Advertisement
Article Detail0/zeeodisha/odisha2460416

Entertainment News: ସାଉଥ ଇଣ୍ଡଷ୍ଟ୍ରୀର ଏହି ବଡ଼ ଅଭିନେତାଙ୍କ ଝିଅର ଅକାଳ ମୃତ୍ୟୁ

Entertainment News: ଝିଅକୁ ମାତ୍ର ୩୮ ବର୍ଷ ହୋଇଥିଲା। ଆଜି ହାଇଦ୍ରାବାଦରେ ଗାୟତ୍ରୀଙ୍କ ଅନ୍ତିମ ସଂସ୍କାର କରାଯିବାର କାର୍ଯ୍ୟକ୍ରମ ରହିଛି। ଗାୟତ୍ରୀଙ୍କ ପରିବାର ବିଷୟରେ କହିବାକୁ ଗଲେ ତାଙ୍କର ସାଇ ତେଜସ୍ୱିନୀ ନାମକ ଏକ କନ୍ୟା ସନ୍ତାନ ଅଛନ୍ତି । 

Entertainment News: ସାଉଥ ଇଣ୍ଡଷ୍ଟ୍ରୀର ଏହି ବଡ଼ ଅଭିନେତାଙ୍କ ଝିଅର ଅକାଳ ମୃତ୍ୟୁ
Entertainment News: ତେଲୁଗୁ ଫିଲ୍ମ ଇଣ୍ଡଷ୍ଟ୍ରିରେ ଆଜି ଦୁଃଖର ବାଦଲ ଖେଳିଯାଇଛି । ପ୍ରଖ୍ୟାତ ତେଲୁଗୁ ଅଭିନେତା ରାଜେନ୍ଦ୍ର ପ୍ରସାଦଙ୍କ ଝିଅ ଗାୟତ୍ରୀଙ୍କର ଅକ୍ଟୋବର ୫ ତାରିଖ ଅର୍ଥାତ୍ ଆଜି ଦେହାନ୍ତ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ଗାୟତ୍ରୀଙ୍କ ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ରାଜେନ୍ଦ୍ର ପ୍ରସାଦଙ୍କ ଘରର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଅଭିନେତା ତାଙ୍କ ଝିଅର ମୃତଦେହ ନିକଟରେ ବସିଥିବାର ଦେଖିବାକୁ ମିଳୁଛି । ସୂଚନା ଅନୁଯାୟୀ, ରାଜେନ୍ଦ୍ର ପ୍ରସାଦଙ୍କ ଝିଅ ପ୍ରଥମେ ଗ୍ୟାଷ୍ଟ୍ରିକ୍ ସମସ୍ୟା ଅନୁଭବ କରିବା ପରେ ହାଇଦ୍ରାବାଦର ଏଆଇଜି ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ।
 
 
ମାତ୍ର ୩୮ ବର୍ଷର ଥିଲେ ରାଜେନ୍ଦ୍ରଙ୍କ ଝିଅ ଗାୟତ୍ରୀ (Rajendra prasad Daughter Dies)
ମିଳିଥିବା ସୂଚନା ଅନୁଯାୟୀ, ରାଜେନ୍ଦ୍ର ପ୍ରସାଦ ଏକ ଫିଲ୍ମ ସେଟ୍ ରେ ଥିବା ବେଳେ ଝିଅର ସ୍ୱାସ୍ଥ୍ୟାବସ୍ଥା ବିଷୟରେ ଜାଣିବାକୁ ପାଇଥିଲେ। ତାଙ୍କ ଝିଅକୁ ମାତ୍ର ୩୮ ବର୍ଷ ହୋଇଥିଲା। ଆଜି ହାଇଦ୍ରାବାଦରେ ଗାୟତ୍ରୀଙ୍କ ଅନ୍ତିମ ସଂସ୍କାର କରାଯିବାର କାର୍ଯ୍ୟକ୍ରମ ରହିଛି। ଗାୟତ୍ରୀଙ୍କ ପରିବାର ବିଷୟରେ କହିବାକୁ ଗଲେ ତାଙ୍କର ସାଇ ତେଜସ୍ୱିନୀ ନାମକ ଏକ କନ୍ୟା ସନ୍ତାନ ଅଛନ୍ତି । ସାଇ ଜଣେ ଶିଶୁ କଳାକାର ଭାବେ କାମ କରିଛନ୍ତି। ଗାୟତ୍ରୀଙ୍କ ବିୟୋଗରେ ପୂରା ପରିବାର ଗଭୀର ଶୋକାକୂଳ ହୋଇପଡ଼ିଛନ୍ତି।
fallback
 
ଜୁନିୟର ଏନଟିଆରଙ୍କ ଶ୍ରଦ୍ଧାଞ୍ଜଳି ଅର୍ପଣ(Junior NTR Tribute)
ନିକଟରେ ରିଲିଜ୍ ହୋଇଥିବା ଫିଲ୍ମ ଦେବରା ଅଭିନେତା ଜୁନିୟର ଏନଟିଆର ନିଜ ଏକ୍ସ ଆକାଉଣ୍ଟରେ ପରିବାର ପ୍ରତି ସମବେଦନା ଜଣାଇ ଲେଖିଛନ୍ତି, ରାଜେନ୍ଦ୍ର ପ୍ରସାଦଙ୍କ ଝିଅ ଗାୟତ୍ରୀ ମୋର  ଭଉଣୀ ପରି ଥିଲେ। ତାଙ୍କ ମୃତ୍ୟୁ ଖବର ଶୁଣି ମୁଁ ଅତ୍ୟନ୍ତ ମର୍ମାହତ । ତାଙ୍କ ଆତ୍ମାକୁ ଶାନ୍ତି ମିଳୁ ବୋଲି ପ୍ରାର୍ଥନା କରୁଛି। ଡାକ୍ତର ରାଜେନ୍ଦ୍ର ପ୍ରସାଦ ଓ ତାଙ୍କ ପରିବାର ପ୍ରତି ମୋର ଗଭୀର ସମବେଦନା।
 
 
 
 
 
 

Bollywood News , Entertainment News, हिंदी सिनेमा, टीवी और हॉलीवुड की खबरें पढ़ने के लिए देश की सबसे विश्वसनीय न्यूज़ वेबसाइट Zee News Hindi का ऐप डाउनलोड करें. सभी ताजा खबर और जानकारी से जुड़े रहें बस एक क्लिक में.

About the Author
author img
Rashmita Sahoo

'ମୁଁ ଜଣେ ସମାଲୋଚକ ନୁହେଁ, ଗର୍ବରେ କହିବି ମୁଁ ଜଣେ ସାମ୍ବାଦିକା'

...Read more