Horoscope Today 12 March 2023: ମେଷ- ପୂଜା ଅର୍ଚ୍ଚନା ପାଇଁ ମନ ବଳିବ । କର୍ତ୍ତବ୍ୟ ନିଷ୍ଠ ହେବେ । ପାରିବାରିକ ସୁଖଶାନ୍ତି ବଜାୟ ରହିବ । ଆୟ ଅବ୍ୟାହତ ରହିବ ।


COMMERCIAL BREAK
SCROLL TO CONTINUE READING

ବୃଷ-  ମନ ଅସ୍ଥିର ରହିବ । କର୍ମ ଚାପ ବଢିଯିବ । ଆୟ ତୁଳନାରେ ବ୍ୟୟ ଅଧିକ ହେବ ।  ଦୁଃସମ୍ବାଦ ପ୍ରାପ୍ତି ହେବ । ପାରିବାରିକ ଅଶାନ୍ତି ଦେଖାଦେବ ।


ମିଥୁନ- ଶରୀର ସୁସ୍ଥ ରହିବ । କର୍ମ କ୍ଷେତ୍ର ଉତ୍ସାହ ପ୍ରଦ ହେବ । ଆୟ ଓ ବ୍ୟୟ ସମାନ ରହିବ । ମହିଳାମାନେ ଧର୍ମ କର୍ମରେ ବ୍ୟସ୍ତ ରହିବେ ।


କର୍କଟ- ଦୃଢ ମନୋବଳ ନେଇ କାର୍ଯ୍ୟ କଲେ ସୁଫଳ ପାଇବେ । ଆଶା କରୁଥିବା ଦିଗରୁ ଅର୍ଥ ଆଗମନ ହେବ । କର୍ମ କ୍ଷେତ୍ରରେ ଶାନ୍ତିର ବାତାବରଣ ପାଇବେ ।


ସିଂହ- ବୁଦ୍ଧି ବିଚାରୀ କାର୍ଯ୍ୟ କରିବେ । କର୍ମ କ୍ଷେତ୍ର ସହଜ ସରଳ ବୋଧ ହେବ । ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ । ସନ୍ତାନଙ୍କ କାର୍ଯ୍ୟକଳାପରେ ଚିନ୍ତା ପ୍ରକଟ କରିବେ ।


କନ୍ୟା- ମନ ଉତ୍‌ଫୁଲ ରହିବ । ଧର୍ମସ୍ଥଳକୁ ପରିଦର୍ଶନରେ ଯିବେ । ସୁସ୍ୱାଦୁ ଭୋଜନରେ ଆପ୍ୟାୟିତ ହେବେ । ବନ୍ଧୁ ମିଳନର ଯୋଗ ରହିଛି । ଆୟ ଉତ୍ତମ ହେବ ।


ତୁଳା- କର୍ମ ତତ୍ପରତା ପ୍ରକାଶ ପାଇବ । କେତେକ ବକେୟା କାର୍ଯ୍ୟର ସମ୍ପାଦନ କରିବେ । ଆୟ ଉତ୍ତମ ହେବ । ପାରିବାରିକ ଜୀବନ ସୁଖଶାନ୍ତିପୂର୍ଣ୍ଣ  ରହିବ । ଛାତ୍ରଛାତ୍ରୀମାନେ ପଢାପଢିରେ ପାରଦର୍ଶିତା ଦେଖାଦେବ ।


ଅଧିକ ପଢ଼ନ୍ତୁ:-କେନ୍ଦ୍ରୀୟ କର୍ମଚାରୀଙ୍କ ଲାଗିଲା ଲଟେରୀ, ମାର୍ଚ୍ଚ ୧୫ରେ ହେବ ଧନ ବର୍ଷା!


ଅଧିକ ପଢ଼ନ୍ତୁ:-ଖୁସି ଖବର; ଜୁଲାଇରେ କେନ୍ଦ୍ର କର୍ମଚାରୀଙ୍କ ଦରମାରେ ହେବ ବମ୍ପର ବୃଦ୍ଧି, ସମୟ ପୂର୍ବରୁ ହେଲା ବଡ଼ ଖୁଲାସା!


ଅଧିକ ପଢ଼ନ୍ତୁ:-ସବୁଠୁ ମହଙ୍ଗା ଓ ଅଜବ ଚାକରାଣୀ; ଗୋଟିଏ ଦିନ ପାଇଁ ନିଅନ୍ତି ୧.୮ ଲକ୍ଷ ଟଙ୍କା, ନିବସ୍ତ୍ର ହୋଇ କରନ୍ତି ଘର କାମ


 


ବିଛା- ଦିନଟିରେ ଚିନ୍ତାଗ୍ରସ୍ତ ରହିବେ । ଆର୍ଥିକ ଅନାଟନ ଦେଖାଦେବ । କାର୍ଯ୍ୟାଳୟରେ ଉଚ୍ଚ ଅଧିକାରୀଙ୍କ  କ୍ରୋଧର ଶିକାର ହେବେ । ପାରିବାରିକ ଅଶାନ୍ତି ଦେଖାଦେବ ।  


ଧନୁ- ସମସ୍ତ ଯୋଜନା ବ୍ୟର୍ଥ ଯିବ । ଶରୀର ଅସୁସ୍ଥ ରହିବ । ଧାର କରଜ କରିପାରନ୍ତି । କର୍ମ କ୍ଷେତ୍ରରେ ସହକର୍ମୀଙ୍କ ଅସହଯୋଗ ମନରେ ଆଘାତ ଦେବ ।


ମକର- ସମୟାନୁବର୍ତ୍ତୀ ହୋଇ ପ୍ରତ୍ୟେକ କାର୍ଯ୍ୟ ନିଷ୍ଠାର ସହ ସମ୍ପାଦନ କରିବେ । ମନ ପ୍ରସନ୍ନ ରହିବ । ଦାୟିତ୍ୱବୋଧ ବୃଦ୍ଧି ପାଇବ । ଆୟର ଅଭିବୃଦ୍ଧି ପରିଲକ୍ଷିତ ହେବ ।


କୁମ୍ଭ- ସମସ୍ତ କାର୍ଯ୍ୟ ସୁରୁଖୁରୁରେ ତୁଳାଇବେ । ସନ୍ତାନଙ୍କ କୃତିତ୍ୱରେ ଆତ୍ମସନ୍ତୋଷ ପାଇବେ । ମହିଳାମାନେ ଗୃହ ନିପୁଣା ହେବେ । ବିଦ୍ୟାର୍ଥୀମାନେ ଲିଖନ ପଠନରେ ପାରଦର୍ଶିତା ଲାଭ  କରିବେ ।


ମୀନ- ମୁଣ୍ଡ ବିନ୍ଧା, ଉଦରପୀଡା ଭଳି ଶାରୀରିକ ଅସୁସ୍ଥତା ବୋଧ ହେବ । ଭାତୃ ବିବାଦ ବଢିଯିବ । ଆୟ ବାଧାପ୍ରାପ୍ତ ହେବ । ବନ୍ଧୁଙ୍କ ସାହାଯ୍ୟ ମିଳିବ ।