Horoscope Today 1 March 2023: ମେଷ-  ମନରେ ପ୍ରସନ୍ନ ଭାବ ଉଦ୍ରେକ ହେବ । ବହୁ ଦିନରୁ ପଡିରହିଥିବା କାମ ଆଜି ସଂପୂର୍ଣ୍ଣ କରିବେ । କର୍ମ କ୍ଷେତ୍ରରେ ଉତ୍ସାହର ସହ କାର୍ଯ୍ୟ ତୁଳାଇବେ । ଆଇନ ଅଦାଲତର କାମ ଆପଣଙ୍କ ସପକ୍ଷରେ ଯିବ ।


COMMERCIAL BREAK
SCROLL TO CONTINUE READING

ବୃଷ-ଦେହ ଓ ମନ ଭଲ ରହିବ । କର୍ମ କ୍ଷେତ୍ରରେ ଉଚ୍ଚପଦାଧିକାରୀଙ୍କ ପ୍ରଶଂସା ପାଇବେ । ବ୍ୟବସାୟରେ ଅଧିକ ପୁଞ୍ଜି ନିବେଶ କରିବେ । ପାରିବାରିକ ସୁଖଶାନ୍ତି ଲାଭ କରିବେ । ପଡୋଶୀଙ୍କ ସହ ସମ୍ପର୍କରେ ମଧୁରତା ଆସିବ ।


ମିଥୁନ- ସ୍ୱାସ୍ଥ୍ୟ ସମସ୍ୟାରୁ ମୁକୁଳିବେ । ଆୟ ଉତ୍ତମ ହେବ । ବ୍ୟବସାୟ ଲାଭଜନକ ହେବ । ସନ୍ତାନଙ୍କ କାର୍ଯ୍ୟକଳାପରେ ସନ୍ତୁଷ୍ଟି ପ୍ରକାଶ କରିବେ । କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ । ଦୂରଯାତ୍ରା ସଫଳ ହେବ । କର୍ମ କ୍ଷେତ୍ରରେ ଅନୁକୂଳ ପରିବେଶ ସୃଷ୍ଟି ହେବ । ରୋଜଗାର ଭଲ ରହିବ ।


କର୍କଟ- ଆଜିର ପାରିବାରିକ ଜୀବନରେ ଉତ୍‌ଥାନ ପତନ ଲାଗିରହିବ । ଅଟକି ରହିଥିବା କାମଗୁଡିକ ସମ୍ପନ୍ନ ହେବା କଷ୍ଟକର । ନିଜ ବାକିଆ କାମରେ ପ୍ରତିବନ୍ଧକ ଜନିତ ବିଷୟକୁ ନେଇ ଚିନ୍ତିତ ରହିପାରନ୍ତି । ଆଜିର ଦୂରଯାତ୍ରା ପ୍ରୀତିପ୍ରଦ ରହିବ ।


ସିଂହ- ଦେହ ଓ ମନ ଭଲ ରହିବ । କର୍ମ କ୍ଷେତ୍ରରେ ଅଗ୍ରଗତି ଘଟିବ । ଆୟ ଅବ୍ୟାହତ ରହିବ । ପାରିବାରିକ ଜୀବନ ଆନନ୍ଦମୟ ହେବ । ଛାତ୍ରଛାତ୍ରୀମାନେ ପଢାପଢିରେ ମନ ନିବେଶ କରିବେ । ବ୍ୟବସାୟ ଆଶାନୁରୂପକ ହେବ । 


କନ୍ୟା- ଶରୀର ସୁସ୍ଥ ରହିବ । ପ୍ରତିଟି କାର୍ଯ୍ୟ ସଫଳତାର ସହ ସଂପାଦନ କରିବେ । ଆର୍ଥିକ ଅଭିବୃଦ୍ଧି ଘଟିବ । କାର୍ଯ୍ୟାଳୟରେ ଅଧ୍ୟସ୍ତନ କର୍ମଚାରୀଙ୍କ ଦ୍ୱାରା ସମ୍ମାନ ପାଇବେ । ଅପରାହ୍ନରେ ବନ୍ଧୁ ମିଳନର ଯୋଗ ରହୁଛି । 


