Horoscope Today 23 March 2023: ବୃଷ ରାଶି: ଅଯଥା ଖର୍ଚ୍ଚାନ୍ତ ହୋଇପାରନ୍ତି । ଚକ୍ଷୁରେ ସାମାନ୍ୟ ଯନ୍ତ୍ରଣା ଉପୁଜି ପାରେ । ଭାଇମାନଙ୍କ ପ୍ରତି ସ୍ନେହ, ଶ୍ରଦ୍ଧା ରହିବ । ସୁସ୍ଥ ଓ ନିରାମୟ ରହିବେ । ବଳବାନ ହେବେ । ଶତ୍ରୁହନ୍ତା ହୋଇପାରନ୍ତି । ଚାକିରି କ୍ଷେତ୍ରରେ ଉଚ୍ଚ କତ୍ତୃପକ୍ଷଙ୍କ ଶ୍ରଦ୍ଧାଭାଜନ ହେବେ । 


COMMERCIAL BREAK
SCROLL TO CONTINUE READING

ମିଥୁନ ରାଶି: ଉଚ୍ଚଆଶା ଫଳବତୀ ହେବ । ରୋଜଗାର ଆଶନୁରୂପ ହେବ । ସୁସ୍ଥ ଓ ନିରାମୟ ଜୀବନଯାପନ କରିବେ । ଯଶସ୍ୱୀ ହେବେ । ଲୋକପ୍ରିୟତା ଅର୍ଜନ କରିବେ । ଚଞ୍ଚଳ ପ୍ରକୃତିର ହେବେ । ମଧୁରଭାଷୀ ହୋଇପାରନ୍ତି । ସରକାରୀ ସ୍ତରରେ ସମ୍ମାନିତ ହେବେ ।   


କର୍କଟ ରାଶି: ମୁଣ୍ଡବିନ୍ଧା, ଉଦର ପୀଡା ଭଳି ଅସୁସ୍ଥତା ଦେଖାଦେବ । କୌଣସି ବି କାର୍ଯ୍ୟ ଠିକ୍ ଭାବେ ତୁଳାଇପାରିବେ ନାହିଁ । ଧାର କରଜ କରିପାରନ୍ତି । ଶତ୍ରୁ ବୃଦ୍ଧି ପାଇବେ । ପୂର୍ବ ବିବାଦ ଜଟିଳତା ଆଡକୁ ଅଗ୍ରସର ହେବ । ପାରିବାରିକ ଜୀବନରେ ଅଶାନ୍ତି ଦେଖାଦେବ ।  


ସିଂହ ରାଶି: ବ୍ୟବସାୟ ଲାଭଜନକ ହେବ । ପରିଶ୍ରମର ମୂଲ୍ୟ ମିଳିବ । ମନ ପ୍ରସନ୍ନ ରହିବ । ଆସ୍ତିକ ହେବେ । ଜଳପ୍ରତି ଆଦର ପ୍ରେମୀ ଓ ବୁଦ୍ଧିମାନ୍ ହୋଇପାରନ୍ତି । ମଧୁରଭାଷୀ ହେବେ । ଥଣ୍ଡା-କଫ ଜନିତ ପୀଡା ଅନୁଭବ କରିବେ । ପ୍ରେମୀ ଓ ସାହସୀ ହୋଇପାରନ୍ତି ।       


କନ୍ୟା ରାଶି: ବ୍ୟକ୍ତି ବ୍ୟବସାୟରେ ଅଧିକ ଅର୍ଥ ବିନିଯୋଗ କରି ପ୍ରଚୁର ଧନ ଅର୍ଜନ କରିବେ । କର୍ମକ୍ଷେତ୍ରରେ ଅପୂର୍ବ ସଫଳତା ପାଇବେ । ସର୍ବସୁଖ ଲାଭ କରିପାରନ୍ତି । ପୁନର୍ବସୁ କ୍ଷେତ୍ରରେ ସାମାନ୍ୟ ଶୁଭଫଳ ।


