Skin Allergies: (Tapasa gyanadarshin) ଖରାଦିନେ ଝାଳ ବୋହିବା ସହ କେତେକଙ୍କଠାରେ ବିଭିନ୍ନ ପ୍ରକାର ସ୍କିନ୍‌ ଆଲର୍ଜି ଭଳି ସମସ୍ୟା ଦେଖାଦେଇଥାଏ। କାହାର ଘିମିରି ବାହାରେ ତ କାହା ଶରୀରରେ ନାଲି ନାଲି ଦାଗ ଦେଖାଯାଏ ପୁଣି କାହାର ଦେହ କୁଣ୍ଡାଇ ହୁଏ, ତ କାହା ର ବଥ ଉଠୀଯାଏ। ଏହିସବୁ ସମସ୍ୟାରୁ ରକ୍ଷା ପାଇବା ପାଇଁ କେହି କେହି ଡାକ୍ତରଙ୍କ ପରାମର୍ଶ କ୍ରମେ ଔଷଧ ଖାଇଥାନ୍ତି ତ ଆଉ କିଏ ବଜାରରେ ମିଳୁଥିବା ବିଭିନ୍ନ ପ୍ରକାରର କ୍ରିମ,ପାଉଡର ଆଣି ଲଗାଇଥାନ୍ତି।
 ଯେଉଁଥିପାଇଁ ଅନେକ ଟଙ୍କା ତ ଖର୍ଚ୍ଚ ହୁଏ ତା ସହିତ ଚର୍ମ କଳା ପଡିବା,ଚର୍ମ ଶୁଷ୍କ ହେବା ଭଳି ସମସ୍ୟା ଦେଖାଦିଏ। କିନ୍ତୁ ଜାଣନ୍ତି କି, ଏମିତି କିଛି ସହଜ ଘରୋଇ ଉପାୟ ରହିଛି; ଯାହାକୁ ବ୍ୟବହାର କରି ଏହିସବୁ ସ୍କିନ୍‌ ଆଲର୍ଜିରୁ ସୁବିଧାରେ ମୁକ୍ତି ପାଇହେବ।


COMMERCIAL BREAK
SCROLL TO CONTINUE READING

ଯେମିତି କି,ସତେଜ ଆଲୋଭେରାରୁ(ଘିକୁଆଁରୀ)ଖଣ୍ଡେ ଆଣି ତା’ ଭିତରର ଲାଳ ଅଂଶକୁ କାଢି ସ୍କିନ୍‌ର ଯେଉଁ ଅଂଶରେ ଆଲର୍ଜି ହୋଇଛି ସେଠାରେ ଲଗାଇବେ ଓ କିଛି ସମୟ ପରେ ଧୋଇଦେବେ। ଏମିତି କିଛିଦିନ କଲେ ଦେଖିବେ ଆଲର୍ଜି ସମସ୍ୟା କମିଯିବ।


- ଆଲର୍ଜି ସ୍ଥାନରେ ବରଫ ଖଣ୍ଡ(ସୂତା କପଡ଼ାରେ ଗୁଡ଼ାଇ)ଧୀରେ ଧୀରେ ମାଲିସ୍‌ କଲେ ବି କେତେକାଂଶରେ ମୁକ୍ତି ମିଳେ। 
- ସେହିପରି ନଡ଼ିଆ ତେଲରେ କିଛି କର୍ପୂରକୁ ଗୁଣ୍ଡ କରି ପକାଇବେ,ପରେ ସେହି ମିଶ୍ରଣକୁ ପ୍ରଭାବିତ ହୋଇଥିବା ସ୍ଥାନରେ ଦିନକୁ ଦୁଇଥର ଲଗାଇଲେ ସ୍କିନ୍‌ ରାଶେଶ୍‌ ସମସ୍ୟାରୁ କେତେକାଂଶରେ ମୁକ୍ତି ମିଳିଥାଏ। 
- ଲେମ୍ବୁ ଓ ହଳଦୀ ର ରସ କୁ ମିଶାଇ ଘିମିରିରେ ଲଗାଇବା ଦ୍ବାରା ମଧ୍ୟ ଘିମିରି ଭଲ ହୋଇଯାଇଥାଏ। 
- ପଇଡପାଣି ଓ ଲେମ୍ବୁ ପାଣି ଘିମିରି ହୋଇଥିବା ସ୍ଥାନରେ ଲଗାଇବା ଦ୍ଵାରା ଘିମିରି ଚିହ୍ନ ଲିଭିଯିବା ସହ ଚର୍ମ ର ସୋନ୍ଦର୍ଯ୍ୟ ଦ୍ଵିଗୁଣିତ ହୋଇଥାଏ।
- ସାଧାରଣତଃ ତରଭୁଜ ଖାଇବା ପରେ ତାର ଧଳା ଅଂଶକୁ ଆମେ ଫୋପାଡି ଦେଇଥାନ୍ତି।କିନ୍ତୁ ନଫୋପାଡି ଦେହରେ ଲଗାଇ ମସାଜ୍ କରିବା ଦ୍ୱାରା ଦେହ ସୁନ୍ଦର ଦେଖାଯିବା ସହିତ ଦେହରେ କୌଣସି ଚିହ୍ନ ରହିନଥାଏ।



(Disclaimer: ଏହି ଆର୍ଟିକିଲରେ ଉଲ୍ଲେଖ କରାଯାଇଥିବା ପଦ୍ଧତି ଓ ଦାବିକୁ ଜି ଓଡ଼ିଶା ନ୍ୟୁଜ ନିଶ୍ଚିତ କରେ ନାହିଁ । ଏହାକୁ କେବଳ ପରାମର୍ଶ ଭାବରେ ନିଅନ୍ତୁ । ଏହିପରି କୌଣସି ଚିକିତ୍ସା / ଔଷଧ / ଡାଏଟ୍ ଅନୁସରଣ କରିବା ପୂର୍ବରୁ ସମ୍ପୃକ୍ତ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ।)