ତୁଳା- ଦେହ ଓ ମନ ଭଲ ରହିବ । ପ୍ରତ୍ୟେକ କାର୍ଯ୍ୟରେ ତତ୍ପରତା ଦେଖାଇବେ । କର୍ମ କ୍ଷେତ୍ରରେ ଉଚ୍ଚ ପ୍ରଶଂସିତ ହେବେ । ଗୃହକୁ ବନ୍ଧୁ ଆଗମନ ହେବ ।


ଅଧିକ ପଢ଼ନ୍ତୁ:-କ୍ରିକେଟ ଫ୍ୟାନ୍ସଙ୍କ ପାଇଁ ଖରାପ ଖବର, IPL 2023ରୁ ବାହାର ହେଲେ ଜସପ୍ରୀତ ବୁମ୍ରା


ଅଧିକ ପଢ଼ନ୍ତୁ:-ଜିଓ ଦେଉଛି ୧ ମାସର ମାଗଣା ରିଚାର୍ଜ! ଡାଟା ଓ କଲିଂ ସବୁକିଛି ଫ୍ରି, ଏପରି ଉଠାନ୍ତୁ ଲାଭ


ଅଧିକ ପଢ଼ନ୍ତୁ:-କେଏଲ୍ ରାହୁଲଙ୍କୁ ଉପ-ଅଧିନାୟକ ପଦରୁ ହଟାଇବା ପରେ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଲେ ରୋହିତ ଶର୍ମା, ଜାଣନ୍ତୁ କ'ଣ କହିଲେ


 


ବିଛା- ଶରୀର ସୁସ୍ଥ ରହିବ । ଶୁଭ କାର୍ଯ୍ୟରେ ଯୋଗ ଦେବେ । କର୍ମ କ୍ଷେତ୍ର ସହଜ, ସରଳ ଓ ଆନନ୍ଦଦାୟକ ହେବ । ପାରିବାରିକ ସୁଖଶାନ୍ତି ବିରାଜମାନ ହେବ ।


ଧନୁ- ଆନନ୍ଦ ଉଲ୍ଲାସରେ ଦିନ କାଟିବେ । ନୂତନ ବସ୍ତ୍ରାଦି କ୍ରୟ କରିବେ । କର୍ମ କ୍ଷେତ୍ରରେ ସହକର୍ମୀଙ୍କ ସହଯୋଗ ପାଇବେ । ଆଶା କରୁଥିବା ଦିଗରୁ ଅର୍ଥ ପାଇବେ ।


ମକର- ଆମୋଦ ପ୍ରମୋଦରେ ଦିନଟି ଅତିବାହିତ ହେବ । ପ୍ରତ୍ୟେକ କାର୍ଯ୍ୟ ସଫଳତାର ସହ ସମ୍ପାଦନ କରିବେ । ବ୍ୟବସାୟରେ ଲାଭବାନ ହେବେ । ପରିବାରରେ ହସଖୁସିର ଲହରୀ ଲାଗି ରହିବ । ପଡୋଶୀଙ୍କ ସହ ସମ୍ପର୍କ ସୁଦୃଢ ହେବ ।


କୁମ୍ଭ- ପରିଶ୍ରମୀ ହେବେ । ଦେହ ଓ ମନ ପ୍ରାୟ ଭଲ ରହିବ । କର୍ମ କ୍ଷେତ୍ରରେ ଉଚ୍ଚ ଅଧିକାରୀଙ୍କ ପ୍ରଶଂସାର ପାତ୍ର ହେବେ । ଆୟ ଉତ୍ତମ ହେବ । ପାରିବାରିକ ଜୀବନ ଶାନ୍ତିପୂର୍ଣ୍ଣ ରହିବ । ବିବାଦୀୟ ଘଟଣାରେ ବିଜୟୀ ହେବେ ।


ମୀନ- ମନରେ ପ୍ରସନ୍ନ ଭାବ ଉଦ୍ରେକ ହେବ । ବହୁ ଦିନରୁ ପଡିରହିଥିବା କାମ ଆଜି ସଂପୂର୍ଣ୍ଣ କରିବେ । କର୍ମ କ୍ଷେତ୍ରରେ ଉତ୍ସାହର ସହ କାର୍ଯ୍ୟ ତୁଳାଇବେ । ଆଇନ ଅଦାଲତର କାମ ଆପଣଙ୍କ ସପକ୍ଷରେ ଯିବ ।