନାୟୁ ଗୁଡିକ ଦୁର୍ବଳ ହେବାରେ ଲାଗିଛି। ପାଦ ବ୍ୟତୀତ ଆଙ୍ଗୁଠି, ଗୋଇଠି କିମ୍ବା ଆଙ୍ଗୁଠି ମଧ୍ୟରେ ଫାଟ ସୃଷ୍ଟି ହେବା ମାନେ ଆପଣଙ୍କ ନିଦ ଉପରେ ପ୍ରଭାବ ପକାଇଥାଏ।

  • ୪.ପାଦରେ ଯନ୍ତ୍ରଣା: ଯଦି ଆପଣ ଗୋଡ ଭାରି ହେବା ଥକ୍କାପଣ ଅନୁଭବ କରିବା ମାନେ ଉଚ୍ଚ କୋଲେଷ୍ଟ୍ରଲ କାରଣ। ଏହି କାରଣରୁ ପାଦରେ ରକ୍ତ ସଞ୍ଚାଳନ ଠିକ୍ ଭାବରେ ହୁଏ ନାହିଁ ଏବଂ ଆପଣ ସାଧାରଣ ଚାଲିବା ମଧ୍ୟ ସହଜ ହୋଇ ନ ଥାଏ।