ତୁଳା ରାଶି:  ଜ୍ଞାନ ଗରିମାଯୁକ୍ତ ହେବେ । ସାହସୀ ହେବେ । ଗୁପ୍ତ ବିଦ୍ୟାରେ ରୁଚି ରହିବ । ରାଜନୀତି ଆଡକୁ ମନ ବଳାଇ ପାରନ୍ତି । କାର୍ଯ୍ୟରେ ବାଧା ଉପୁଜି ପାରେ । ଚଞ୍ଚଳ ସ୍ୱଭାବର ହେବେ । ଥଣ୍ଡା-କଫଜନିତ ସାମାନ୍ୟ ଅସୁସ୍ଥତା ଅନୁଭବ । 


ବିଛା ରାଶି: କର୍ମକ୍ଷେତ୍ରରେ ସଫଳତା ମିଳିବ । ବ୍ୟବସାୟ ଲାଭଜନକ ହେବ । ଭାଗ୍ୟଶାଳୀ ହେବେ । ଦିନଟି ଭୋଗ ବିଳାସରେ ଅତିବାହିତ କରିପାରନ୍ତି । ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନଯାପନ କରିବେ । ଧମାତ୍ମ, ପ୍ରବାସର୍ପ୍ରି ବିଦ୍ୱାନ, ସାହସୀ ଓ ସମ୍ପତ୍ତିବାନ୍ ହେବେ । 


ଧନୁ ରାଶି: ନୂତନ ଜମି କ୍ରୟ କରିବାର ସୁଯୋଗ ଅଛି । ବେଳେ ବେଳେ ଉଦାସ ମନୋଭାବ ପୋଷଣ କରିପାରନ୍ତି । ଚଞ୍ଚଳ ପ୍ରକୃତିର ହେବେ । ଆକସ୍ମିକ ଧନଲାଭର ସୂଚନା ମିଳୁଛି । ବ୍ୟବସାୟରେ ପ୍ରଚୁର ଧନଲାଭ ହେବ । ଉତ୍ତମ ବ୍ୟକ୍ତିତ୍ୱ ସମ୍ପନ୍ନ ହେବେ । 


ମକର ରାଶି: ସାମୂହିକ କାର୍ଯ୍ୟରେ ଆଗେଇବେ । ସମ୍ମାନିତ ହେବେ । ମନ ପ୍ରସନ୍ନ ରହିବ । ଆସ୍ତିକ ମନୋବୃତ୍ତିର ହୋଇପାରନ୍ତି । ମଧୁରଭାଷା ବ୍ୟବହାର କରି ଅନୁସରଣକାରୀଙ୍କୁ ଉତ୍ସାହିତ କରିବେ । ପ୍ରେମୀ ଓ ସାହସୀ ହେବେ । ସାନ ଭାଇଙ୍କଠାରୁ ଆଦର ମିଳିବ । 


କୁମ୍ଭ ରାଶି: ଗୃହ ଉପକରଣ ସଂଗ୍ରହ କରିପାରନ୍ତି । ସମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି । ସ୍ୱାଭିମାନୀ ହେବେ । ଭାଗୁଆଳି ବ୍ୟବସାୟ ଲାଭଜନକ ହେବ । ଈର୍ଷା ପରାୟଣ ହୋଇପାରନ୍ତି । ସତର୍କରେ ଚଳିବାକୁ ପଡିବ । 


ମୀନ ରାଶି: ଭାଗ୍ୟଶାଳୀ ହେବେ । ପରଦେଶବାସୀ, ମଧୁରଭାଷୀ, ସହନଶୀଳ, ଶାନ୍ତିପ୍ରିୟ ଓ ଉଦାର ବିଦ୍ୟାପ୍ରେମୀ ହୋଇପାରନ୍ତି । ଏକ ପତ୍ନୀ ବ୍ରତଧାରୀ ହେବେ । ମିତ୍ର ସୁଖ ଲାଭ କରିପାରନ୍ତି । ବ୍ୟବସାୟରୁ ଅଧିକ ଧନଲାଭ ହେବ । ସୁଖୀ ହେବେ ।